ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ପ୍ରମୂଖ ବିଜେଡି ନେତାମାନେ ଆଜି ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀଙ୍କୁ ସାକ୍ଷାତ କରି ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଏହା ସହିତ ପୁଲିସର ଏକପାଖିଆ ନୀତିକୁ ବିରୋଧ କରିଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବରିଷ୍ଠ ନେତ୍ରୀ ଇରାନୀ ରାୟ, ଭାପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ, ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ସମେତ ବହୁ ନେତା ସାମିଲ ହୋଇଥିଲେ । ଖଣ୍ଡପଡ଼ା ପୁଲିସ ଉପଖଣ୍ଡରେ ସୃଷ୍ଟି ହୋଇଥିବା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିକୁ…
Read MoreDay: October 8, 2025
ଉତ୍ସର୍ଗ ନ୍ୟୁଜର ପ୍ରଥମ ସ୍ଵନକ୍ଷତ୍ର ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଅଗ୍ରଣୀ ୱେବ ଚ୍ୟାନେଲ ଉତ୍ସର୍ଗ ନ୍ୟୁଜକୁ ଆଜି ୧ବର୍ଷ ପୂର୍ତ୍ତି ଅବସରରେ ଦଶପଲ୍ଲା ବ୍ଲକର କିଛି ଆଭ୍ୟନ୍ତରୀଣ ଅଞ୍ଚଳରେ କୁନିକୁନି ପିଲାଙ୍କୁ ବର୍ଣ୍ଣବୋଧ ବହି ଏବଂ ଖାତା,ପେନ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଂଘ, ଗଣିଆ ଶାଖା କୋର୍ଡିନେଟର ତଥା ଦୈନିକ ଖବର କାଗଜ ସକାଳ ଗଣିଆ ବ୍ଲକ ପ୍ରତିନିଧି ଦେବୀ ପ୍ରସାଦ ଦାସ, ଦୈନିକ ଖବର କାଗଜ ହୀରାଞ୍ଚଳର ଦଶପଲ୍ଲା ପ୍ରତିନିଧି ରତ୍ନାକର ହୋତା, ଦୈନିକ ଖବର କାଗଜ ତୀର୍ଥକ୍ଷେତ୍ରର ଗଣିଆ ବ୍ଲକ ପ୍ରତିନିଧି ସାହେବ ସେନାପତି ପ୍ରମୁଖ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ଉତ୍ସର୍ଗ ନ୍ୟୁଜର ଷ୍ଟାଫ ଚିତ ରଞ୍ଜନ ମିଶ୍ର ପରିଚାଳନା କରିଥିବା ବେଳେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟର ସଭ୍ୟ ବିଦ୍ୟାଧର ମୁଦୁଲି, ନିହାର ରଞ୍ଜନ ମହାନ୍ତି, ସନ୍ତୋଷ କୁମାର ସାହୁ, ନାରାୟଣ ସାହୁ,…
Read Moreମିଶନ ଶକ୍ତି ବିଭାଗ ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଅବମାନନା ବିରୋଧରେ ଗର୍ଜିଲା ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ
ନୟାଗଡ, (ନୟାଗଡ଼ ଦର୍ପଣ): ଓଡ଼ିଶାର ମିଶନ ଶକ୍ତି ବିଭାଗ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ଭଳି ଅପରାଧ କରି ଆଇନର ଶାସନକୁ ଧୂଳିସାତ କରୁଥିବା ଅଭିଯୋଗରେ ଆଜି ନୟାଗଡ଼ ଜିଲ୍ଲାରେ ହଜାର ହଜାର ମିଶନ ଶକ୍ତି ଇସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଅବମାନନା ଵନ୍ଦ କରିବାପାଇଁ ଦାବି କରି ଶକ୍ତିଶାଳୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୂଚନା ଯୋଗ୍ୟ ଯେ ଗ୍ରାମାଞ୍ଚଳର କୋଟି କୋଟି ମହିଳାଙ୍କୁ ଜୀବିକା ଅର୍ଜନର ରାହା ଦେଖାଇ ସ୍ଵାଵଲମ୍ଵନଶୀଳ କରାଇବା ପାଇଁ ପ୍ରଥମେ ସ୍ଵର୍ଣ୍ଣ ଜୟନ୍ତୀ ସର୍ଵ ରୋଜଗାର ଯୋଜନା ଓ ପରେ ଜାତୀୟ ଜୀବିକା ମିଶନ ମାଧ୍ଯମରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମ ଭିତ୍ତିରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନକରି ଏହି ମହିଳାମାନେ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାର ସଞ୍ଚୟ ଜମା ରଖିଲେ। ଏହି…
Read Moreଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକାରୀଙ୍କୁ ୪୮ଘଣ୍ଟା ମଧ୍ୟରେ ଗିରଫ କରିବା ପାଇଁ ନୟାଗଡ଼ ଓକିଲ ସଙ୍ଘର ଦାବୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ ସଭ୍ୟ ତଥା ବ୍ରହ୍ମପୁର ଲୋକପ୍ରିୟ ଆଇନଜୀବୀ ସ୍ବର୍ଗତ ପୀତବାସ ପଣ୍ଡାଙ୍କୁ ଗତ ୬ ଅକ୍ଟୋବର ରାତ୍ର ୧୦ ଘଟିକା ସମୟରେ ବର୍ବରଚିତ୍ତ ହତ୍ୟାକୁ ନୟାଗଡ଼ ଜିଲ୍ଲା ଓକିଲ ସଙ୍ଘ ସଦସ୍ୟ ମାନେ ତୀବ୍ର ନିନ୍ଦା କରିଛନ୍ତି। ହତ୍ୟାକାରୀଙ୍କୁ ୪୮ଘଣ୍ଟା ମଧ୍ୟରେ ଗିରଫ କରିବା ସହିତ ମାନ୍ୟବର ଓଡିଶା ହାଇକୋର୍ଟ ନ୍ୟାୟମୁର୍ତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ କରାଯିବା ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଚାର ପ୍ରକ୍ରିୟା ସମାପ୍ତ ପାଇଁ ସମୟ ଧାର୍ଯ୍ୟ କରାଯାଉ। ସ୍ବର୍ଗତ ପଣ୍ଡାଙ୍କ ପରିବାରକୁ ରାଜ୍ୟ ସରକାର ୧ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ରାଜ୍ୟର ଅନ୍ୟାନ୍ୟ ପୀଡିତା ଆଇନଜୀବୀ ପରିବାରଙ୍କୁ ମଧ୍ୟ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉ ଏବଂ ସାରା ରାଜ୍ୟର ୫୦ ହଜାର ଆଇନଜୀବୀଙ୍କ ସୁରକ୍ଷା ପାଇଁ…
Read Moreପଥଚାରୀଙ୍କୁ ଲୁଟିଲା ବେଳେ ପୋଲିସ ହାତରେ ଧରା ପଡ଼ିଲା ଲୁଟେରା ରାଜା, ଖସିଗଲା ସହଯୋଗୀ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ବର୍ତ୍ତମାନ ସମୟରେ ରାତାରାତି କୋଟିପତି ହେବାର ନିଶା ଘାରିଛି ଯୁବପିଢ଼ିଙ୍କୁ। ସେଥିପାଇଁ କୌଣସି ବି କାର୍ଯ୍ୟ କରିବାକୁ ପଛଉ ନାହାଁନ୍ତି ଏହି ଯୁବକ ମାନେ। ୨୦ବର୍ଷରୁ ୩୫ବର୍ଷୀୟ ଯୁବକ ମାନେ ପାଦ ଥାପୁଛନ୍ତି ଅପରାଧ ଦୁନିଆରେ। ଦୈନିକ ଘଟୁଛି ଅଭାବନୀୟ ଘଟଣା। ଟେର ପାଉନଥିଲା ସ୍ଥାନୀୟ ପୋଲିସ। ପୋଲିସକୁ ମାସିକ ହାଟଗୁଂଜା ଦେଇ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ଦଶପଲ୍ଲା ଥାନା ମଧ୍ଯଖଣ୍ଡ ଅଞ୍ଚଳର କିଛି ଯୁବକ। କନ୍ଧମାଳରୁ ବାଇକ୍ ଓ କାର୍ ଯୋଗେ ଆସୁଥିବା ଯାତ୍ରୀଙ୍କୁ ଗଞ୍ଜେଇ ମାଫିଆ ଭାବି ଲୁଟ୍ରାଜ୍ ଚଳାଇ ଆସିଥିବା ଗ୍ୟାଙ୍ଗକୁ ସାବାଡ଼ କରିବା ପାଇଁ ଆକ୍ସନ୍ ମୋଡ଼କୁ ଆସିଛି ଦଶପଲ୍ଲା ପୁଲିସ। ଏହି ଲୁଟେରାଙ୍କ ଦ୍ବାରା ସାଧାରଣ ଯାତ୍ରୀ ଲୁଟ୍ର ଶିକାର ହେଉଥିବା ବେଳେ ଆଜି ଜଣେ ଲୁଟେରାକୁ କାବୁ କରିଛି ଦଶପଲ୍ଲା ପୁଲିସ। ଗିରଫ…
Read More