ଶୈକ୍ଷିକ ପ୍ରଗତିର ମାଇଲ ଖୁଂଟ ‘ପରଖ’

ରଣପୁର,(ନୟାଗଡ଼ ଦର୍ପଣ): ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀମାନଙ୍କର ଶିକ୍ଷଣ ଉପଲବ୍ଧି ସ୍ତରକୁ ଆକଳନ କରିବା ଓ ଶିକ୍ଷାର ଗୁଣାତ୍ମକ ପ୍ରଗତିକୁ ମାପିବା ପାଇଁ ୨୦୦୦ ମସିହା ପର ଠାରୁ ପ୍ରତି ୩ ବର୍ଷରେ ଥରେ ସମଗ୍ର ଭାରତ ବର୍ଷରେ ଏହି ଜାତୀୟ ଉପଲବ୍ଧି ସର୍ବେକ୍ଷଣ ଅନୁଷ୍ଠିତ ହୋଇଆସୁଅଛି । ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଫଳତାର ସହ ଏହି ଜାତୀୟ ଉପଲବ୍ଧି ସର୍ବେକ୍ଷଣ-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହା ତୃତୀୟ, ଷଷ୍ଠ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପ୍ରଶ୍ନପତ୍ର ମାଧ୍ୟମରେ ଆକଳନ କରାଯାଇଥିଲା । ନୟାଗଡ ଜିଲ୍ଲାର ୮ଟି ବ୍ଲକର ତୃତୀୟ ଶ୍ରେଣୀରେ ୨୮ଟି ବିଦ୍ୟାଳୟ, ଷଷ୍ଠ ଶ୍ରେଣୀର ୪୮ଟି ବିଦ୍ୟାଳୟ ଓ ନବମ ଶ୍ରେଣୀରେ ୪୬ଟି ବିଦ୍ୟାଳୟରେ ଏହି ପରଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

Read More

ନୟାଗଡ଼ ଜିଲ୍ଲାରେ ବିଶ୍ୱ ମୂର୍ତ୍ତିକା ଦିବସ-୨୦୨୪ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସଭାକକ୍ଷରେ ଜିଲ୍ଲାସ୍ତରୀୟ ବିଶ୍ୱ ମୂର୍ତ୍ତିକା ଦିବସ-୨୦୨୪ ପାଳନ କରାଯାଇଛି । ଏହି ଦିବସ ସୁସ୍ଥ କୃଷି, ପରିବେଶ ସୁରକ୍ଷା ଏବଂ ଖାଦ୍ୟ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟକର ମୂର୍ତ୍ତିକା ଗୁରୁତ୍ୱପୂର୍ଣ୍ଣ । ଏହା ୟୁନାଇଟେଡ୍ ନେଶନ୍ ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ଏହା ଦ୍ୱାରା  ଜଳବାୟୁ ପରିବର୍ତ୍ତନ ପ୍ରତିରୋଧ ଏବଂ ପୃଥିବୀରେ ଜୀବନ ଧାରଣ କରିବାରେ ମୂର୍ତ୍ତିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଅଛି । ମୂର୍ତ୍ତିକା କ୍ଷୟ, ମୂର୍ତ୍ତିକା ପ୍ରଦୁଷଣ ଏବଂ ମୂର୍ତ୍ତିକାରେ ଜୈବପଦାର୍ଥ ହ୍ରାସ ଭଳି ପରିବର୍ତ୍ତନକୁ ରୋକିବାରେ ଜନସଚେତନତା ସୃଷ୍ଟି କରିଥିଲା । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ…

