ନୟାଗଡ଼, (ନୟାଗଡ଼ ଦର୍ପଣ): ଇଟାମାଟି ପଞ୍ଚାୟତର ପୂର୍ବତନ ସରପଞ୍ଚ, ବହୁମୁଖି ପ୍ରତିଭାର ଅଧିକାରି, ସମର୍ପିତ ସମାଜସେବୀ, ପ୍ରଗତିଶୀଳ ରାଜନେତା ଓ ଶିକ୍ଷାବିତ୍ ସ୍ବର୍ଗତ ଶ୍ରବଣ କୁମାର ରାମଙ୍କ ଆକସ୍ମିକ ଏବଂ ଅକାଳ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଅପୂରଣୀୟ। ଜଣେ ମେଳାପି ଏବଂ ବନ୍ଧୁ ବତ୍ସଳ ଭାବେ ସେ ସମସ୍ତଙ୍କ ହୃଦୟ ଜିଣି ପାରିଥିଲେ ବୋଲି ସ୍ୱର୍ଗତ ଶ୍ରବଣ ରାମଙ୍କ ଉଦ୍ଦେଶ୍ୟରେ ଇଟାମାଟି ବଣିକ ସଂଘ ସଭାପତି କିଶୋର ଚନ୍ଦ୍ର ନାୟକଙ୍କ ପୌରୋହିତ୍ୟରେ ଇଟାମାଟି ଦୋଳ ମଣ୍ଡପ ଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବ୍ୟବସାୟୀ, ବୁଦ୍ଧିଜୀବି, ଶିକ୍ଷାବିତ୍, ତଥା ଶ୍ରବଣ ପ୍ରେମୀମାନେ ଯୋଗଦାନ କରି ମତ ବ୍ୟକ୍ତ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ୱର୍ଗତ ଶ୍ରବଣ କୁମାର ରାମ୍ ପିଲାଟି ଦିନରୁ କିପରି ବିହାର ରୁ ଇଟାମାଟି ମାରୱାଡ଼ି ସାହିର ପ୍ରତିଷ୍ଠିତ ବ୍ୟବସାୟୀ ସୁକା…
Read MoreDay: December 9, 2025
ଜନଶକ୍ତି ଉଚ ବିଦ୍ୟାଳୟ ୧୯୮୫ ମେଟ୍ରିକ ବ୍ୟାଚ୍ ବନ୍ଧୁ ମିଳନ
ରାଜସୁନାଖଳା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଚାହାଳି ସ୍ଥିତ ଜନଶକ୍ତି ଉଚ ବିଦ୍ୟାଳୟର ୧୯୮୫ ମେଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରାଜସୁନାଖଳା ନିକଟସ୍ଥ କୋଟଗଡ଼ ପାର୍କଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସାଙ୍ଗକୁ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ରବିନ୍ଦ୍ରନାଥ ମହାରଣା ମୁଖ୍ୟ ଅତିଥିଭାବେ ଯୋଗଦେଇ ସେତେବେଳର ଗୁରୁ-ଶିଷ୍ୟ ପରମ୍ପରା କେତେ ମହାନ୍ ଛଳ ଛଳ ଆଖିରେ ବର୍ଣ୍ଣନା କରିଥିଲେ ଏବଂ ବିଦ୍ୟାଳୟର ପୁରାତନ କୃତି ଛାତ୍ର ଗୋଦାବରୀ ନାୟକ ମୁଖ୍ୟ ବକ୍ତାଭାବେ ଯୋଗଦେଇ ସେତେବେଳର ଶିକ୍ଷା ପଦ୍ଧତି, ଅନୁଶାସନ ଓ ବିଦ୍ୟାଳୟର ଶୈକ୍ଷିକ ପରିବେଶ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମର ଆବାହକ ସନ୍ତୋଷ କୁମାର ବେହେରାଙ୍କ ଉଦ୍ୟମରେ ଦୀର୍ଘ ୪୦ ବର୍ଷ ପରେ ଅନେକ ପୁରାତନ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ ଏବଂ…
Read More