ମହାଶିବରାତ୍ରି ଅବସରରେ ଶରଣକୂଳ ଲଡ଼ୁବାବା ପୀଠରେ ଜନହିତକର କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତୀୟ ଜୁନିଅର୍ ରେଡ୍ କ୍ରସ୍ ସଂସ୍ଥା ଓଡିଶା ଶାଖା, ନୟାଗଡ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ନାରାୟଣ ଉଚ୍ଚ ବିଦ୍ୟାଳୟ, ଶରଣକୁଳ ପ୍ରଧାନଶିକ୍ଷକ ରଶ୍ମିରଞ୍ଜନ ମିଶ୍ରଙ୍କ ଆନୁକୁଲ୍ୟରେ ଜାଗରଯାତ୍ରା ଉପଲକ୍ଷେ ଲଡୁବାବା ପୀଠରେ ସାମାଜିକ ସେବା, ପ୍ରାଥମିକ ଚିକିତ୍ସା ଓ ଜଳଛତ୍ର ଆୟୋଜନ କରାଯାଇଥିଲା।ଏଥିରେ ପୁରୀ ସାଂସଦ ଡ଼. ସମ୍ବିତ ପାତ୍ର ଜୁନିଅର୍ ରେଡ୍ କ୍ରସ୍ ସଂସ୍ଥାକୁ ସାଧୁବାଦ୍ ଜଣାଇ ନିଜେ ଜଳଛତ୍ର ସେବା କାର୍ଯ୍ୟରେ ସହଯୋଗ କରିଥିଲେ। ରାତ୍ରରେ ମହାଦୀପ ଉଠିବା ବେଳକୁ ନୟାଗଡ଼ ଜିଲ୍ଲା ଜୁନିଅର୍ ରେଡ୍ କ୍ରସ୍ ଅଧିକାରୀ ସନ୍ୟାସୀ ପ୍ରଧାନ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅନୀଲ କୁମାର ଦାସ ଏବଂ କାଉନସିଲର ଗୋସ୍ୱାମୀ ଦାସ, ନିରଞ୍ଜନ ପ୍ରଧାନ, ଡକ୍ଟର ପ୍ରତାପ କୁମାର ପରିଡ଼ା ଉପସ୍ଥିତ ରହି ପ୍ରାଥମିକ ସ୍ବାସ୍ଥ୍ୟ ଚିକିତ୍ସା ଶରଣକୁଳ କର୍ମଚାରୀ ମିଳିତ ଭାବରେ…

Read More