Read More

ବିଶ୍ବ ଏଡ଼ସ୍ ଦିବସ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ ବିଶ୍ବ ଏଡ଼ସ୍ ଦିବସ ପରିପ୍ରେକ୍ଷୀରେ ଯୁବ ରେଡକ୍ରସ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସଭାପତିତ୍ବ କରି କଲେଜର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥି ଛାତ୍ରଛାତ୍ରୀମାନଙ୍କୁ ଏଡ଼ସ୍ ରୋଗର ଭୟାବହତା ବିଷୟରେ ଅବଗତ କରାଇଥିଲେ। ସଭାରେ ଗୌରମୋହନ ସାହୁ ଜନସାଧାରଣଙ୍କର ଏଡ଼ସ୍ ଭୂତାଣୁ ସମ୍ବନ୍ଧୀୟ ବିଶେଷ ଜ୍ଞାନ ନଥିବା ହେତୁ ଦୁର୍ଦ୍ଦଶା ଭୋଗୁଥିବା ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୀତିଶ୍ରୀ ମଲ୍ଲିକ “ମିଳିତ ଭାବେ ଏଡ଼ସ୍ କିମ୍ବା ଏହି ଭୂତାଣୁକୁ ଆୟତ୍ତାଧୀନ” ବିଷୟବସ୍ତୁ ଉପରେ ଏକ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାୟ ୧୫୦ ଛାତ୍ରଛାତ୍ରୀ ଓ ରେଡକ୍ରସ ସ୍ବେଚ୍ଛାସେବୀଙ୍କୁ ନେଇ ଅନୁଷ୍ଠିତ ଉତ୍ସବକୁ ଯୁବ ରେଡକ୍ରସ ଅଫିସର ବିଜୟିନୀ ଶୁଭଦର୍ଶିନୀ ଓ ଡକ୍ଟର ଜୟରାମ ସିଂ ସାମଲ ପରିଚାଳନା କରିଥିଲେ। ଉକ୍ତ…

Read More

ରଣପୁର ଜଗନ୍ନାଥ ସେନାର ଭିନ୍ନ ପ୍ରୟାସ,
ବେଦପାଠ ସହ ଦେବ ଦୀପାବଳୀରେ ଦ୍ଵୀପ ଦାନ

ରଣପୁର,(ନୟାଗଡ଼ ଦର୍ପଣ):ପବିତ୍ର ମାର୍ଗଶିର ମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ଠାରୁ ଦୀର୍ଘ ୩ ଦିନ ଧରି ଶ୍ରୀଜଗନ୍ନାଥ ସେନା ତରଫରୁ ଆୟୋଜନ କରାଯାଇଥିବା ଦେବ ଦୀପାବଳିର ଅନ୍ତିମ ଦିବସ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ନନ୍ଦ-ଯଶୋଦା, ଦେବକୀ, ବସୁଦେବ,ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାଙ୍କୁ ଶ୍ରାଦ୍ଧ ଦେବା ବିଧିରେ ରଣପୁର ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ୱାର ଆଗରେ ଶ୍ରୀଜଗନ୍ନାଥ ସେନା ତରଫରୁ ଦ୍ବୀପ ଦାନ କରାଯାଇଥିଲା। ରଣପୁର ଜଗନ୍ନାଥ ସେନା ଆବାହକ ଶ୍ରୀ ବିରଜା ମିଶ୍ରଙ୍କ ତତ୍ତ୍ୱାବଧାନରେ ଦୀର୍ଘ ତିନିଦିନ ଦ୍ବୀପ ଦାନ କରାଯାଇଥିଲା। ଅନେକ ଭକ୍ତ, ଶ୍ରଦ୍ଧାଳୁ ପୂଜା ପଣ୍ଡା, ସେବାୟତ ଓ ଜଗନ୍ନାଥ ସେନାର କର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। ପୂଜା ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରିବା ସହ କୃଷ୍ଣ ଦ୍ବିପୟନ ବେଦ ପାଠଶାଳାର ଛାତ୍ରମାନେ ବେଦ ଉଚ୍ଚାରଣ କରିଥିଲେ। ପରେ ପରେ ଗୀତ ଗୋବିନ୍ଦ ଗାନ କରାଯାଇ ଦାନ…

