ରାଜ୍ୟସ୍ତରୀୟ ନାଟ୍ୟମେଳାର ପଞ୍ଚମ ସନ୍ଧ୍ୟା

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟସ୍ତରୀୟ ନାଟ୍ୟମେଳାର ଆଜି ପଞ୍ଚମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ସ୍ବସ୍ତି ଝଙ୍କାର, ରାଉରକେଲା ପ୍ରଯୋଜିତ ନାଟକ ‘ବିଶ୍ୱାସର ଆତ୍ମଲିପି’ । ଅବିଶ୍ୱାସ,ସନ୍ଦେହ ଭିତରେ ପାରିବାରିକ ସମ୍ପର୍କ ରୁଗ୍‌ଣ-କ୍ଷତାକ୍ତ । ଏକ ସୁନ୍ଦର ଦାମ୍ପତ୍ୟ ଜୀବନ ମଧ୍ୟରେ କିପରି ସନ୍ଦେହ ଦୁଇଟି ଆତ୍ମାକୁ କ୍ଷତ ବିକ୍ଷତ କରେ ତାହାର ଏକ ସୁନ୍ଦର ପ୍ରତିଫଳନକୁ ନିଖୁଣ ଅଭିନୟ ମାଧ୍ୟମରେ ପରିପ୍ରକାଶ କରିଥିଲେ କଳାକାର ମାନେ। ସନ୍ଦେହ’ ପୁରୁଷର ସହଜାତ ପ୍ରବୃତ୍ତି ଏବଂ ସମର୍ପଣରେ ନାରୀ ହୁଏ ମହନୀୟା ମହୀୟସୀ । ପ୍ରଫେସର ଅବିନାଶ ଦାସ ଏବଂ ତାଙ୍କ ପତ୍ନୀ ଆଶା ଦେବୀଙ୍କ ଭିତରେ ଏକ ସୁନ୍ଦର ସୃଜନ ପରିବାରଟିଏ ଗଢି ଉଠିଥାଏ । ପରସ୍ପର ଭିତରେ ଏତେ ନିବିଡ଼ପଣ, ସେମାନଙ୍କୁ ନ ଦେଖ‌ିଲେ ଚିନ୍ତା କରାଯାଇ ପାରିବନି । ହଠାତ୍ ପରିବାର ଭିତରେ ଉଠିଲା ଝଡ଼ ।…

Read More

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଜେଡିର ବିକ୍ଷୋଭ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଜୁ ବାବୁଙ୍କ ଜୟନ୍ତୀରେ ପଞ୍ଚାୟତ ରାଜ ଦିବସ ବାତିଲ ପ୍ରସଙ୍ଗରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭା ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ବିଜୁ ବାବୁଙ୍କୁ ଅସମ୍ମାନକୁ ଓଡ଼ିଶା ବାସୀ ଗାଁ ଗାଁରେ ବିରୋଧ କରିବେ ବୋଲି ଉପସ୍ଥିତ ନେତାମାନେ କହିଥିଲେ। ପ୍ରବାଦ ପୁରୁଷ ବିଜୁ ବାବୁ ବିଶ୍ୱରେ ପରିଚିତ ଥିଲେ। ବିଜୁ ବାବୁ ମହିଳାଙ୍କୁ ଅଗ୍ରାଧିକାର ଦେଇଥିଲେ। ସାଢ଼େ ଚାରି କୋଟି ଓଡ଼ିଆ ବିଜୁ ବାବୁଙ୍କୁ ସମ୍ମାନ ଦେଉଥିବା ବେଳେ ବିଜେପି ସରକାର ବହୁତ୍ ବଡ଼ ଛଳନା କରିଛି ବୋଲି ମତ ପ୍ରକାଶ ପାଇଥିଲା। ବିଜେପି ସରକାର ଭୟଭୀତ ହୋଇ ଏଭଳି ନିଷ୍ପତି ନେଇଛି ବୋଲି ବରିଷ୍ଠ ବିଜେଡି ନେତ୍ରୀ ଇରାନୀ…

