ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡଗାଁ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଶରଣକୁଳ ଅଡିଟୋରିୟମ ଗୃହରେ ସମସ୍ତ ପୁରାତନ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ପ୍ରାଥମିକ ଶିକ୍ଷକ ସମ୍ମିଳନୀ ଓ ଶପଥପାଠ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଉପସ୍ଥିତ ଥିଲେ। ଏହି ସଭାରେ ଅବସରପ୍ରାପ୍ତ ଶିକ୍ଷକ ଏମ. ଦିନବନ୍ଧୁ ମହାପାତ୍ର, ରାମକୃଷ୍ଣ ପରିଡ଼ା ଅତିଥି ଭାବେ ଯୋଗଦେଇଥିବା ବେଳେ ଆଠଟି ବ୍ଳକର ସମସ୍ତ ବର୍ଗର ଶିକ୍ଷକ ପ୍ରତିନିଧି ଏବଂ ଓଡ଼ଗାଁ ବ୍ଳକର ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘର ସଭାପତି ନରେଶ ପାଣିଗ୍ରାହୀ, ସମନ୍ୱୟ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ମନୋଜ କୁମାର ନାୟକ, ଏକ୍ସ କ୍ୟାଡ଼ର ସଭାପତି ଜୟକୃଷ୍ଣ ପ୍ରଧାନ, ସମ୍ପାଦକ ଜଗନ୍ନାଥ ବାରିକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଜ୍ୟୋତିରଞ୍ଜନ ଦାଶ ଏବଂ ସମ୍ପାଦକ ଭକ୍ତରଞ୍ଜନ ମିଶ୍ର…
Read MoreCategory: ନୟାଗଡ଼
ତିନିଦିନିଆ ଶିକ୍ଷକ ତାଲିମ ଶିବିର ଉଦଯାପିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ)- ଓଡ଼ଗାଁ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତିନିଦିନ ଧରି ଚାଲୁରହିଥିବା ଏକ ଶିକ୍ଷକ ତାଲିମ ଶିବିର ଆଜି ଉଦଯାପିତ ହୋଇଛି। ଗତ ୫ତାରିଖ ଠାରୁ ଉକ୍ତ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଆଜି ସମାପ୍ତ ହୋଇଛି। ଉକ୍ତ ତାଲିମ କାର୍ଯ୍ୟକ୍ରମରେ ଓଡ଼ଗାଁ ସମେତ ଶରଣକୁଳ, ନନ୍ଦିଘୋର, ଗୌଡ଼ପୁଟ, ମଶାବାରୀ, କୋମଣ୍ଡ, କୁରାଳ, ବାଉଁଶଗାଡ଼ିଆ ଓ ସୁନାମୁହିଁ କ୍ଲଷ୍ଟରର ପ୍ରତ୍ୟେକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକଙ୍କ ସହ ଜଣେ ଉତ୍ସର୍ଗୀକୃତ ଶିକ୍ଷକଙ୍କୁ ମିଶାଇ ପ୍ରାୟ ୧୮୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିବାବେଳେ ରାଜ୍ୟ ସାଧନକର୍ମୀ ସୌଦାମିନୀ ମହାପାତ୍ର, ଜିଲ୍ଲା ସାଧନକର୍ମୀ ମନୋଜ କୁମାର ନାୟକ, ବୁଦ୍ଧିଆ ପାତ୍ର ଓ ପ୍ରଫୁଲ୍ଲ କୁମାର ପ୍ରଧାନ ପ୍ରମୁଖ ସଂପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏ ଅବସରରେ ଜାତୀୟ ଶିକ୍ଷାନୀତି ଆଧାରରେ ୨୦୨୫ ମସିହା ସୁଦ୍ଧା ପ୍ରାଥମିକ…
Read More‘ଆମ ଓଡ଼ଗାଁ’ ସଂଗୀତ କ୍ୟାସେଟ୍ ଲୋକାର୍ପିତ