Read More

୮ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟସ୍ତରୀୟ ଧାନ ସଂଗ୍ରହ ଶୁଭ ଉଦ୍‌ଘାଟନର ସିଧା ପ୍ରସାରଣ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ମିନି କନଫରେନସ୍ ହଲରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ତା. ୦୮.୧୨.୨୦୨୪ରିଖରେ ନୟାଗଡ଼ ଷ୍ଟାଡିୟମ ଠାରେ ରାଜ୍ୟସ୍ତରୀୟ ଧାନ ସଂଗ୍ରହ ଶୁଭ ଉଦ୍‌ଘାଟନର ସିଧା ପ୍ରସାରଣ ତଥା ଜିଲ୍ଲାସ୍ତରରେ ଏହାର କାର୍ଯ୍ୟକାରୀ ଓ ପାଳନ ସମ୍ବନ୍ଧରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ବ୍ଲକରୁ ପ୍ରାୟ ୧୦୦୦କୃଷକମାନଙ୍କୁ ଆଣି ଏଥିରେ ସାମିଲ କରିବା ପାଇଁ ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଛି। କୃଷି ସମ୍ବନ୍ଧୀୟ ବିଭିନ୍ନ ଷ୍ଟଲ ଦ୍ୱାରା କୃଷକମାନଙ୍କୁ ସଚେତନତା କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି । କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ପାଣିପୋଇଲା, ଉଦ୍ୟାନକୃଷି ବିଭାଗ, ଜଳ ବିଭାଜୀକା, ଯୋଗାଣ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ, RMC, ARCS ପ୍ରଭୃତି ବିଭାଗରୁ ପ୍ରଦର୍ଶନୀ ଷ୍ଟଲ ଖୋଲିବା ପାଇଁ ସ୍ଥିର…

Read More

ରୋଟାରୀ କ୍ଳବ୍ ର ନୂଆ ଆମ୍ବୁଲାନ୍ସ ସେବା ଉଦଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ସମାଜ ସେବାରେ ସମର୍ପିତ ହେଲା ଆଉ ଏକ ନୂତନ ରୋଟାରୀ ଆମ୍ବୁଲାନ୍ସ। ସମାଜସେବାରେ ଅହରହ ଜଡିତ ଥିବା ବିଶ୍ବର ଏକ ସର୍ବବୃହତ ସେବା ଅନୁଷ୍ଠାନ ହେଉଛି ରୋଟାରୀ କ୍ଳବ୍। ସମାଜର ଅଭାବୀ ଲୋକମାନଙ୍କୁ କମ୍ ଖର୍ଚ୍ଚରେ ସେବା ଯୋଗାଇଦେବା ପାଇଁ ନୟାଗଡ଼ ରୋଟାରୀ କ୍ଳବ୍ ର ଆର୍ଥିକ ସହଯୋଗରେ କ୍ରୟ ହୋଇଥିବା ଆମ୍ବୁଲାନ୍ସଟିକୁ ଆଜି ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଡ଼ାକ୍ତର ସୁଶାନ୍ତ କୁମାର ଦାସ ଓ ଜିଲ୍ଲା ଉପ ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ଅଜୟ କୁମାର ବାହିନୀପତି ସବୁଜ ପତାକା ଦେଖାଇ ଆମ୍ବୁଲାନ୍ସ ସେବାର ଉଦଘାଟନ କରିଛନ୍ତି। ରୋଟାରୀ କ୍ଳବ୍ ର ଏଇ ସମାଜସେବା ପ୍ରବୃତ୍ତିକୁ ଅତିଥି ମାନେ ବହୁ ପ୍ରଶଂସା କରିଥିଲେ। ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମ ରେ କ୍ଳବ୍ ର…

Read More

ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୮ରେ ରଣପୁର ବ୍ଲକ ଅଡିସନ

ରଣପୁର,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ରଣପୁର ବ୍ଲକ ଅଡିସନ ଆସନ୍ତା ୮ ତାରିଖ ରବିବାର ଦିନ କଳିଙ୍ଗ ଲୋଟସ ସେଣ୍ଟ୍ରାଲ ଏକାଡେମୀ, ରଣପୁର ପରିସରରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଏକାଡେମୀ ପରିସରରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି।  ସମ୍ପାଦକ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ  ସଙ୍ଗୀତଧାରାର ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରି ପ୍ରତିଯୋଗିତାର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରା ସଭାପତି ଡ. ବିଜୟ କୁମାର ଚୌଧୁରୀ, ସହ ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ, ସଂଯୋଜକ ଲକ୍ଷ୍ମୀଧର ସାହୁଙ୍କ ସମେତ ବରିଷ୍ଠ ଶିକ୍ଷାବିତ୍ ତଥା ଗୀତିକାର ବିରଞ୍ଚି ନାରାୟଣ ତ୍ରିପାଠୀ,…

