ଲୋକ ନୋଡ଼ାଲ ବିଦ୍ୟାପୀଠରେ “ଦ୍ୱିତୀୟ ଏକକ ପରୀକ୍ଷା’ ଫଳ ପ୍ରକାଶନ ଉତ୍ସବ ପାଳିତ

ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ନିକଟବର୍ତ୍ତୀ ପଞ୍ଚିରିଡା ମାନପୁର ଗ୍ରାମରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ଦ୍ଵିତୀୟ ଏକକ ପରୀକ୍ଷାର ଫଳ ପ୍ରକାଶନ ଉତ୍ସବ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ଵୈତ ନାରାୟଣ ରଣସିଂହଙ୍କ ପୈାରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶରଣକୁଳ କ୍ଳଷ୍ଟରର ସିଆରସିସି ରାଜକିଶୋର ନାୟକ ଯୋଗ ଦେଇଥିଲାବେଳେ ମୁଖ୍ୟ ବକ୍ତା ରୂପେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବୈକୁଣ୍ଠ ନାଥ ପ୍ରଧାନ ଯୋଗଦେଇଥିଲେ। ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ସଭା ଆରମ୍ଭ ହୋଇଥିଲା। ତପିରେ ଶ୍ରେଣୀ ଅନୁସାରେ ଫଳ ପ୍ରକାଶ କରାଯାଇ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧଧିକାର କରିଥିବା ଛାତ୍ରଛାତୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଡ.ସୁରେଶ ଚନ୍ଦ୍ର ବରାଡ଼ ସଂଯୋଜନା…

Read More

ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜନ୍ମଜୟନ୍ତୀ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଦେଶ କଂଗ୍ରେସ କମିଟି ପ୍ରଥମ ସଭାପତି, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, “ସମାଜ” ଖବରକାଗଜ ଏବଂ ଲୋକସେବକ ମଣ୍ଡଳ ପ୍ରତିଷ୍ଠାତା ଅଧ୍ୟକ୍ଷ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ପବିତ୍ର ଜନ୍ମଜୟନ୍ତୀ ଅବସରରେ ସ୍ଥାନୀୟ ରାମକୃଷ୍ଣ ଆଦର୍ଶ ବିଦ୍ୟାଳୟ ପରିସରରେ ସ୍ଥାପିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଫୁଲ ଚନ୍ଦନ ସହ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ନୟାଗଡ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ଜିଲ୍ଲା ଯୁବ କଂଗ୍ରେସ ପୂର୍ବତନ ସଭାପତି ପୀତବାସ ଖୁଣ୍ଟିଆଙ୍କ ସମେତ ରାମକୃଷ୍ଣ ଆଦର୍ଶ ଶିକ୍ଷକେନ୍ଦ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀଧର ସାହୁ, ରୋଟାରୀଆନ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଲଷ୍ମୀଧର ରାଉତରାୟ, ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ଦାସ ଏବଂ ଶିକ୍ଷାନୁଷ୍ଠାନର…

Read More

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ରେ ପୂଜ୍ୟପୂଜା କମିଟି ଏବଂ ସିଭିଲ ସୋସାଇଟିର ମିଳିତ ଆନୁକୂଲ୍ୟରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଶିକ୍ଷା କେନ୍ଦ୍ର ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଉପସ୍ଥିତ ଶ୍ରଦ୍ଧାଳୁ ପଣ୍ଡିତଙ୍କ ଜୟଗାନ କରିଥିଲେ। ପୂଜ୍ୟପୂଜା କମିଟି ଏବଂ ସିଭିଲ ସୋସାଇଟି ପକ୍ଷରୁ ରୋଟାରୀଆନ ଗୋଦାବରୀ ସାହୁ, ଶିକ୍ଷାବିତ ଶ୍ରୀଧର ସାହୁ, ନିରଞ୍ଜନ ମିଶ୍ର ପ୍ରମୁଖ ଉତ୍କଳମଣିଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଶ୍ରୀରାମ ଆଦର୍ଶ ଶିକ୍ଷା କେନ୍ଦ୍ରର ସମସ୍ତ ଛାତ୍ରଛାତ୍ରୀ, ସମସ୍ତ ଗୁରୁମା ମାନେ ଉପସ୍ଥିତ ରହିଥିବାବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସେହିପରି ପୂଜ୍ୟପୂଜା କମିଟି ଏବଂ ସିଭିଲ ସୋସାଇଟି ପକ୍ଷରୁ ଧୀରେନ୍ଦ୍ର ପଟ୍ଟନାୟକ ଧନ୍ୟବାଦ…

Read More

ଜେମାଦେଇପୁର ଶାସନର ୪୭ତମ ଗ୍ରାମ୍ୟ ଜୟନ୍ତୀ ଉତ୍ସବ ଉଦ୍‌ଯାପିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍‌ ଅନ୍ତର୍ଗତ ଜେମାଦେଇପୁର ଶାସନରେ ଗତ ୨ ତାରିଖରୁ ଚାଲିଥିବା ୪ତମ ଗ୍ରାମ୍ୟ ଜୟନ୍ତୀ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଉତ୍ସବର ପ୍ରତିଷ୍ଠାତା ସମ୍ପାଦକ ମୁରଲୀଧର ଆଚାର୍ଯ୍ୟଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୁରୀ ସଂସଦ ଡ଼ ସମ୍ବିତ ପାତ୍ର, ମୁଖ୍ୟବକ୍ତା ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, କନ୍ଧମାଳର ପୂର୍ବତନ ସଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ, ଜିଲ୍ଲା ପରିଷଦ ସଦସ୍ୟ ସୁବାସଚନ୍ଦ୍ର କହଁର, କ୍ରିଦାଶପୁର ସରପଞ୍ଚ ସଂଯୁକ୍ତା ବିଶ୍ଵାଳ ପ୍ରମୁଖ ଯୋଗଦେଇ ସାମାଜିକ ଜୀବନରେ ଗ୍ରାମ୍ୟ ସଂସ୍କୃତି ଓ ବର୍ଷକେ ଥରେ ସମସ୍ତେ ଭାଇଚାରା ନେଇ ଏକାଠି ହେବାର ଅଭିନବ ପ୍ରୟାସ ଗ୍ରାମ୍ୟ ଜୟନ୍ତୀର ପରିକଳ୍ପନାକୁ ଭୂୟସୀ ପ୍ରଶଂସା କରିଥିଲେ। ଏଥିରେ ଗ୍ରାମ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର…

Read More