Read More

ମହାବୀର ବଣିକ ମହାସଂଘର ୧୪ତମ ବାର୍ଷିକ ଉତ୍ସବ ପାଳିତ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲାର ଅଗ୍ରଣୀ ସଂଗଠନ ମହାବୀର ବଣିକ ମହାସଂଘ ମଙ୍ଗଳବାର ଦିନ ଅନୁଷ୍ଠାନର ୧୪ତମ ବାର୍ଷିକ ସାରସ୍ୱତ ଉତ୍ସବ ପାଳନ କରିଛି। ସମସ୍ତ ୧୪ ଗୋଟି ବଜାର ସମ୍ପୂର୍ଣ ବନ୍ଦ କରି ସ୍ଥାନୀୟ ବିଶ୍ୱ କର୍ମା ବାଜ଼ାର ଠାରୁ ପ୍ରଭୁ ମହାବୀରଙ୍କ ପୂଜା ପରେ ନାମ ସଂକୀର୍ତନ ଦ୍ୱରା ମହାସଂଘକୁ ଉତ୍ସସିତ ସ୍ୱାଗତ କରି ଥିଲେ। ଅନୁରୂପ ଭାବେ ବିଭିନ୍ନ ବଜାର ସଂଘ ପକ୍ଷରୁ ଶୋଭାଯାତ୍ରାକୁ ସ୍ଵାଗତ କରିବା ଶହ ଅଭିବାଦନ ଜଣାଇ ଥିଲେ। ପଟୁଆର ଯିବାବେଳେ ସହର ମଧ୍ୟରେ ଥିବା ବିଭିନ୍ନ ମହାପୁରୁଷ, ସାରସ୍ୱତ ସାଧକମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଥିଲା। ପରେ ଦଶପଲ୍ଲାର ଆରାଧ୍ୟ ଦେବ ପ୍ରଭୁ ରଘୁନାଥ ଓ ଶ୍ରୀ ମହାବୀରଙ୍କ ମନ୍ଦିରରେ ପୂଜାର୍ଚନା କରି ସଭା ମଞ୍ଚ ମହାବୀର ମହାସଂଘର ନିଜସ୍ୱ କାର୍ଯ୍ୟାଳୟକୁ ଶୋଭାଯାତ୍ରା…

Read More

ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ ଦେବାରେ କୁଣ୍ଠାବୋଧ କାହିଁକି : ଡ଼. ଅରୁଣ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ବିଜୁ ବାବୁଙ୍କର ସାହସିକତା ଓ ଓଡିଶା ପ୍ରତି ତାଙ୍କର ଅବଦାନ ଉପରେ ଟିପ୍ପଣି ପ୍ରଦାନ କରିଥିଲେ । ବିଜୁ ବାବୁ ତ୍ରିସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥାକୁ ଆରମ୍ଭ କରିଥିଲେ । କଂଗ୍ରେସ ଦଳ ଠାରୁ ଆରମ୍ଭ କରି ସମସ୍ତ ଦଳ ମାର୍ଚ୍ଚ ୫କୁ ବିଜୁ ବାବୁଙ୍କ ଜନ୍ମ ଦିବସ ତଥା ପଞ୍ଚାୟତରାଜ ଦିବସ ଭାବେ ସାରା ରାଜ୍ୟରେ ପାଳନ ହୋଇ ଆସୁଥିଲା । ଡବଲ ଇଞ୍ଜିନ ସରକାର ଆସିଲା ଦିନ ଠାରୁ ଆଜିର ଦିବସକୁ ପଞ୍ଚାୟତ…

Read More

ରାଜ୍ୟସ୍ତରୀୟ ନାଟ୍ୟମେଳାର ୪ର୍ଥ ସଂଧ୍ୟା: ସମ୍ବଲପୁରୀ ନାଟକ ‘ଭାବନୁ ଅଭାବ’ରେ ବାନ୍ଧି ହେଲେ ଦର୍ଶକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୫ମ ରାଜ୍ୟସ୍ତରୀୟ ନାଟ୍ୟ ମେଳାର ଚତୁର୍ଥ ସନ୍ଧ୍ୟାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲା ସମ୍ବଲପୁରୀ ଭାଷାର ସମ୍ପୂର୍ଣ ପାରିବାରିକ ନାଟକ ‘ଭାବନୁ ଅଭାବ’ ।  ବୁଧବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ  ବିଶିଷ୍ଟ ନାଟ୍ୟକାର ଅତିଶ କୁମାର ଶତପଥୀ ରଚନା ଏବଂ ନିର୍ଦ୍ଦେଶନା ଦେଇଥିଲେ। ଅଦୃଶ୍ୟ ନାଟ୍ୟାଶ୍ରମ, ସମ୍ବଲପୁର ପକ୍ଷରୁ ପରିବେଷିତ ଏହି ନାଟକର ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ନରେନ୍ଦ୍ର ବେହେରା, ଅତିଶ କୁମାର ଶତପଥୀ, ରାହୁଲ ମହାନନ୍ଦ, ସୁମିତ୍ରା ମହାକୁଡ଼ ଏବଂ ପଙ୍କଜିନୀ ମେହେରଙ୍କ ଅଭିନୟ ଯାଦୁ ସମସ୍ତ ଦର୍ଶକଙ୍କୁ ଭାବର ଡୋରିରେ ବାନ୍ଧି ରଖିଥିଲା। ଏହି ନାଟକରେ ସଙ୍ଗୀତ ଦେଇଥିଲେ ଗିରିଜା ଶଙ୍କର ମିଶ୍ର ଏବଂ ଘନଶ୍ୟାମ…

Read More