ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଚାଲିଛି ମିଶ୍ରଣ ପର୍ବ । ବିରୋଧୀ ଦଳର ଅନେକ ନେତା ଶଙ୍ଖ ଫୁଙ୍କିବାରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ବିରୋଧୀଙ୍କୁ ଆକର୍ଷିତ କରୁଛି । ଏଥି ସହିତ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟ ସହିତ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ଏଥିରେ ସନ୍ତୁଷ୍ଟ ହୋଇ ବିରୋଧୀ ମାନେ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି । ନୟାଗଡ଼ ବିକାଶରେ ସାମିଲ ହେଉଛନ୍ତି ବିରୋଧୀ ଗୋଷ୍ଠି । ଯେଉଁଥି ପାଇଁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ଼ ହେବାକୁ ଯାଉଛି । ଦିନକୁ ଦିନ ଶକ୍ତିହୀନ ହୋଇ ପଡୁଛି ବିରୋଧୀ ଗୋଷ୍ଠି । ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବଡ଼ପଣ୍ଡୁସର ଗ୍ରାମ ପଞ୍ଚାୟତର…
Read MoreMonth: April 2024
୬୧ ବୋତଲ କଫ ସିରଫ୍ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ
ପୁରୀ,(ନୟାଗଡ଼ ଦର୍ପଣ): ପୁରୀ ଶ୍ରୀମନ୍ଦିର ଉତ୍ତରଦ୍ଵାର ବଣୁଆ ଗଳିରେ ବେଆଇନ୍ ଭାବେ କୋରେକ୍ସ ବିକ୍ରି କରୁଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ଚଢ଼ାଉ କରି ୫୦ ବର୍ଷିୟ ରାଜକିଶୋର ପୃଷ୍ଟିଙ୍କୁ ଗିରଫ କରିଥିଲା। ଏନେଇ ଟାଉନ ଥାନାରେ ୧୩୩/୨୦୨୪ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ନିକଟରୁ ୬୧ଟି ବୋତଲ କଫ ସିରଫ ସହ ନଗଦ ୪୨୦ ଟଙ୍କା ଜବତ କରାଯାଇଥିବା ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି।
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ବିଶ୍ବ ଛେନାପୋଡ଼ ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଉପକଣ୍ଠ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ହଷ୍ଟେଲ ଛାତ୍ରଛାତ୍ରୀ ମାନଙ୍କ ଗହଣରେ ବିଶ୍ବ ଛେନାପୋଡ଼ ଦିବସ ପାଳନ ହୋଇ ଯାଇଛି। ନୟାଗଡ଼ ଜିଲ୍ଲାରୁ ଉତ୍ପତ୍ତି ଲାଭ କରିଥିବା ଛେନାପୋଡ଼ ଆଜି ରାଜ୍ଯ ନୁହେଁ ଦେଶ ନୁହେଁ ସମଗ୍ର ପୃଥିବୀରେ ପ୍ରସିଦ୍ଧି ଲାଭ କରିଛି। ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ପୌରହିତ୍ଯରେ ଏହି ଛେନାପୋଡ଼ ଦିବସ ପାଳନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ପ୍ରିୟମ୍ବଦା ଗୁରୁମା, ଅର୍ଚ୍ଚନା ଗୁରୁମା, ଅନ୍ନପୂର୍ଣ୍ଣା ଗୁରୁମା, ଅନିତା ଗୁରୁମା ଓ ରୋଜାଲିନ ଗୁରୁମା ଯୋଗଦେଇ ଛେନାପୋଡ଼ର ଉତ୍ପତ୍ତି ବିଷୟରେ ଆଲୋଚନା କରିଥିଲେ। ପରିଶେଷରେ ସମସ୍ତ ହଷ୍ଟେଲ ଛାତ୍ରଛାତ୍ରୀମାନଙ୍କୁ ଛେନାପୋଡ଼ ବଣ୍ଟନ କରାଯାଇ ଥିଲା।
