ନୟାଗଡ,(ନୟାଗଡ଼ ଦର୍ପଣ): ନବଗଠିତ “ନୟାଗଡ ଜିଲ୍ଲା ଟ୍ରେଡ ୟୁନିୟନ୍ ସମନ୍ବୟ କମିଟି”ର ଦ୍ବିତୀୟ ସାଧାରଣସଭା ନୟାଗଡ ପୁରୁଣା ସହରସ୍ଥିତ ଶ୍ରୀ ଜଗନ୍ନାଥ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସର୍ବସମ୍ମତିକ୍ରମେ ୧୧ ଜଣିଆ ସ୍ଥାୟୀ ପରିଚାଳନା କମିଟି ମନୋନୟନ କରାଯାଇଥିଲା। ଶ୍ରମିକନେତା ଶୂନ୍ୟଜୟୀ ମିଶ୍ର(ସଭାପତି), ବରିଷ୍ଠ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ(ଉପ-ସଭାପତି), ଯୁବ ସଂଗଠକ ବସୁଦେବ ମହାନ୍ତି (ସାଧାରଣ ସଂପାଦକ), ସମରେନ୍ଦ୍ର ଦାସ(ସହ-ସଂପାଦକ), ରମେଶ ଚନ୍ଦ୍ର ପଣ୍ଡା(କୋଷାଧ୍ୟଖ୍ୟ) ଏବଂ ପ୍ରମୋଦ ମହାରଣା, ରଘୁନାଥ ମହାରଣା, ସଂଜୟ ଦାସ, ସବିତାରାଣୀ ସାଥୁଆ, ପବିତ୍ର ମହାପାତ୍ର, ସନ୍ତୋଷ ନାୟକଙ୍କୁ ଏକଜିକ୍ୟୁଟିଭ୍ ମେମ୍ବରଭାବେ ସର୍ବସମ୍ମତିକ୍ରମେ ମନୋନିତ କରାଯାଇଥିଲା। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ସୁପରିଚାଳନା, ଶ୍ରମିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ସ୍ବାର୍ଥରଖ୍ୟା ଉଦ୍ଦେଶ୍ୟରେ ଏକ ମିଳିତ ଆଲୋଚନା ନିମନ୍ତେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ…
Read MoreDay: August 13, 2024
ନୟାଗଡ଼ ଜିଲ୍ଲା ଦାୟିତ୍ୱ ନେଲେ ନୂତନ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲାରେ ଯୋଗଦାନକରିଛନ୍ତି ନୂତନ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ। ସେ ପୂର୍ବରୁସମ୍ବଲପୁରର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ରାଜ୍ୟ ସରକାରତାଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ଦାୟିତ୍ବ ପ୍ରଦାନ କରିଛନ୍ତି। ଏଠାରେ ପୂର୍ବରୁ କାର୍ଯ୍ୟରତ ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କର ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ଜିଲ୍ଲାପାଳ ଯୋଗଦେବା ପରେ ବିଭିନ୍ନ ମହଲରୁ ସ୍ବଗାତ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ରୋଜିନା ଦାସ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ନୂତନ ଜିଲ୍ଲାପାଳଙ୍କୁ ସ୍ବାଗତ କରିଛନ୍ତି।
Read Moreନୟାଗଡ଼ରେ “ପୁନଶ୍ଚ ପୃଥିବୀ ଓ କ୍ଲାଇମେଟ ପଞ୍ଚାୟତ” ସଚେତନତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟର ଅଗ୍ରଣୀ ଖବର କାଗଜ ସମ୍ବାଦ ଗ୍ରୁପ ତରଫରୁ ଆରମ୍ଭ ହୋଇଛି “ପୁନଶ୍ଚ ପୃଥିବୀ ଓ କ୍ଲାଇମେଟ ପଞ୍ଚାୟତ” ସଚେତନତା କାର୍ଯ୍ୟକ୍ରମ। ନୟାଗଡ଼ ଜିଲ୍ଲା ସମ୍ବାଦ ତରଫରୁ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ, ନୟାଗଡ଼ ଜିଲ୍ଲାପାଳଙ୍କ ବାସ ଭବନ ସମ୍ମୁଖରେ ଥିବା ସୁନ୍ଦର ପରିବେଶ ଭିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ ଯୋଗ ଦେଇ ପରିବେଶ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ। ସମସ୍ତେ ସଚେତନତା ହୋଇ ଅନ୍ୟମାନଙ୍କୁ ସଚେତନତା କରିବା ପାଇଁ ପରାମର୍ଶ ଦେଇ ଥିଲେ। ଅନେକ ଲୋକ ସଚେତନଥିଲେ ମଧ୍ୟ ପରିବେଶ ପ୍ରତି ସ୍ୱତନ୍ତ୍ର ଭାବେ ଦାୟିତ୍ୱ ନେଉ ନାହାନ୍ତି। ପ୍ରଥମେ ନିଜେ ଦାୟିତ୍ୱ ବାନ ହେବା ସହିତ ଅନ୍ୟକୁ ଦାୟିତ୍ୱ ବାନ କରିବା ପାଇଁ…
Read Moreସମୟ ଆଇନାରେ ଢ଼ିଙ୍କିଶାଳ
ରଞ୍ଜନ କୁମାର ପରିଡ଼ା (ସାମ୍ବାଦିକ), ରଣପୁର ବ୍ଲକ୍ ପ୍ରତିନିଧି, ଝାଡ଼ପଡା, ନୟାଗଡ଼ -୨୫ ସମୟ ବଦଳିଛି। ତା’ ସହିତ ସମତାଳରେ ମନୁଷ୍ୟ ମଧ୍ୟ ପରିବର୍ତ୍ତନ ହେଉଛି। ଆଧୁନିକତାର ଚାକଚକ୍ୟ ସମୟର ସ୍ଵଳ୍ପତା ଭିତରେ ମଣିଷ ଆଜି ପୁରୁଣା ଓ ପାରମ୍ପରିକ ଘରକରଣା ଜିନିଷକୁ ହଜେଇ ଦେଇ ଆଧୁନିକ ମେସିନ୍ର ବ୍ୟବହାର ବହୁଳ ଭାବରେ ବଢ଼ି ଚାଲିଛି। ଆଗକାଳରେ ବ୍ୟବହାର କରାଯାଉଥିବା ଅନେକ ଜିନିଷ ଏବେ ଲୋପ ପାଇବାକୁ ବସିଲାଣି। ତା’ ଭିତରୁ ଢିଙ୍କି ଅନ୍ୟତମ । ଏକଦା ଗ୍ରାମ୍ୟ ପରିବାରର ଢିଙ୍କି ଥିଲା ଏକ ନିତ୍ୟ ବ୍ୟବହୃତ ପଦାର୍ଥ। ଧାନ ଓ ଚୁଡ଼ା କୁଟିବାଠାରୁ ଆରମ୍ଭ କରି ଢିଙ୍କି ସାହାଯ୍ୟରେ ସବୁ ପ୍ରକାରର ଚୁନା ପ୍ରସ୍ତୁତ କରା ଯାଉଥିଲା। ମହିଳାମାନେ ସଜବାଜ ହୋଇ ସାମାଜିକ ବିବାହ କାର୍ଯ୍ୟକ୍ରମର ଧାନ ଅନୁକୂଳ କାର୍ଯ୍ୟ ସମ୍ପାଦନ କରୁଥିଲେ। ଢ଼ିଙ୍କିକୁ ଶୁଭର…
Read Moreକନ୍ଧ ନୟାଗଡ-ଟାଙ୍ଗି ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପର ଶିଳାନ୍ୟାସ
ରଣପୁର,(ନୟାଗଡ଼ ଦର୍ପଣ): କନ୍ଧ ନୟାଗଡ଼ – ଟାଙ୍ଗି ୪କି.ମି ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପର ଶୁଭ ଉଦ୍ଘାଟନ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ଯୋଗଦେଇଥିଲେ ଏବଂ ତାଙ୍କ ସହିତ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୁରୀ ସାଂସଦ ସମ୍ବିତ ପାତ୍ର, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଚାନ୍ଦପୁର ମଣ୍ଡଳ ସଭାପତି ସୁବର୍ଣ୍ଣ ସିଂହ, ଗୋପାଳପୁର ମଣ୍ଡଳ ସଭାପତି ନିର୍ମଳ ମତ୍ତ ଗଜସିଂହ, ରଣପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ପରେଶ ମିଶ୍ର, ଚାନ୍ଦପୁର ମଣ୍ଡଳ ଉପ ସଭାପତି ଗଣେଶ୍ୱର ମାନ୍ଧାତା, ଚମ୍ପାଗଡ ପଞ୍ଚାୟତ ସଭାପତି ରବିନ୍ଦ୍ର ସାମନ୍ତ ସହଯୋଗ କରିଥିଲେ। ସୂଚନା ଥାଉ କି, ଏହି ପ୍ରକଳ୍ପରେ ମୋଟ୍ ୪କି.ମି ରାସ୍ତା ପାଇଁ ୧୪ କୋଟି ଟଙ୍କା ମଞ୍ଜୁର କରାଯାଇଥିବା…
Read More