କ୍ଲଷ୍ଟର୍ ସ୍ତରୀୟ ସୁରଭି ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ମଶାବାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଶାବାରୀ କ୍ଲଷ୍ଟର୍ ସିଆରସିସି ଯଶୋବନ୍ତ ପଟ୍ଟନାୟକଙ୍କ ପରିଚାଳନାରେ ଶିଶୁମହୋତ୍ସବ ସୁରଭି -୨୦୨୫ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କ୍ଲଷ୍ଟର୍ ଅନ୍ତର୍ଗତ ଚାରିଟି ପଞ୍ଚାୟତର ଚଉଦଟି ବିଦ୍ୟାଳୟରୁ ଗାଇଡ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଏକଶହ ପଚାଶ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ।ଶିକ୍ଷାବିତ୍ ଦାମୋଦର ଖିଲାର, ସାରସ କୁମାର ମିଶ୍ର, ପ୍ରଦୀପ୍ତ କୁମାର ନାୟକ,ଡ.ସ୍ୱରୂପ ରଞ୍ଜନ ମିଶ୍ର, ଡ.ଦେବୀପ୍ରସାଦ ପଣ୍ଡା, ସଂଗୀତ ଶିକ୍ଷକ ସବ୍ୟସାଚୀ ମିଶ୍ର, ବିଶିଷ୍ଟ କଳାକାର ପଞ୍ଚାନନ ସାହୁ ବିଚାରକ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମୂଲ୍ୟାଙ୍କନ କରିଥିଲେ। ସୁରଭି କାର୍ଯ୍ୟକ୍ରମର ଦଳଗତ ନୄତ୍ୟ ଦେଖିବାକୁ ଦର୍ଶକମାନଙ୍କ ପ୍ରବଳ ଭିଡ଼ ଜମିଥିଲା।ଉକ୍ତ କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ରାଜକିଶୋର ସାହୁ, ରଘୁନାଥ ମଲ୍ଲିକ, ଅବସରପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ମହାନ୍ତି,ସିଆରସିସି ନରେଶ ପାଣିଗ୍ରାହୀ,ମଶାବାରୀ…

Read More

ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ନୟାଗଡ଼ ପକ୍ଷରୁ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ  ଜିଲ୍ଲା ସଦର ମହକୁମାରସ୍ଥିତ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ  ରବିବାର ପାଳିତ ହୋଇ ଯାଇଛି। ଜିଲ୍ଲା ସଂସ୍କୃତ ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ପଣ୍ଡା ସଭାରେ  ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, ଭୁବନେଶ୍ୱରର ପୂର୍ବତନ ସାଧାରଣ ସମ୍ପାଦକ ନରସିଂହ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ  ସଂସ୍କୃତ ଭାଷାର ମହତ୍ତ୍ଵ ବିଷୟରେ ବକ୍ତବ୍ୟ ଦେଇଥିଲେ।  ସମ୍ମାନିତ ଅତିଥି ଭାବେ ଜିଲ୍ଳାର ବରିଷ୍ଠ ସଂସ୍କୃତ ଶିକ୍ଷକ ମନମୋହନ ଚମ୍ପତି, କୋଷାଧ୍ୟକ୍ଷ ଶ୍ରୀହର୍ଷ ମହାପାତ୍ର  କାର୍ଯ୍ୟକାରୀ ସଭାପତି ଅଖିଳ କୁମାର ସାହୁ  ସଂସ୍କୃତ ଭାଷାର ସୁରକ୍ଷା ଏବଂ ଜିଲ୍ଲା ସଂସ୍କୃତ ଶିକ୍ଷକ ସଂଗଠନକୁ ସୁଦୃଢ଼ କରିବା ପାଇଁ  ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଉଦ୍ଦେଶ୍ୟରେ…

Read More

ଏସ୍‌ଆଇରୁ ଇନ୍ସପେକ୍ଟର ପାହ୍ୟାକୁ  ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ନୟାଗଡ ଏସପି

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୁଲିସରେ ୧୧ଜଣ ଏସ୍‌ଆଇରୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ନୟାଗଡ ଏସପି ଏସ ସୁଶ୍ରୀ। ନୟାଗଡ଼ ଜିଲ୍ଲାର କାର୍ଯ୍ୟରତ ୧୧ ଜଣ ଏସ୍‌ ଆଇ ଇନ୍ସପେକ୍ଟର ସ୍ତରକୁ ପଦୋନ୍ନତି ପାଇଛନ୍ତି। ଏହି ପଦୋନ୍ନତି ତାଲିକାରେ ଓଡ଼ିଶାରେ ୪୨୭ ଜଣ ଏସ୍‌ଆଇଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ମିଳିଛି ।ଏହି ପଦୋନ୍ନତି ତାଲିକାରେ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ୧୧ ଜଣ ଏସ୍‌ଆଇଙ୍କ ନାମ ରହିଛି। ନୟାଗଡ଼ ଜିଲ୍ଲା ଦର୍ପନାରାୟଣପୁର ଫାଣ୍ଡିରେ କାର୍ଯ୍ୟରତ ଏସ୍‌ଆଇ ଧର୍ମେନ୍ଦ୍ର ଶିଆଳ, ଚାନ୍ଦପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ସଞ୍ଜୟ କୁମାର ପରିଡ଼ା, ରଣପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ସ୍ନେହଲତା ପ୍ରଧାନ, ନୟାଗଡ଼ ଟାଉନ ଥାନାରେ କାର୍ଯ୍ୟରତ ଏସ୍‌ଆଇ ଶିବାରଞ୍ଜନ ସିଙ୍ଗା, ଏସଆଇ ସନ୍ତୋଷ କୁମାର ଦାଶ, ଚାନ୍ଦପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ଶ୍ରଦ୍ଧା ନାୟକ,…

Read More