ଭକ୍ତଚରଣଙ୍କ ସ୍ମୃତିରେ କବିତାର ଅଭିଷେକ ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ମହୋତ୍ସବ ‘ଅର୍ଜୁନ’ର ଚତୁର୍ଥ ଦିବସ ସଡ଼କ ସୁରକ୍ଷା ସଚେତନତା, ସାହିତ୍ୟିକ ଚର୍ଚ୍ଚା ଓ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉଲ୍ଲାସମୟ ଭାବେ ପାଳିତ ହୋଇଯାଇଛି।ସକାଳେ ପଞ୍ଚୁଦୋଳ ପଡିଆଠାରୁ ରଣପୁର ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ସଡ଼କ ସୁରକ୍ଷା ସଚେତନ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ ଶୋଭାଯାତ୍ରାର ଉଦଘାଟନ କରିବା ସହ ପଦଯାତ୍ରାରେ ସାମିଲ ହୋଇ ସଡ଼କ ସୁରକ୍ଷା ସନ୍ଦେଶ ପ୍ରଚାର କରିଥିଲେ। ଏହି ଅବସରରେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ ଓ ବିଡ଼ିଓ ମନୋଜ କୁମାର ମଧ୍ୟ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ଦେଇଥିଲେ। ଶୋଭାଯାତ୍ରାରେ ବିଭିନ୍ନ ସ୍କୁଲ, କଲେଜ ଓ ବହୁ ସଂଖ୍ୟକ ସାଧାରଣ ଲୋକ ସାମିଲ ହୋଇଥିଲେ। ଚତୁର୍ଥ ଦିବସକୁ ଭକ୍ତ…
Read MoreDay: January 8, 2026
DLSA ସହଯୋଗରେ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀ ପୁଣି ପଢିବେ ପାଠ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ କ୍ରମେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରି ନୂଆଗାଁ ବ୍ଲକ ଦୁରୁଦୁରା ପଞ୍ଚାୟତର ଶ୍ରୀବନ୍ତଦେଇପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର କିଛି ଛାତ୍ର ସ୍କୁଲ ଆସୁନଥିବାରୁ ସେମାନଙ୍କୁ ସ୍କୁଲ ଶିକ୍ଷକଙ୍କୁ ନେଇ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିକାର ମିତ୍ର ବିଷ୍ଣୁ ଚରଣ ପଟ୍ଟନାୟକ, ପ୍ରକାଶ ଦଳେଇ, ଜ୍ୟୋସ୍ନାରାଣୀ ନାଥ, ଅନୁପମା ରାଉତ, ରୋନିତ ଦଳେଇ, ସୁରେନ୍ଦ୍ର ନାୟକ, ଏସ ଇପ୍ସିତା ଦେବଦର୍ଶିନୀଙ୍କ ମାଧ୍ୟମରେ ନୂଆପଲ୍ଲୀର ଅଷ୍ଟମ ଶ୍ରେଣୀର ଛାତ୍ର ରାନୁ ନାୟକ, ରବୀନ୍ଦ୍ର ନାହାକ କରଡ଼ାପଲ୍ଲୀର ସିଲୁ ମହାପାତ୍ରଙ୍କୁ ବହୁ ବୁଝାସୁଝା କରିବା ସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ବୁଝାଇ ଶ୍ରୀବନ୍ତଦେଇପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚା ଯାଇଥିଲା। ସେମାନଙ୍କ ମଧ୍ୟରୁ…
Read Moreମନମୋହିଲା ଅସୀମା ପଣ୍ଡାଙ୍କ ଗୀତ ଓ ପପୁ ପମପମଙ୍କ କମେଡି
ଭାପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ଅସ୍ମିତା, କଳା, ସଂସ୍କୃତି, ଐତିହ ଓ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ବହୁ ପ୍ରତିକ୍ଷୀତ ଉତ୍କର୍ଷ ଭାପୁର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା -୨୦୨୬ ଉଦଘାଟିତ ହୋଇଯାଇଛି। ସକାଳ ୧୨ଟାରେ ଉତ୍କର୍ଷ ମହୋତ୍ସବର ଉଦଘାଟନ କାର୍ଯ୍ୟକ୍ରମ ଅତ୍ୟାନ୍ତ ଭକ୍ତିମୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଆରମ୍ଭ ହୋଇଛି। ବାବା ବାଲୁଙ୍କେଶ୍ୱର ଦେବ ପୀଠରୁ ଭାପୁର ମହୋତ୍ସବ ପଡିଆ ପର୍ଯ୍ୟନ୍ତ ଏକ ବିଶାଳ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଅବସରରେ ଉତ୍କର୍ଷ ଭାପୁର ମହୋତ୍ସବର ସଭାପତି ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ଠାକୁରଙ୍କ ନିକଟରେ ପୂଜର୍ଚନା କରି ପତାକା ଦେଖାଇ ମଶାଲ ଶୋଭାଯାତ୍ରା ଶୁଭାରମ୍ଭ କରିଛନ୍ତି। ମଶାଲ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଯୁବକ, ଯୁବତୀ ଓ ସ୍ଥାନୀୟ ଲୋକେ ଉତ୍ସହର ସହ ଅଂଶଗ୍ରହଣ କରିଥିଲେ। ମଶାଲ ଶୋଭାଯାତ୍ରା ମହୋତ୍ସବ…
Read Moreବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଦୁରିଆର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ପୂର୍ବାହ୍ନରେ କ୍ରୀଡ଼ା ଉତ୍ସବର ମଶାଲ ଦୁର୍ଗାପ୍ରସାଦ ଗ୍ରାମରେ ଥିବା ଜଳେଶ୍ଵର ବାବାଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦୁର୍ଗାପ୍ରସାଦ ଓ ସିନ୍ଦୁରିଆ ଗ୍ରାମ ପରିକ୍ରମକରି କ୍ରିଡ଼ା ମାଧ୍ୟମରେ ଶାନ୍ତି, ସଂହତି ଓ ଭବିଷ୍ୟ ଜୀବନର ସାର୍ଥକତା ଉପରେ ବାର୍ତ୍ତା ଦେଇଥିଲେ। ଆଜିର କ୍ରୀଡ଼ା ଉତ୍ସବକୁ ପଞ୍ଚସଖା ଶିକ୍ଷା ସେତୁ ଯୋଜନାର ସଭାପତି ଭଗବାନ ଜେନା, ଓଡ଼ଗାଁ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ମହମ୍ମଦ ଉମର୍ ମଲ୍ଲିକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥାଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ଛାତ୍ରଛାତ୍ରୀଙ୍କ ଠାରୁ ମଶାଲ ଗ୍ରହଣକରି ସ୍ଥାପନା କଲାପରେ କ୍ରୀଡ଼ା ପତାକା ଉତ୍ତୋଳନ କରି ପିଲାଙ୍କୁ କ୍ରୀଡ଼ାର ଉପକାରିତା ଉପରେ…
Read Moreଉତ୍କଳ ଘଣ୍ଟ କବି ଯଦୁମଣିଙ୍କ ଜନ୍ମ ଜୟନ୍ତୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ପୂଜ୍ୟପୂଜା କମିଟି, ନୟାଗଡ଼ ଆନୁକୂଲ୍ୟରେ ଆଜି ଉତ୍କଳ ଘଣ୍ଟ କବି ଯଦୁମଣିଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ଜଗନ୍ନାଥ ମନ୍ଦିର ନିକଟସ୍ଥ ଉତ୍କଳ ଘଣ୍ଟ କବି ଯଦୁମଣିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା। କାର୍ଯ୍ୟକ୍ରମ ସମୟରେ “ଉତ୍କଳ ଘଣ୍ଟ ବ୍ୟଙ୍ଗ କବି ଯଦୁମଣି, ଆମ ଓଡ଼ିଆ ମାଟି ମା’ର ମଉଡମଣି” ପରି ନାରା ଦିଆଯାଇ ତାଙ୍କ ସାହିତ୍ୟିକ ଅବଦାନକୁ ସ୍ମରଣ କରାଯାଇଥିଲା। ଏହି ସ୍ମୃତି ସଭାରେ ଗୋଦାବରିଶ ସାହୁ, ସାମ୍ବାଦିକ ରାମକୃଷ୍ଣ ରଥ, ବୈଦ୍ୟଭୁଷଣ ମହାପାତ୍ର, ଧିରେନ୍ଦ୍ର ପଟ୍ଟନାୟକ ପ୍ରମୁଖଙ୍କ ସହ ମନସୁର ମଲ୍ଲିକ, ସନ୍ତୋଷ କୁମାର ଶର୍ମା, ରଜନୀକାନ୍ତ ଭୁୟାଁ, ପ୍ରଶାନ୍ତ କୁମାର ଜେନା, ସନ୍ତୋଷ କୁମାର ଦାଶ ଓ ଇଶାନ ପ୍ରସାଦ ଦାଶ ଉପସ୍ଥିତ ଥିଲେ।
Read More