ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ବାର୍ଷିକ ମାତ୍ରୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅତିଥିଭାବେ ଅବସରପ୍ରାପ୍ତ ଇଂରାଜୀ ଶିକ୍ଷକ ରାମଚନ୍ଦ୍ର ମହାପାତ୍ର ଓ ସମାଜସେବୀ ସରସୀବାଳା ଦାସ ଯୋଗଦେଇ ଶିଶୁର ପ୍ରଗତିରେ ମାଆର ଭୂମିକା ବିଷୟରେ ଆଲୋଚନା କରିଥିଲେ। ସଂପାଦକ ଶ୍ରୀଯୁକ୍ତ ସାହୁ ଉତ୍ତମ ମାଆବାପା ହେବା ପାଇଁ ହେଲେ କଠିନ ପରିଶ୍ରମ ଓ ସାଧନା କରିବାକୁ ପଡିବ ବୋଲି କହିବା ସହିତ ବିଭିନ୍ନ ସୂତ୍ର ବିଷୟରେ ଆଲୋଚନା କରିଥିଲେ। ବିଦ୍ଯାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ଶିଶୁ ମାନଙ୍କର ପ୍ରଗତି ପାଇଁ ମାଆବାପା ମାନଙ୍କୁ ବିଦ୍ଯାଳୟ ତରଫରୁ ୨୦ଟି ସଚେତନତା ସୂଚନା ପ୍ରଦାନ କରିଥିଲେ। ଶିଶୁ ମାନଙ୍କର ପିତାମାତା ଓ ଗୁରୁଜୀ ଗୁରୁମା…
Read MoreDay: December 15, 2025
ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ୩୧ତମ ବାର୍ଷିକ ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଲେଖକ ପରିଷଦର ୩୧ତମ ବାର୍ଷିକ ଉତ୍ସବ ନୟାଗଡ଼ ବ୍ଲକ ସଭା ଗୃହରେ ବେଶ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦବାନ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ସୁ ସାହିତ୍ୟିକ ତଥା ଗାଳ୍ପିକ ସତ୍ୟବାଦୀ ବଳିୟାରସିଂ ଯୋଗଦାନ କରି ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ସାହିତ୍ୟିକ ମାନଙ୍କୁ ଅତିଥିମାନେ ମାନପତ୍ର ଏବଂ ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି କ୍ରମରେ ବିଶିଷ୍ଟ ସାହିତ୍ୟିକ ତଥା ଐତିହାସିକ ସତ୍ୟବାଦୀ ବଳିୟାରସିଂହଙ୍କୁ ନୟାଗଡ଼ ସାରସ୍ୱତ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଉମରକୋଟର ବିଶିଷ୍ଟ ସମାଜସେବୀ ତଥା…
Read More