ଅଗ୍ନିପଥ ଯୋଜନା ପାଇଁ ନିଯୁକ୍ତି ରାଲି

ନୟାଗଡ଼,(ନୟାଗଡ଼ ଦର୍ପଣ): କଟକ, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲା ପାଇଁ ଅଗ୍ନିପଥ ଯୋଜନା ଅଧୀନରେ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ପାଇଁ ସେନା ନିଯୁକ୍ତି ରାଲି ୨୨ ଅକ୍ଟୋବରରୁ ୨୬ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ଵର (ଓଡିଶା)ର ସୈନିକ ସ୍କୁଲରେ ଅନୁଷ୍ଠିତ ହେବ। ନିଯୁକ୍ତି ରାଲି ସମୟରେ ଅନଲାଇନ୍ କମନ୍ ଏଣ୍ଟ୍ରାନ୍ସ ପରୀକ୍ଷା (CEE)ରୁ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀମାନଙ୍କୁ ଶାରୀରିକ ସୁସ୍ଥତା ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ପାଇଁ ଡକାଯାଇଛି। ପ୍ରାର୍ଥୀଙ୍କ ପ୍ରବେଶ ପତ୍ର ପୂର୍ବରୁ ସେମାନଙ୍କର ପଞ୍ଜିକୃତ ଇମେଲ୍ ଆଇଡିକୁ ପଠାଯାଇଛି। ପ୍ରାର୍ଥୀମାନେ ଭାରତୀୟ ସେନାରେ ଯୋଗ ଦିଅନ୍ତୁ ୱେବସାଇଟ୍ www.joinindianarmy.nic.in ରେ ସେମାନଙ୍କର ପ୍ରୋଫାଇଲ୍‌ରେ ଲଗ୍ ଇନ୍ କରି ନିଯୁକ୍ତି ରାଲି ପାଇଁ ସେମାନଙ୍କର ପ୍ରବେଶ ପତ୍ର ଡାଉନଲୋଡ଼ କରିପାରିବେ । ଯେକୌଣସି ପ୍ରଶ୍ନ ପାଇଁ,…

Read More

ଜ୍ଯୋତି କଳସ ରଥଯାତ୍ରା ଓ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଅଖିଳ ବିଶ୍ବ ଗାୟତ୍ରୀ ପରିବାର,ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୂଲ୍ୟରେ ଦିବ୍ଯ ଅଖଣ୍ଡ ଦୀପର ଶତାବ୍ଦୀ ସମାରୋହ ଓ ପରମ ବନ୍ଦନୀୟା ମାତାଜୀ ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତାବ୍ଦୀ ବର୍ଷ ଅବସରରେ ଶାନ୍ତିକୁଞ୍ଜ ହରିଦ୍ବାରରୁ ଆସିଥିବା ଜ୍ଯୋତି କଳସ ରଥକୁ ନୟାଗଡ଼ ଜିଲ୍ଲା ତରଫରୁ ଚମ୍ପତିପୁର ଗ୍ରାମ ଠାରେ ସ୍ବାଗତ କରାଯିବ ସହିତ ଶହେରୁ ଉର୍ଦ୍ଧ୍ବ ଗାୟତ୍ରୀ ପରିଜନ ମାନଙ୍କୁ ନେଇ ଏକ ବିଶାଳ ନିଶା ନିବାରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏହି ଶୋଭାଯାତ୍ରା ଚମ୍ପତିପୁର, ଆଙ୍କୁଲିପାଟଣା, ନାଟୁଗାଁ ପରିକ୍ରମା କରି କଦଳୀବସ୍ତ ସାହିରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଏହି ଜ୍ଯୋତି କଳସ ରଥରେ ପରିବ୍ରାଜକ ଭାବେ ସମଗ୍ର ଓଡିଶା ରାଜ୍ଯ ପରିକ୍ରମା କରୁଥିବା ପ୍ରତାପ କୁମାର ସ୍ବାଇଁ,ଅନନ୍ତ ବଳିୟାର ସିଂହ…

Read More

ଜିଲ୍ଲାବ୍ୟାପି ଭୋଟ ଚୋରି ଦସ୍ତଖତ ଅଭିଯାନ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ ଜିଲ୍ଲାବ୍ୟାପି ଭୋଟ ଚୋରି ଦସ୍ତଖତ ଅଭିଯାନ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଡିସିସି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ପିସିସି ପର୍ଯ୍ୟବେକ୍ଷକ ସୁଶ୍ରୀ ସ୍ୱାଗତିକା ପଟ୍ଟନାୟକ ଏହି ବୈଠକରେ ଯୋଗ ଦେଇ ଜିଲ୍ଲାର ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଆଲୋଚନା କରି ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଆସନ୍ତା ୧୯ ତାରିଖ ସୁଦ୍ଧା ଅନ୍ୟୁନ ୧୦ହଜାର ସାଧାରଣ ଜନତା ଙ୍କ ଦସ୍ତଖତ କରାଯିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ଏବଂ ଅଦ୍ୟାବଧି ସମଗ୍ର ଜିଲ୍ଲାରେ ପ୍ରାୟ ୧୫ହଜାର ଦସ୍ତଖତ ସଂଗ୍ରହ କାର୍ଯ୍ୟ ଶେଷ ହୋଇଥିବା ବ୍ଲକ ସଭାପତି ଭାବେ ରିପୋର୍ଟ ଦେଇଥିଲେ। ସେହିଭଳି ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟଚୋରି…

Read More