ଗ୍ରୀନକ୍ଲବ ପକ୍ଷରୁ ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଉଦ୍ଘାଟିତ

ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ହରିହରପୁର ଗ୍ରୀନକ୍ଲବ ତରଫରୁ ଗ୍ରୀନ ପାର୍କ ପରିସର ମଧ୍ୟରେ ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଆଜି ଉଦ୍ଘାଟିତ ହୋଇ ଯାଇଛି। କ୍ଲବର ଉପଦେଷ୍ଟା ସୌଦାଗର ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶରଣକୁଳ ଅଞ୍ଚଳରେ କୁନୁ କୁନି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ନୂତନ ସମ୍ଭାବନାର ଅୟରାରମ୍ଭ କରିଛି। ଆଜିର ଉଡ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ନୟାଗଡ଼ ଜିଲ୍ଲାର ସୁନାମଧନ୍ୟ ସୁସାହିତ୍ୟିକ ଡ. ସୁରେଶ ଚନ୍ଦ୍ର ବରାଡ଼ ।  ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବକୁ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆରମ୍ଭ କରିଥିଲେ। ତତ୍ପରେ ଆଜିର ପ୍ରତିଯୋଗୀତା ୧୦୦ ମିଟର ଦୋୈଡ଼, ଲମ୍ବଡ଼ିଆଁ, ସୃଜନିକା, ଝୋଟିଚିତା, ଦଉଡ଼ିଡ଼ିଆଁ, ସଂଗୀତ, ମୁରୁଜ, ଆଦି ବରିଷ୍ଠ ଓ କନିଷ୍ଠ ବର୍ଗ ପାଇଁ ଅନୁଷ୍ଠିତ ହୋଇଥିଲା।…

Read More

ଦ୍ଵିତୀୟ ଦିବସରେ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ନେଟବଲ ପ୍ରତିଯୋଗିତା,
ମ୍ୟାଚ୍‌କୁ ନେଇ ଖେଳପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ

ରଣପୁର,(ନୟାଗଡ଼ ଦର୍ପଣ) : ରଣପୁରରେ ଆୟୋଜିତ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ନେଟବଲ ପ୍ରତିଯୋଗିତାର ଦ୍ଵିତୀୟ ଦିବସରେ ଖେଳଗୁଡିକ ଉତ୍ସାହପୂର୍ଣ୍ଣ ଓ କଠିନ ପ୍ରତିସ୍ପର୍ଧାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ମ୍ୟାଚଗୁଡିକରେ ବିଭିନ୍ନ ଜିଲ୍ଲାର ଦଳମାନେ ଦକ୍ଷତା, ସମନ୍ୱୟ ଓ ଖେଳମନୋଭାବର ପ୍ରଦର୍ଶନ କରିଥିଲେ। ବାଳକ ଓ ବାଳିକା ବିଭାଗରେ ହୋଇଥିବା ଲିଗ୍, କ୍ୱାର୍ଟର ଓ ସେମିଫାଇନାଲ ମ୍ୟାଚଗୁଡିକ ଦର୍ଶକମାନଙ୍କୁ ଭାରି ଆକର୍ଷିତ କରିଥିଲା। କେତେକ ମ୍ୟାଚ ଶେଷ ମୁହୂର୍ତ୍ତରେ ପଏଣ୍ଟ ତଫାତରେ ନିଷ୍ପତ୍ତି ହେବାରୁ ରୋମାଞ୍ଚ ଚରମକୁ ପହଞ୍ଚିଥିଲା। ପ୍ରଥମ ଦିନ ହୋଇଥିବା ଲିଗ ମ୍ୟାଚ୍‌ଗୁଡ଼ିକରେ ବିଭିନ୍ନ ଜିଲ୍ଲା ଦଳ ଅଂଶଗ୍ରହଣ କରି ଉତ୍କୃଷ୍ଟ କ୍ରୀଡାଦକ୍ଷତା ପ୍ରଦର୍ଶନ କରିଥିଲେ। ବାଳିକା ବିଭାଗରେ ଭଦ୍ରକକୁ ୧୧–୦୩ ଗୋଲ୍‌ରେ ପରାସ୍ତ କରି କେନ୍ଦ୍ରାପଡ଼ା ବିଜୟୀ ହୋଇଥିବାବେଳେ କେଉଁଝରକୁ ୧୬–୦୭ ଗୋଲ୍‌ରେ ହରାଇ ନୟାଗଡ଼ ଦଳ ଜିତ ହାସଲ କରିଥିଲା। ଢେଙ୍କାନାଳ ୧୦–୦୭…

Read More

ଜିଲ୍ଲା ଖାଉଟି ବିବାଦ ଅଦାଲତଙ୍କ ଷ୍ଟେନୋ ଧନୁର୍ଜୟ ନାୟକଙ୍କ ବିୟୋଗରେ ଶୋକସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ଖାଉଟି ବିବାଦ ସମାଧାନ ଅଦାଲତରେ କାର୍ଯ୍ୟରତ ବରିଷ୍ଠ ଷ୍ଟେନୋ ଧନୁର୍ଜୟ ନାୟକଙ୍କ ଗତ କାଲି ୧୬ ତାରିଖ ରେ ହୃଦଘାତ ଜନିତ ଅକାଳ ବିୟୋଗ ଅବସରରେ ଖାଉଟି ବିବାଦ ଆୟୋଗ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇ ସ୍ବର୍ଗତ ନାୟକଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଖାଉଟି ବିବାଦ ସମାଧାନ ଆୟୋଗ ଅଧ୍ୟକ୍ଷ ଶ୍ରୀ ମିଶ୍ର, ସଭ୍ୟ କରୁଣାକର ନାୟକ,ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ରଣଜିତ ଦାଶ, ସମ୍ପାଦକ ଶ୍ରୀ ସ୍ବଦେଶ ମିଶ୍ର, ଉପସଭାପତି ସନ୍ତୋଷ ରାଉତରାୟ, ବରିଷ୍ଠ ଆଇନଜୀବୀ ଅରୁଣ ମହାପାତ୍ର, ଦଣ୍ଡପାଣି ନାୟକ, କୃପାସିନ୍ଧୁ ନାୟକ, ରାଧାକୃଷ୍ଣ ସାହୁ,ଅର୍ଜୁନ ସାହୁ, ପୁଷ୍ପାଞ୍ଜଳି ମିଶ୍ର, ଦେବାଶିଷ ପଟ୍ଟନାୟକ,ରତିକାନ୍ତ ପଟ୍ଟନାୟକ, ଶିବାଶିଷ ମହାନ୍ତି, ଉଦୟନାଥ ମିଶ୍ର ପ୍ରମୁଖ ସ୍ବର୍ଗତ…

Read More