ପଞ୍ଚାୟତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ବିତୀୟ ସଂନ୍ଧ୍ୟା ଧୁମଧାମରେ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଜେମାଦେଇପୁର ପାଟଣା ରାଜପାଟଣା ମିନି ଷ୍ଟାଡିୟମ ଠାରେ ପଞ୍ଚାୟତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଆଜି ଦ୍ବିତୀୟ ସଂନ୍ଧ୍ୟା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟାରେ ମୁଖ୍ୟଅତିଥିଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ଦେବଦତ୍ତ ପଣ୍ଡା, ନୟାଗଡ଼ ବ୍ଲକ ବିଡିଓ ପଦ୍ମଚରଣ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, ବ୍ଲକ ଉପାଧ୍ଯକ୍ଷା ଲକ୍ଷ୍ମୀପ୍ରିୟା ସାହୁ, କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବିନ୍ଦ୍ର ସାହୁ, ସ୍ଥାନୀୟ ସରପଞ୍ଚ ସଦାଶିବ ନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟଅତିଥି ତାଙ୍କ ଅଭିଭାଷଣରେ ପଞ୍ଚାୟତ ସ୍ତରରେ ଏଭଳି ଆୟୋଜନ କୌଣସି ସ୍ଥାନରେ ଦେଖିବାକୁ ମିଳିନାହିଁ ବୋଲି ପ୍ରକାଶ କରିବା ସହ ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ…

Read More

ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ସମାରୋହ ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ବିଭାଗ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ସମଗ୍ର ଶିକ୍ଷା ବାଳିକା ସଂଯୋଜିକା ଶ୍ରାବଣୀ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ , ଜିଲ୍ଲା କଲ୍ୟାଣ ଅଧିକାରୀ ଅର୍ଚ୍ଚନା କହଁର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ ସଦସ୍ୟ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ଜିଲ୍ଲାସ୍ତରରେ  ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ…

Read More

ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା ବ୍ଲକ ଅଡିସନ ଆସନ୍ତା ୨୨ ତାରିଖ ରବିବାର ଦିନ ଦଶପଲ୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ତ୍ରିନାଥ ଛକସ୍ଥିତ ସୀତାରାମ ୟୁଥ କ୍ଳବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତସମ୍ପାଦକ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରତିଯୋଗିତାର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପ୍ରସ୍ତୁତି ବୈଠକରେ ସଂଗୀତଧାରା ସହ ସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକ,ସଂଯୋଜକ ଲକ୍ଷ୍ମୀଧର ସାହୁଙ୍କ ସମେତ ବରିଷ୍ଠ ଶିକ୍ଷାବିତ୍ ସୁଦର୍ଶନ ସାହୁ, ସାହିତ୍ୟିକ ହାଡିବନ୍ଧୁ ମହାକୁଡ଼, ବ୍ରଜେନ୍ଦ୍ର ପ୍ରସାଦ ଧଳ, ରାଜକିଶୋର ସ୍ୱାଇଁ, ଶିକ୍ଷକ ବିଘ୍ନେଶ୍ୱର ବେହେରା, ଲକ୍ଷ୍ମୀଧର ସାହୁ, ଶ୍ରୀକାନ୍ତ ସାହୁ,…

Read More