Read Moreଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡିଶାର ନୟାଗଡ଼ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ହାଉସିଂ ବୋର୍ଡ ନିକଟସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଠାରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ନୟାଗଡ଼ ଜିଲ୍ଲା ସ୍ତରୀୟ ଶୈକ୍ଷିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ପ୍ରମୁଖ ସମାଜସେବୀ ଶ୍ରୀଧର ସାହୁଙ୍କ ସଭାପତିତ୍ବରେ କର୍ମଶାଳା ଆରମ୍ଭ ହୋଇଥିଲା । ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ମହାସଚିବ ଡା.କରୁଣା କର ପ୍ରଧାନ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କର୍ମଶାଳାକୁ ଉଦଘାଟନ କରିଥିଲା ବେଳେ ସର୍ବ ପ୍ରଥମେ ମୁଖ୍ଯ ଅତିଥିଙ୍କ ଦ୍ବାରା ଛେନାପୋଡ଼ କାଟି ଓ ବାଣ୍ଟି ବିଶ୍ବ ଛେନାପୋଡ଼ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସଂସ୍ଥାନର ବରିଷ୍ଠ କାର୍ଯ୍ଯକର୍ତ୍ତା ଆଲୋକ ପ୍ରଭା ମହାନ୍ତି, ଗୌରାଙ୍ଗ ଚରଣ ପ୍ରଧାନ ଓ କୁରୁକ୍ଷେତ୍ର ଧାଙ୍ଗଣା ମାଝି ଯୋଗଦେଇ ବିଦ୍ୟାଳୟର ଶୈଖିକ ବ୍ଯବସ୍ଥା କିପରି ଶୃଙ୍ଖଳିତ ହେବ, ଶିଶୁ…
Read Moreବାଲୁଗାଁର ୧୭ବିରୋଧି ନେତା ବିଜେଡିରେ ସାମିଲ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଚାଲିଛି ମିଶ୍ରଣ ପର୍ବ । ବିରୋଧୀ ଦଳର ଅନେକ ନେତା ଶଙ୍ଖ ଫୁଙ୍କିବାରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ବିରୋଧୀଙ୍କୁ ଆକର୍ଷିତ କରୁଛି । ଏଥି ସହିତ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟ ସହିତ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ଏଥିରେ ସନ୍ତୁଷ୍ଟ ହୋଇ ବିରୋଧୀ ମାନେ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି । ନୟାଗଡ଼ ବିକାଶରେ ସାମିଲ ହେଉଛନ୍ତି ବିରୋଧୀ ଗୋଷ୍ଠି । ଯେଉଁଥି ପାଇଁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ଼ ହେବାକୁ ଯାଉଛି । ଦିନକୁ ଦିନ ଶକ୍ତିହୀନ ହୋଇ ପଡୁଛି ବିରୋଧୀ ଗୋଷ୍ଠି । ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବାଲୁଗାଁ ଗ୍ରାମ…