Read More

ନୟାଗଡ଼ ମୁନିସିପାଲିଟି ଦ୍ୱାରା ଆୟୋଜିତ ପିଏମ ସ୍ଵନିଧି ଯୋଜନାର କର୍ମଶାଳା ଉଦଯାପିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ରହିଥିବା ଉଠା ଦୋକାନୀଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ୫ଦିନ ବ୍ୟାପି ଚାଲିଥିବା କର୍ମଶାଳା ସୋମବାର ସିଧେଶ୍ବରୀ କଲ୍ୟାଣ ମଣ୍ଡପ ଠାରେ ଉଦଯାପିତ ହୋଇ ଯାଇଛି। ସହରରେ ଥିବା ସମୁଦାୟ ୭୨୩ ଉଠା ଦୋକାନୀଙ୍କ ମଧ୍ୟରୁ ୪୯୦ ଜଣ ଉଠା ଦୋକାନୀ ତାଲିମ ପାଇଥିଲେ। କେନ୍ଦ୍ର ସରକାର ଏହି ଯୋଜନାରେ ବ୍ୟାଙ୍କ ଲୋନ ଯୋଗାଇ ଦେବେ। ତେବେ ଏହି ଉଦଯାପନୀ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ନିରୁପମା ଖଟେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ୟାଙ୍କ ଅଫ ବରୋଦା, ଆଇଡ଼ିବିଆଇ, ଲିଡ଼ ବ୍ୟାଙ୍କର ମ୍ୟାନେଜେର, କଉଁସିଲର ଜାନକୀ ବଲ୍ଲଭ ଜେନା, ଦୀନବନ୍ଧୁ ଗୁରୁ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଗୋଷ୍ଠୀ ସଂଗଠିକା ଇନ୍ଦୁମତୀ ପରିଡା, ସୁନୀଲ ହୋତା, ସଂଜୀ ବିଶ୍ୱାଳ, ସୁଶାନ୍ତ ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ।

Read More

ନିଖିଳ ଉତ୍କଳ ଶୁଣ୍ଢୀ ସମାଜର ଜିଲ୍ଲା ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନିଖିଳ ଉତ୍କଳ ଶୁଣ୍ଢୀ ସମାଜର ଜିଲ୍ଲାସ୍ତରୀୟ ସମାବେଶ ଦଶପଲ୍ଲା ସ୍ଥିତ ଶ୍ରୀକୃଷ୍ଣ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସମାବେଶରେ ଶୁଣ୍ଢୀ ସମାଜରର ରାଜ୍ୟ ସଭାପତି ବିକ୍ରମ କିଶୋର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ତ୍ରିନାଥ ସାହୁ ମଞ୍ଚ ପରିଚାଳନା କରିଥିଲେ। ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ନୂଆଗାଁ, ଖଣ୍ଡପଡ଼ା, ନୟାଗଡ଼, ରଣପୁର ବ୍ଲକ୍ ସମେତ ଜିଲ୍ଲା ବାହାରୁ ଯଥା ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ ଜିଲ୍ଲାରୁ ଶୁଣ୍ଢୀ ସମାଜର ଜାତିଭାଇମାନେ ଉପସ୍ଥିତ ରହିଥିଲେ। ଏଥିସହ ସମସ୍ତେ  ସମାଜରେ ଅଗ୍ରଗତି ସହ ଏକତାକୁ ବଜାୟ ରଖି ଆଗକୁ ବଢିବା ପାଇଁ ଶପଥ ଗ୍ରହଣ କରିଥିଲେ। ପରିଶେଷରେ ଉପସଭାପତି ରଘୁନାଥ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Read More

ଗଣିଆରେ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗଣିଆ ଶିକ୍ଷକ ଭବନ ପରିସରରେ ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ସମ୍ପାଦକ ବେଣୁଧର ପଣ୍ଡା, ରାଜ୍ୟ ଉପସଭାପତି ହୃଷିକେଶ ମହାନ୍ତି, ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀକାନ୍ତ କୁମାର ଖଟେଇ, ଜିଲ୍ଲା ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର, ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ଆଞ୍ଚଳିକ ସାମ୍ବାଦିକ ସଂଘ ଗଣିଆର ସଭାପତି ଅଖିଳ ବିହାରୀ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ । ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ସମସ୍ୟା ସମ୍ପର୍କରେ ଉପସ୍ଥିତ ସାମ୍ବାଦିକମାନେ ମତବ୍ୟକ୍ତ କରିବା ସହିତ…

Read More