ଭାରତର ବିଭିନ୍ନ ଜନଜାତିର ଭାଷା ଆଧାରରେ ଜାତୀୟସ୍ତରୀୟ ଅନୂଦିତ କାବ୍ୟପାଠ

ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ୫ ଟି ରାଜ୍ୟର ୧୫  ଜଣ ଯୁବ କବି ତଥା ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଖ୍ୟାତିପ୍ରାପ୍ତ ଅନୁବାଦକମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା  ଜାତୀୟସ୍ତରର ଅନୂଦିତ କାବ୍ୟପାଠ ଓ ଆଲୋଚନାଚକ୍ର। ” ଶବ୍ଦ ଖୋ ଗୟେ ବସନ୍ତ କେ ଫୁଲୋଁ ମେଁ” ଶୀର୍ଷକ ଏହି କାର୍ଯ୍ୟକ୍ରମରେ , ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ନାଗାଲାଣ୍ଡ, ଓଡ଼ିଶା,,ଆସାମ, ରୁ ସାହିତ୍ୟିକମାନେ ପ୍ରତିନିଧିତ୍ଵ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଉତ୍ତରାଖଣ୍ଡର ବିଶିଷ୍ଟ ଲେଖକ, ଅନୁବାଦକ ଗମ୍ଭୀର ସିଂହ ପଲାନୀ ଯୋଗଦେଇ କହିଥିଲେ-ବର୍ତ୍ତମାନ ସାହିତ୍ୟ ରେ ଅନୁବାଦ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଏବଂ ଯୁବ ପିଢୀ ର ଯୋଗଦାନ ଏହି ଆବଶ୍ୟକତା କୁ ସଫଳ କରିପାରିବ। ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଯୁବ ଅନୁବାଦକମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅନୁବାଦ ସାହିତ୍ୟ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମରେ…

Read More

ନୟାଗଡ଼ରେ ମିଳିତ ମଞ୍ଚର ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ବୈଠକ ବ୍ରଜେନ୍ଦ୍ର ଉଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଲୋଷ୍ଟାର ଜିଲ୍ଲା ସମ୍ପାଦକ ନୀଳାଦ୍ରି ଭୂଷଣ ସୁବୁଦ୍ଧି ସଭାପତିତ୍ବ କରିଥିଲେ । ନୟାଗଡ଼ ଜିଲ୍ଲା ଓଷ୍ଟାର ନୂତନ ସମ୍ପାଦକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଶ୍ରୀଯୂକ୍ତ ମାନସ କୁମାର ସାହୁ ଙ୍କୁ ପୂର୍ବ ସମ୍ପାଦକ ତଥା ଜିଲ୍ଲା ଯୁଗ୍ମ ସମ୍ପାଦକ ପରମାନନ୍ଦ ଦଳାଇଙ୍କ ସମେତ ମଞ୍ଚାସୀନ  ମାଣିକେଶ୍ବର ସ୍ୱାଇଁ, ସମ୍ପାଦକ ରାଜ୍ୟ କାର୍ଯ୍ୟକାରିଣୀ ଓଷ୍ଟା, ରାଜ୍ୟ ଓଷ୍ଟାର ସଦସ୍ୟ ବିନାୟକ ପରିଡ଼ା, ଜିଲ୍ଲା ଓଷ୍ଟାର ସଭାପତି ଅଯୋଧ୍ୟା ନାଥ ନାୟକ ,ଜିଲ୍ଲା କର୍ଯ୍ୟକାରୀ ସଭାପତି ଘନଶ୍ୟାମ ରାଉତ,୧୯୪ ସଂଗଠନର ନେତୃତ୍ବ ଇନ୍ଦ୍ରମଣି ବାରିକ ପ୍ରଭୃତି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହାପରେ ସମ୍ପାଦକ ବୈଠକର ଆଭିମୁଖ୍ୟ ଜଣାଇବା…

Read More