Read Moreଦର୍ପଣ ପବ୍ଲିକେଶନ ତଥା ନୟାଗଡ଼ ଦର୍ପଣ ପକ୍ଷରୁ ଛେନାପୋଡ଼ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରୁ ଉତ୍ପତ୍ତି ଲାଭ କରିଥିବା ଛେନାପୋଡ଼ ଆଜି ସମଗ୍ର ବିଶ୍ୱ ଦରବାରରେ ପ୍ରସିଦ୍ଧି ଲାଭ କରିଛି। ମିଠା ଜଗତର ବାଦଶାହ ଭାବେ ପରିଚିତ ଏହି ଛେନାପୋଡ଼ ନୟାଗଡ଼ ଜିଲ୍ଲାର ଗର୍ଵ ଏବଂ ଗୌରବର ପ୍ରତୀକ ଅଟେ। ପ୍ରତିବର୍ଷ ଅପ୍ରେଲ ୧୧ ତାରିଖକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଜିଲ୍ଲାର ଅଗ୍ରଣୀ ପବ୍ଲିକେଶନ ହାଉସ ଦର୍ପଣ ପବ୍ଲିକେଶନ ତଥା ନୟାଗଡ଼ ଦର୍ପଣ ପରିବାର ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ଖୁବ ଧୁମଧାମରେ ପାଳିତ ହୋଇଯାଇଛି। ପବ୍ଲିକେଶନ ହାଉସର ମୁଖ୍ୟ ପରିଚାଳକ ତଥା ସାହିତ୍ୟିକ ଗୀତିକଳ୍ପ ହରିଶ ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବନ୍ଦନାର ରଚୟିତା କବି ଗୋଦାବରୀଶ ମିଶ୍ର, ବିଶିଷ୍ଟ ସମାଜସେବୀ ତଥା ନାଟ୍ୟକାର ବିଶ୍ୱନାଥ ମହାପାତ୍ର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଦିଲ୍ଲୀପ କୁମାର ହାତୀ,…
Read Moreନୟାଗଡ଼ରେ ଜିଲ୍ଲାସ୍ତରୀୟ ଇଦୁଲ୍ ଫିତର୍ ମହାସମାରୋହରେ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଇସଲାମ ଧର୍ମାବଲମ୍ବୀଙ୍କ ସବୁଠାରୁ ବଡ଼ ପବିତ୍ର ପର୍ବ ଇଦୁଲ୍ ଫିତର୍ ପାଳିତ ହୋଇଯାଇଛି। ସିନ୍ଦୁରିଆ ସ୍ଥିତ ଇଦଗାହ୍ ଠାରେ ଜିଲ୍ଲାସ୍ତରୀୟ ଇଦୁଲ୍ ଫିତର୍ ପର୍ବ ମଉଲାନା ଜଲାଲୁଦ୍ଦି ଖାଁ ମିଫତାହୀଙ୍କ ଇମାମତ୍ ଅର୍ଥାତ୍ ନେତୃତ୍ୱରେ ପୂର୍ବାହ୍ନ ନଅ ଘଣ୍ଟା ସମୟେ ପାଳନ ହୋଇଯାଇଛି। ସିନ୍ଦୁରିଆ ତଥା ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁ ସ୍ଥାନୀୟ ଇଦଗାହ୍ ଠାରେ ଏକତ୍ରିତ ହୋଇ ଇଦ୍ ନମାଜ ପଢ଼ିଥିଲେ। ଆଜିର ସମାରୋହରେ ଅନେକ ହିନ୍ଦୁଭାଇ ତଥା ଅନ୍ୟ ଧର୍ମାବଲମ୍ବୀ ଅଧିବାସୀ ଇଦଗାହ୍ ଠାରେ ଏକତ୍ରିତ ହୋଇ ମୁସଲିମ ଭାଇ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନୟାଗଡର ବିଧାୟକ ଡ. ଅରୁଣ କୁମାର ସାହୁ, ନୟାଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ସାହୁ, ବିଜେଡ଼ି ନେତ୍ରୀ ଇରାନୀ ରାୟ ଓ ସମାଜସେବୀ ଶ୍ରୀକାନ୍ତ ଖଟେଇ ପ୍ରମୁଖ ସାମୁହିକ ନମାଜ ପାଠରେ ସାମିଲ…
Read Moreଖବର ଆଜିର, ତାରିଖ:୧୧/୦୪/୨୪ ll ଗୁରୁବାର
