ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଗୋଡିପଡା ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋଡ଼ିପଡ଼ା ଯୁବ ରେଡ୍ କ୍ରସ୍ ବିଭାଗ ଦ୍ଵାରା ବିଶ୍ଵ ଏଡ୍ସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଉଷାରାଣୀ ପଟ୍ଟନାୟକ ଯୋଗଦେଇ ସୁସ୍ଥ ରହିବା ଆମର ପରମ ଲକ୍ଷ୍ୟ ହେବା ଉଚିତ୍ ବୋଲି କହିଥିଲେ। ଅଧ୍ୟାପକ ଲକ୍ଷ୍ମୀଧର ଦାସ ଯୋଗଦେଇ ସୁସ୍ଥ ସମାଜ ପାଇଁ ଛାତ୍ର ଛାତ୍ରୀ ମାନଙ୍କଠାରେ ଏଡ୍ସ ସଚେତନତା ଓ ସେବା ଭାବନା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ବିଜ୍ଞାନଗାର ସହାୟକ ପବିତ୍ର ପୃଷ୍ଟି ଓ ଶରତ ଚନ୍ଦ୍ର ମହାପାତ୍ର ବିଶ୍ଵ ଏଡ୍ସ ଦିବସ ପାଳନ ର ମହତ୍ତ୍ଵ ବିଷୟ ରେ କହିଥିଲେ। ତର୍କ ରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଥିବା ସୁଶ୍ରୀ ପ୍ରିୟଦର୍ଶିନୀ ମହାପାତ୍ରକୁ ପୁରସ୍କୃତ କରାଯାଇଥିଲା । ଯୁବ ପରାମର୍ଶ…
Read MoreDay: December 1, 2025
ନୟାଗଡ଼ ଜିଲ୍ଲାରେ ତୁରନ୍ତ ଧାନମଣ୍ଡି ଖୋଲିବା ପାଇଁ କଂଗ୍ରେସ ସଭାପତିଙ୍କ ଦାବୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଧାନକିଣା କାର୍ଯ୍ୟ ଶୁଭାରମ୍ଭ କରାଯିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିବା DLPC ବୈଠକରେ ଡିସେମ୍ବର ୨୯ତାରିଖ ଠାରୁ ଜିଲ୍ଲାରେ ଧାନ ମଣ୍ଡି ଖୋଲି ଧାନକିଣା କାର୍ଯ୍ୟ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯିବା ନିଷ୍ପତ୍ତି ଚାଷୀବିରୋଧୀ ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ୍ ଦାଶ ଦାବି କରିଛନ୍ତି। ଏବେ ଧାନ ଅମଳ ହୋଇ ଚୀଷୀ ମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଧାନ ମହଜୁଦ୍ ଅଛି। ତେଣୁ ଜିଲ୍ଲାରେ ଅଭାବୀ ଧାନ ବିକ୍ରୀକୁ ବନ୍ଦ କରିବା ପାଇଁ ଏବେ ଠାରୁ ଧାନ ମଣ୍ଡି ଖୋଲି ଧାନ କିଣା ଆରମ୍ଭ କରିବା ପାଇଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି। କାରଣ ଗତବର୍ଷ ଠିକ୍ ଏହି ଡିସେମ୍ବର ୨୯ ଧାନକିଣା କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରାୟ ୧ମାସ ଯାଏ…
Read Moreଜିଲ୍ଲାସ୍ତରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା
ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲା ସ୍ତରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୨୩ ତାରିଖରେ ଜିଲ୍ଲାର ୩୧ଟି କେନ୍ଦ୍ରରେ ବିଦ୍ୟାଳୟ ସ୍ତରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ୨୦୨୫ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟରେ ପ୍ରଥମ ସ୍ଥାନ ହାସଲ କରିଥିବା ପରୀକ୍ଷାର୍ଥୀଙ୍କୁ ଆଜି ଜିଲ୍ଲା ସ୍ତରୀୟ ପରୀକ୍ଷା ପାଇଁ ଡ଼କାଯାଇଥିଲା। ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଅବିଭାବିକା ମାନେ ସେମାନଙ୍କ ପିଲାମାନଙ୍କୁ ନେଇ ନନ୍ଦିଘୋଷ ଗ୍ରାମରେ ଥିବା ଜବାହରଲାଲ ବିଦ୍ୟାପୀଠକୁ ୧୦ଟା ପୂର୍ବରୁ ପହଞ୍ଚି ଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ ଓ ଧୂପଦୀପ ନୈବେଦ୍ୟ ଦେଇ ଅତିଥିମାନେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମୋଟରେ ବିଦ୍ୟାଳୟ ସ୍ତରୀୟ ପରୀକ୍ଷା ରେ ପ୍ରଥମ ହୋଇ ଥିବା ଜିଲ୍ଲାର ୩୧…
