ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ +୩ ଛାତ୍ରୀମାନଙ୍କୁ ନେଇ ବାଳିକା ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିପିନ କୁମାର ପଟ୍ଟନାୟକ ଏହି ଶିବିରକୁ ଗତ ୧୦ ତାରିଖରେ ଉଦଘାଟନ କରିଥିଲେ। ମହାବିଦ୍ୟାଳୟର ପୁରାତନ ଛାତ୍ରୀ ତଥା ଟ୍ରେନର ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଶିବିର ଦୀର୍ଘ ୭ଦିନ ଧରି ଚାଲିଥିଲା । ସେପ୍ଟେମ୍ବର ୧୬ ତାରିଖରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଆତ୍ମରକ୍ଷା କୌଶଳର ସଂଯୋଜିକା ଅଧ୍ୟାପିକା ସସ୍ମିତା ନାୟକ, ସଭ୍ୟା ଅଧ୍ୟାପିକା ସ୍ମିତା ସ୍ବାଇଁ ଓ ଅଧ୍ୟାପିକା ନିବେଦିତା ସାହୁଙ୍କ ଉପସ୍ଥିତିରେ ଉଦ୍ଯାପନୀ ହୋଇଥିଲା । ଏହି ଶିବିରରେ ଛାତ୍ରୀମାନେ ସାମ୍ପ୍ରତିକ ପ୍ରତିକୁଳ ପରିସ୍ଥିତିରେ କିପରି ନିଜର ସୁରକ୍ଷା କରିପାରିବେ ସେଥିପାଇଁ ବିଭିନ୍ନ ଆତ୍ମରକ୍ଷା କୌଶଳ ଛାତ୍ରୀମାନଙ୍କୁ ଶିକ୍ଷା ଦିଆଯାଇଥିଲା।
Read MoreDay: September 19, 2024
ମଡେଲ ଡିଗ୍ରୀ କଲେଜରେ ଇଂରାଜୀ ସମ୍ମାନ ଖୋଲିବା ଓ ଖେଳପଡ଼ିଆ ନିର୍ମାଣ ଦାବି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଏକମାତ୍ର ସରକାରୀ ମହାବିଦ୍ୟାଳୟ ଭାବେ ମଡେଲ ଡିଗ୍ରୀ କଲେଜ ୨୦୧୬ ମସିହାରେ ସ୍ଥାପିତ ହୋଇ ବିଜ୍ଞାନ ଓ କଳା ଶ୍ରେଣୀରେ ଶିକ୍ଷାଦାନ ଅବ୍ୟାହତ ରଖିଥିବାବେଳେ ଏଠାରେ ଇଂରାଜୀ ବିଷୟରେ ସମ୍ମାନ ନଖୋଲିବା ଯୋଗୁଁ ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ବହୁ ଆବଶ୍ୟକୀୟ ଇଂରାଜୀ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସୂଚନାଯୋଗ୍ୟ ଯେ ସରକାର ଇତି ମଧ୍ୟରେ ଦୁଇଜଣ ଉଚ୍ଚଶିକ୍ଷିତ ଓଡ଼ିଆ ଲୋକସେବା ଆୟୋଗ ଦ୍ବାରା ମନୋନୀତ ଇଂରାଜୀ ଭାଷା ଅଧ୍ୟାପକ କଲେଜରେ ନିଯୁକ୍ତି ଦେଇସାରିଛନ୍ତି। ଇଂରାଜୀ ସମ୍ମାନ ଯୁକ୍ତ ତିନି ଶ୍ରେଣୀରେ ଖୋଲିବା ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ମାନସ ରଞ୍ଜନ ଶତପଥୀ ଗତ ଶିକ୍ଷା ବର୍ଷଠାରୁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗକୁ ପତ୍ର ମାଧ୍ୟମରେ ଜଣାଇଥିବା ସୂଚନା ମିଳେ। ଏହା ବ୍ୟତୀତ ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ ପୂର୍ବତନ…
Read Moreଧନ୍ଦାମୂଳକ ଶିକ୍ଷାର୍ଥୀଙ୍କ ଶିଳ୍ପ ପରିଭ୍ରମଣ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରୀଛାତ୍ରଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି। ଏହି ପରିଭ୍ରମଣରେ ନାରାୟଣ ଉଚ୍ଚ ବିଦ୍ୟାଳୟ(ହବ୍ ସ୍କୁଲ)ର ନବମ ଓ ଦଶମ ଶ୍ରେଣୀର ୬୦ ଶିକ୍ଷାର୍ଥୀ ଏବଂ (ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ୧୮ଜଣ ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି। ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ମିଶ୍ରଙ୍କ ତତ୍ୱାବଧାନରେ ଦୁଇଟି ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ପଞ୍ଚିଡ଼ାସ୍ଥିତ ଶିବ ଶକ୍ତି ଏଣ୍ଟରପ୍ରାଇଜେସକୁ ପରିଭ୍ରମଣ କରିଥିଲେ। ପ୍ରତିଷ୍ଠାତା ପ୍ରଫୁଲ୍ଲ ସାହୁ ଏବଂ ନାରାୟଣ ଉଚ୍ଚ ବିଦ୍ୟାଳୟର ପରିଧାନ ବିଭାଗର ପ୍ରଶିକ୍ଷିକା ରୋଜାଲିନ ମିଶ୍ରଙ୍କ ସହାୟତାରେ ବିଭିନ୍ନ ପ୍ରକାର…
Read More