ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନୟାଗଡ ବ୍ଲକ କଂଗ୍ରେସର ସାଂଗଠନିକ ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ଅତିଥି ଭବନ ଠାରେ ପୂର୍ବତନ ବ୍ଲକ କଂଗ୍ରେସ୍ ସଭାପତି ଫକୀର ଚରଣ ମଲ୍ଲଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଯାଇଅଛି। ଓଡିଶା ପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ଅଖିଳ ଭାରତ କଂଗ୍ରେସ କମିଟି କିସାନ୍ କଂଗ୍ରେସ୍ ଜାତୀୟ ସଂଯୋଜକ ଅମିୟ ପଟନାୟକ ଯୋଗଦେଇ ନୟାଗଡ ବ୍ଲକ ବ୍ଲକ କଂଗ୍ରେସ ସଂଗଠନକୁ କ୍ରିୟାସିଳ କରିବା ପାଇଁ ଉପସ୍ଥିତ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ଆଗାମୀଦିନରେ ଜିଲ୍ଲାର ବରିଷ୍ଠ ନେତୃମଣ୍ଡଳୀ ଗ୍ରାମପଂଚାୟତ କୁ ଯାଇ ସଂଗଠନକୁ କ୍ରିୟାଶୀଳ କରିବାପାଇଁ ଉପସ୍ଥିତ କାର୍ଯ୍ୟ କାର୍ଯ୍ୟକର୍ତା ଙ୍କୁ ଆହ୍ୱାନ କରିଥିଲେ। ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକ ଯୋଗଦେଇ ଆଗାମୀ ଦିନରେ ନୟାଗଡ ବ୍ଲକ କଂଗ୍ରେସର କର୍ମକର୍ତ୍ତା ଏକତ୍ରିତ ହୋଇ କେନ୍ଦ୍ରର ବିଜେପି ସରକାର ଓ ଓଡ଼ିଶାର ମୋହନ ସରକାର ୧୧ମାସ ଶାସରେ କେବଳ…

Read More

ଏକ ଦିବସୀୟ ସ୍ଵେଚ୍ଛାସେବୀ ନେତୃତ୍ବ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ମଡେଲ ଡିଗ୍ରୀ କଲେଜଠାରେ ଉଚ୍ଚଶିକ୍ଷା ବିଭାଗ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ସେବା ଯୋଜନା ଏକ ଦିବସୀୟ ସ୍ଵେଚ୍ଛାସେବୀ ନେତୃତ୍ବ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଜାତୀୟ ସେବା ସଂସ୍ଥା ଓଡ଼ିଶା ଶାଖା ଆଞ୍ଚଳିକ ନିର୍ଦ୍ଦେଶିକା ସରିତା ପଟେଲ, ଉଚ୍ଚଶିକ୍ଷା ବିଭାଗର  ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଜିତେନ୍ଦ୍ର କୁମାର ସାହୁ, ଯୁବ ବ୍ୟାପାର ଅଧିକାରୀ ଅଜିତ୍ କୁମାର ଯୋଗଦେଇ ଜାତୀୟ ସେବା ଯୋଜନାର ଆବଶ୍ୟକତା ବିଷୟରେ ଯୁବବର୍ଗଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ। ଏହି ଉତ୍ସବରେ ଚାରୋଟି ଅଧିବେଶନ ମାଧ୍ୟମରେ ଶିବିରର୍ଥୀମାନଙ୍କୁ  ନିରୋଦ ବରଣ ଖୁଣ୍ଟିଆ, ଡକ୍ଟର ସୁନିଲ କୁମାର ମଲ୍ଲିକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଡକ୍ଟର ଚିତ୍ତରଞ୍ଜନ ଦାଶ ଉଦବୋଧନ ଦେଇ ଯୁବନେତୃତ୍ବ,…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ସଂସ୍କୃତ ସମ୍ଭାଷଣ ଶିବିର ଉଦଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସଂସ୍କୃତ ମାସ ପାଳନ ଅବସରରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଓ ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନ, ବାଲେଶ୍ୱରର ମିଳିତ ସହଯୋଗରେ ବିଦ୍ଯାଳୟର ପଞ୍ଚମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ଯୟନରତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ୧୦ ଦିବସୀୟ ସଂସ୍କୃତ ସମ୍ଭାଷଣ ଶିବିର ଉଦଘାଟିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ଶିବିରର ପ୍ରଶିକ୍ଷକ ଭାବେ ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନ, ବାଲେଶ୍ଵରର ପ୍ରଚାରକ ଜୟପ୍ରକାଶ ଶାସ୍ତ୍ରୀ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲା ବେଳେ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ର ସଂସ୍କୃତ ଅଧ୍ଯାପକ ଡକ୍ଟର ସନ୍ତୋଷ କୁମାର ସାହୁ ଓ ଖଳିସାହି ଉଚ୍ଚ ବିଦ୍ଯାଳୟ ର ଶିକ୍ଷକ ଗୋସ୍ୱାମୀ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ…

Read More

ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ମହାକାଶ ଦିବସ ଅବସରରେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ମହାକାଶ ଦିବସ ଉତ୍ସାହର ସହିତ ପାଳନ କରାଯାଇଛି। ଗାଇଡ୍ ଶିକ୍ଷୟିତ୍ରୀ ତଥା ବିଜ୍ଞାନ ଶିକ୍ଷିକା ଜ୍ୟୋତିର୍ମୟୀ ରାଉତ ଓ ତ୍ରିପୁରା ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଚନ୍ଦ୍ରପୃଷ୍ଠ, ଚନ୍ଦ୍ରୟାନ -୩, ବିକ୍ରମ, ପ୍ରଜ୍ଞାନ ଓ ରକେଟର ସୁନ୍ଦର ସୁନ୍ଦର ମଡେଲ ପ୍ରସ୍ତୁତ କରିଥିବା ବେଳେ ମହାକାଶକୁ ରକେଟ୍ ପ୍ରକ୍ଷେପଣ କିପରି ହୁଏ ପରୀକ୍ଷାକରି ଦେଖାଇଥିଲେ। ଏ ସମସ୍ତ ମହାକାଶ ସମ୍ବନ୍ଧୀୟ ତଥ୍ଯକୁ ବିଜ୍ଞାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ରାଉତ ପୁଙ୍ଖାନୁପୁଙ୍ଖ ଭାବରେ ଷଷ୍ଠ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବୁଝାଇ ଥିଲେ। ଏହି ବିଜ୍ଞାନ ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ମାର୍ଗଦର୍ଶନ ଦେଇଥିବା ବେଳେ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଜ୍ଞାନକୌଶଳକୁ…

Read More

ରାଜସୁନାଖଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରସଙ୍ଗ, ପୁଣି ଆନ୍ଦୋଳନ କରିବେ ଯୁବ ସାମ୍ବାଦିକ ଆର୍ତ୍ତତ୍ରାଣ ପ୍ରଧାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜସୁନାଖଳାକୁ ଏନ.ଏ.ସି ମାନ୍ୟତା ଦେବାରେ ପୁଣି ଅବହେଳା କରିଛନ୍ତି ସରକାର। ଏହି ଦାବିକୁ ନେଇ ପୁଣି ଆନ୍ଦୋଳନ ଜୋରଦାର କରିବାକୁ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ସ୍ୱେଚ୍ଛାସେବୀ ଆର୍ତ୍ତତ୍ରାଣ ପ୍ରଧାନ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ବୃହତ ଗ୍ରାମ ପଞ୍ଚାୟତ ରୂପେ ପରିଚିତ ରାଜ ସୁନାଖଳାକୁ ଏନଏସି ମାନ୍ୟତା ପାଇଁ ବିଗତ ଦଶନ୍ଧି ଧରି ପ୍ରୟାସ ଚାଲିଛି। ମାତ୍ର ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ବାରମ୍ବାର ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାର ସୀମାରେ ରହିଥିବା ଏହି ପଞ୍ଚାୟତରେ ଜନସଂଖ୍ୟା ଅନୁସାରେ ଏନଏସି ଘୋଷଣା ହୋଇଯିବା କଥା। ମାତ୍ର ଦୀର୍ଘ ଦିନର ଏହି ଦାବିକୁ ଲଗାତର ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପାଇଁ ସରକାରଙ୍କ ରହିଥିବା ସମସ୍ତ ଯୋଗ୍ୟତା ଏବଂ ମାପଦଣ୍ଡ…

Read More