Read Moreଖଣ୍ଡପଡା ଏବଂ ଭାପୁର ବ୍ଲକରେ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ସିଜିନ-୩ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଖଣ୍ଡପଡା ଏବଂ ଭାପୁର ବ୍ଲକରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଭାପୁର ବ୍ଲକର ସେଣ୍ଟ ଜାଭିଆର ସ୍କୁଲରେ ଅନୁଷ୍ଠିତ ଭକ୍ତି ସଙ୍ଗୀତ ପ୍ରତିଯୋଗିତାରେ ଓମ ପ୍ରକାଶ ମହାରଣା,ସ୍ଵାଗତିକା ନାଏକ,ମିତାଲି ଦାଶ, ଆରାଧନା ପଣ୍ଡା ଏବଂ କ୍ରିଷ୍ଣା ଦାଶ ସେମି ଫାଇନାଲ ପର୍ଯ୍ୟାକୁ ମନୋନୀତ ହୋଇଥିଲେ। ସେହିପରି ଅପରାହ୍ନରେ ଖଣ୍ଡପଡ଼ା ବ୍ଲକ ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ରରେ ଅନୁଷ୍ଠିତ ପ୍ରତିଯୋଗିତାରେ ଇପ୍ସିତା ପ୍ରିୟଦର୍ଶିନୀ,ଗୁଡୁ ମହାନ୍ତି,ବିଶ୍ୱଜିତ ନାୟକ, ଶୁଭସ୍ମିତା ବେହେରା, ବର୍ଷାରାଣୀ ପ୍ରଧାନ ପ୍ରମୁଖ ସେମି ଫାଇନାଲକୁ ମନୋନୀତ ହୋଇଥିଲେ। ଉଭୟ ବ୍ଲକରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଚାରପତି ଭାବେ ନୟାଗଡ଼ର ବରିଷ୍ଠ ତଥା ବେତାର କଣ୍ଠଶିଳ୍ପୀ ସୁର ଗନ୍ଧର୍ବ ନବକିଶୋର ମିଶ୍ର, ରବୀନ୍ଦ୍ର କୁମାର ଦାଶ ଏବଂ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଯୋଗଦାନ…
Read Moreପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା: ଶିକ୍ଷକର କେବେ ଅବସର ନଥାଏ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜଣେ ଶିକ୍ଷକର କେବେ ଅବସର ନଥାଏ । ସେ ସବୁ ସମୟ ପାଇଁ ହିଁ ଶିକ୍ଷକ ଅଟେ । ଜଣେ ଶିକ୍ଷକ ସମଗ୍ର ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକର ମର୍ଯ୍ୟଦା ହିଁ ପାଇଥାଏ । ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ପଶ୍ଚିମ ଟାଉନ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରବାସିନୀ ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବ୍ଲକ ଶିକ୍ଷାଧିକାରୀ ଉମାକାନ୍ତ ସେଠି ଏପରି ମତବ୍ୟକ୍ତ କରିଥିଲେ। ଶ୍ରୀମତୀ ମିଶ୍ରଙ୍କର ଦୀର୍ଘ ଦିନର ସେବା, ସମର୍ପଣ ତଥା ଶିକ୍ଷା ପ୍ରତି ନିଷ୍ଠା ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବା ସହିତ ପିଲାମାନଙ୍କୁ ଶିଖାଇଥିବା ଶ୍ରମ, ଶୃଙ୍ଖଳା,ମୂଲ୍ୟବୋଧ ଏବଂ ସଠିକ ପଥରେ ଚାଲିବାର ଉପାୟ ସଦାସର୍ବଦା ପିଲାମାନଙ୍କୁ ଆଲୋକମୟ ପଥରେ ଚାଲିବା ପାଇଁ ସାହାଯ୍ୟ କରିବ ବୋଲି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ,…
Read Moreଷଷ୍ଠ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସମ୍ବର୍ଦ୍ଧନା ପରିବାରର ପ୍ରତିଷ୍ଠାତା ସଦସ୍ୟ ଦିନବନ୍ଧୁ ମହାପାତ୍ର, ଗୋଦାବରୀ ବସନ୍ତିଆ ଓ ରାଜେଶ କୁମାର ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୩୦ ତାରିଖ ରବିବାର ଦିନ ଶରଣକୁଳ କୁସୁମୀ ନଦୀ ପାର୍ଶ୍ଵରେ ଅବସ୍ଥିତ ହରିହରପୁର ଗ୍ରୀନ କ୍ଳବ୍ ପରିସରରେ “ସମ୍ବର୍ଦ୍ଧନା “ପରିବାର ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ପରିବାରର ସଭାପତି କବି କୁସୁମ ନିରାକାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ଶାନ୍ତନୁ କୁମାର ରଥ, ପ୍ରାକ୍ତନ ନିର୍ଦ୍ଦେଶକ ଆକାଶବାଣୀ କଟକ ଓ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର, ଏବଂ ସମ୍ମାନିତ ଅତିଥି ଭାବରେ ଡକ୍ଟର ଯଦୁନାଥ ପ୍ରଧାନ, ପ୍ରାକ୍ତନ ଅଧ୍ୟକ୍ଷ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟ, ଭବାନୀପାଟଣା, ମୁଖ୍ୟ ଉପଦେଷ୍ଟା ଭାବରେ ଡକ୍ଟର ବେଣୁଧର…
Read More