ନ଼ୟାଗଡର ସିନ୍ଦୁରିଆ, ମାଛିପଡା ଓ ଇଟାମାଟି ଗ୍ରାମରେ ଇଦ୍ ପର୍ବ ଧୁମଧାମରେ ପାଳିତ। ଆଜି ଏପ୍ରିଲ୍ ୧୧ ବିଶ୍ଵ ଛେନାପୋଡ଼ ଦିବସ। ରାଜ୍ୟର ବିଭିନ୍ନ ସ୍ଥାନରେ ଛେନାପୋଡ଼ ଦିବସ ପାଳିତ ହେଉଛି। ୧-ଆରମ୍ଭ ହେଲା ନିର୍ବାଚନ ପ୍ରସ୍ତୁତି । ଷ୍ଟ୍ରଙ୍ଗରୁମକୁ ଆସିଲା ଇଭିଏମ୍ । କଡା ସୁରକ୍ଷା ବନ୍ଦୋବସ୍ତ, ବ୍ୟାପକ ପୁଲିସ ଫୋର୍ସ ମୁତୟନ। ୨-ଓଡିଶା କଂଗ୍ରେସ ପ୍ରଚାର କମିଟି ତାଲିକା ପ୍ରକାଶ : ଭକ୍ତ ଦାସ କମିଟି ଅଧ୍ୟକ୍ଷ। ୩-କନ୍ଧମାଳ ସଂସଦୀୟ କ୍ଷେତ୍ରରେ ପ୍ରଚାର ଜୋରଦାର, ବିଶାଳ ରୋଡ଼ ସୋ’ରେ ଜନସମର୍ଥନ ଲୋଡିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ। ୪-ନିର୍ବାଚନ ପୂର୍ବରୁ ମହମ୍ମଦ ମୋକିମଙ୍କୁ ବଡ଼ ଝଟକା । ଭିଜିଲାନ୍ସ କୋର୍ଟଙ୍କ ୩ ବର୍ଷ ଜେଲ୍ ଦଣ୍ଡାଦେଶକୁ କାଏମ ରଖିଲେ ହାଇକୋର୍ଟ । ୫-ପଣା ସଂକ୍ରାନ୍ତିରୁ ପ୍ରବଳ ତାତି , ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା।…
Read Moreନୂଆଗାଁ ବ୍ଲକ୍ ବିଜୁ ଛାତ୍ର ଜନତା ଦଳରର ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ନୂଆଗାଁ ବିଜୁ ଛାତ୍ର ଜନତା ଦଳ ତରଫରୁ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କିଭଳି ଗ୍ରାମାଞ୍ଚଳରେ ଲୋକମାନଙ୍କ ପାଖରେ ପହଞ୍ଚିବା ସହ ବିଜୁ ଜନତା ଦଳ ସପକ୍ଷରେ କିଭଳି ବହୁମାତ୍ରାରେ ଜନମତ ଆସିବ ସେ ଉପରେ ଛାତ୍ରମାନଙ୍କୁ ପରାମର୍ଶ ଦିଆଯାଇଥିଲା। ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ବ୍ଲକ…
Read Moreସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରାଷ୍ଟ୍ରୀୟ ନବବର୍ଷ ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରାଷ୍ଟ୍ରୀୟ ନବବର୍ଷ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ମା’ ସାରଦାଙ୍କ ନିକଟରେ ଦୀପ ପ୍ରଜ୍ବଳନ କରିଥିଲେ। ବିଦ୍ୟାଳୟର ଆଚାର୍ଯ୍ୟା ପ୍ରମୋଦିନୀ ମିଶ୍ର ରାଷ୍ଟ୍ରୀୟ ନବବର୍ଷର ମହତ୍ୱ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ।1.ବ୍ରହ୍ମାଙ୍କ ଦ୍ୱାରା କାଳଗଣନା ଓ ଯୁଗାବ୍ଦ ଆରମ୍ଭ2. ଭଗବାନ ରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ3. ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ4. ଶକାବ୍ଦ ଓ ଶାଳିବାହାନଙ୍କର ଗଣନା ଆରମ୍ଭ5. ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଆର୍ଯ୍ୟ ସମାଜର ପ୍ରତିଷ୍ଠା6. ଦୁର୍ଗାଦେବୀଙ୍କର ନବଦିନାତ୍ମକ ପୂଜା ଆରମ୍ଭ7. ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସଂସ୍ଥାପକ ଡଃ କେଶବ ବଳିରାମ ହେଡଗେୱରଙ୍କ ଜନ୍ମଦିନ8. ସନ୍ଥ ଝୁଲେଲାଲଙ୍କ ଜନ୍ମ ବିଦ୍ୟାଳୟର ଶିଶୁ ଭାଇଭଉଣୀମାନେ ଶ୍ରୀରାମ, ଯୁଧିଷ୍ଠିର, ଲକ୍ଷ୍ମୀବାଇ, ଭାରତମାତା, ଡଃ କେଶବ ବଳିରାମ ହେଡଗେୱର, ସନ୍ଥ ଝୁଲେଲାଲ୍ , ଦୟାନନ୍ଦ ସରସ୍ୱତୀ,…
Read More