ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟସରକାରଙ୍କ ଶିକ୍ଷା ବିଭାଗ ତରଫରୁ କର୍ମଚାରୀମାନଙ୍କୁ ଅବସରଗ୍ରହଣ ଦିନ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ବ୍ୟବସ୍ଥା ର ସଫଳ ରୂପାୟନ ହୋଇପାରିଛି ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ। ଅବସର ନେଉଥିବା ଶିକ୍ଷା ବିଭାଗର କର୍ମଚାରୀମାନଙ୍କ ପାଇଁ ଏହା ବେଶ୍ ଉପଯୋଗୀ ଓ ଗୁରୁତ୍ୱପୂର୍ଣ୍ଣ ମଧ୍ୟ। ଆଜି ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା କାର୍ଯ୍ୟାଳୟ ସଭାକକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଙ୍କ ସଭାପତିତ୍ବରେ ଅବସରକାଳୀନ ବିଦାୟୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ରେ ଥିବା ବିଭିନ୍ନ ବିଦ୍ୟାଳୟର ପାଞ୍ଚ ଜଣ ଶିକ୍ଷକ ତଥା ଶିକ୍ଷା କର୍ମଚାରୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପଗୁଚ୍ଛ, ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ପୂର୍ଣ୍ଣାଙ୍ଗ ପେନସନ୍, କମ୍ୟୁଟେସନ, ଗ୍ରାଚୁଇଟି ଆଦି ପ୍ରଦାନ କରିଛନ୍ତି। ଅବସର ଗ୍ରହଣ କରିଥିବା…
Read MoreMonth: June 2025
ଡାକ୍ତରଙ୍କ ବିଶୃଙ୍ଖଳିତ ଆଚରଣ ଏବଂ କର୍ତ୍ତବ୍ୟରେ ଅବହେଳା ପାଇଁ ଗିରଫ କରାଯାଉ: ଜିଲ୍ଲା କଂଗ୍ରେସ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏକ ଅପ୍ରତ୍ୟାଶ୍ରିତ ଘଟଣାକ୍ରମରେ ଦାୟିତ୍ୱରେ ଥିବା ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ଅବହେଳା ଜନିତ ଠିକଣା ସମୟରେ ଉପଯୁକ୍ତ ଚିକିତ୍ସା ଅଭାବରୁ ଆସନ୍ନ ପ୍ରସବା ମହିଳା ଏବଂ ତାଙ୍କ ଗର୍ଭସ୍ଥ ଶିଶୁର ଅକାଳ ମୃତ୍ୟୁ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଥିବା ପ୍ରମାଣ ହୋଇଛି। ସମ୍ପୃକ୍ତ ଡାକ୍ତରଙ୍କ ବିଶୃଙ୍ଖଳିତ ଆଚରଣ ଏବଂ କର୍ତ୍ତବ୍ୟରେ ଅବହେଳା ପାଇଁ ଏଭଳି ଅଭାବନୀୟ କାଣ୍ଡ ଘଟିଛି ଯାହାକି ଭାରତୀୟ ନ୍ୟାୟ ସଂହିତା ଅନୁସାରେ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ହତ୍ୟା ମୋକଦ୍ଦମା ରୁଜ୍ଜୁ କରାଯାଇ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସ୍ଥାନୀୟ କଂଗ୍ରେସ ନେତା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ଜିଲ୍ଲା କଂଗ୍ରେସ ସଂଯୋଜକ ସତ୍ୟବ୍ରତ ନାୟକ ଏବଂ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ ପ୍ରମୁଖ ମିଳିତ ପ୍ରେସ ବିବୃତିରେ…
Read More