ଓଡ଼ଗାଁ,(ନୟାଗଡ ଦର୍ପଣ): ଓଡ଼ଗାଁସ୍ଥିତ ରାଧାମାଧବ ମନ୍ଦିର ପରିସରରେ ବରିଷ୍ଠ କବି ତଥା ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ପ୍ରତିଷ୍ଠାତା ଲୋକନାଥ ମିଶ୍ର (ଭରଦ୍ୱ।ଜ)ଙ୍କ ରଚିତ “ଆମ ଓଡ଼ଗାଁ” ନାମକ ଏକ କ୍ୟାସେଟ୍ ଆଜି ଲୋକାର୍ପିତ ହୋଇଯାଇଛି । ଅଶୋକ କୁମାର ସାହୁ ଉକ୍ତ କ୍ୟାସେଟର ସଂଗୀତ ପରିଚାଳନା କରିଥିବା ବେଳେ କଣ୍ଠଦାନ ଓ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ। ଲୋକାର୍ପଣ ଉତ୍ସବରେ ବ୍ୟଙ୍ଗକବି ଭାବଗ୍ରାହୀ ମହାପାତ୍ର, କବି ଶରତଚନ୍ଦ୍ର ଷଡ଼ଙ୍ଗୀ, ଦୂତିକୄଷ୍ଣ ମିଶ୍ର, କବି ତଥା କଣ୍ଠଶିଳ୍ପୀ ରଞ୍ଜନ କୁମାର ଦାଶ, ଯଶୋବନ୍ତ ପଟ୍ଟନାୟକ, ରମାକାନ୍ତ ପ୍ରଧାନ, ଡାକ୍ତର ସ୍ୱରୂପ ରଞ୍ଜନ ମିଶ୍ର, ସମାଜସେବୀ ଅରୁଣ କୁମାର ସାହୁ, କବୟିତ୍ରୀ ପ୍ରଭାତି ପଟ୍ଟନାୟକ, ପ୍ରିୟଦର୍ଶନୀ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସଙ୍ଗୀତଟି ଓଡ଼ଗାଁ ଅଞ୍ଚଳରେ ପ୍ରସିଦ୍ଧି…
Read Moreଶିଶୁ ସଂଗ୍ରାହକ ଶ୍ରୀନିବାସ
ଦେଶ ବିଦେଶର ନୋଟ, ମୁଦ୍ରା ସଂଗ୍ରହ କରି ଏବେ ଚର୍ଚ୍ଚାରେ ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ଜାରିଙ୍ଗିସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଦଶମ ଶ୍ରେଣୀରେ ଅଧ୍ୟୟନରତ କୁମାର୍ ଶ୍ରୀନିବାସ ବିଭିନ୍ନ ଦେଶବିଦେଶର ନୋଟ୍ ଓ ମୁଦ୍ରା ସଂଗ୍ରହ କରି ଏବେ ଚର୍ଚ୍ଚାରେ। ସେ ତୄତୀୟ ଶ୍ରେଣୀରେ ପଢୁଥିବାବେଳେ କତାର୍ ଦେଶରେ ରହୁଥିବା ନିଜ ଗ୍ରାମ କୁରାଳ ପଞ୍ଚାୟତ ଅଧୀନ ପାଇକ ପନ୍ତିଖାରୀର ଜନୈକ ବାସିନ୍ଦା ରଞ୍ଜନ କୁମାର ଦାଶ ତାଙ୍କ ପିତାଙ୍କୁ ଉକ୍ତ ଦେଶର କିଛି ମୁଦ୍ରା ଦେଇଥିଲେ। ଏହି ମୁଦ୍ରାକୁ ଦେଖି ଅନୁପ୍ରାଣିତ ହୋଇ କୁନି ବାଳକ ଶ୍ରୀନିବାସଙ୍କ ମନରେ ଜାଗି ଉଠିଥିଲା ଦେଶବିଦେଶର ମୁଦ୍ରା ସଂଗ୍ରହ କରିବାର ନିଶା। ଏବେ ଦୀର୍ଘ ସାତବର୍ଷ ପରେ ସେ ତାଙ୍କ ମାଆ ଜୟଶ୍ରୀ ନାୟକ ନିଜ ପାଖରେ ସାଇତି ରଖିଥିବା ଆମ ଦେଶର ବହୁପୁରୁଣା ନୋଟ୍,…
Read Moreସୋଲପଟାରେ ଶିକ୍ଷକ ତାଲିମ ଶିବିର ଉଦଯାପିତ
ଶରଣକୁଳ,(ନୟାଗଡ଼ ଦର୍ପଣ): ଆଜି ଶରଣକୁଳ ଅନ୍ତର୍ଗତ ସୋଲପଟା ହାଇସ୍କୁଲ ପରିସରରେ ଗତ ୫ତାରିଖରୁ ଆରମ୍ଭ ହୋଇଥିବା ଶିକ୍ଷକ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ମହାପାତ୍ର ଉଦଘାଟନ କରିଥିବାବେଳେ ଆଜିର ଉଦଯାପନୀ କାର୍ଯ୍ୟକ୍ରମରେ ଏବିଇଓ ଭାଗ୍ୟଲତା ଦାଶ ଯୋଗଦେଇ ପ୍ରଥମଶ୍ରେଣୀରୁ ତୄତୀୟ ଶ୍ରେଣୀ ମଧ୍ୟରେ ପିଲାମାନଙ୍କର ତୄଣମୂଳ ସ୍ତରରେ ସର୍ବନିମ୍ନ ଭାଷାଜ୍ଞାନ ଓ ଗଣିତଜ୍ଞାନକୁ କିପରି ସୁଦୄଢ଼ କରାଯାଇପାରିବ ତାହା ହିଁ ତାଲିମ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ। ଏ ଅବସରରେ ରାଜ୍ୟ ସାଧନକର୍ମୀ ନୀଳମାଧବ ମହାରଣା, ଜିଲ୍ଲା ସାଧନକର୍ମୀ ଯଶୋବନ୍ତ ପଟ୍ଟନାୟକ, ରଘୁନାଥ ଦାଶ, ତ୍ରିନାଥ ପ୍ରଧାନ ଯୋଗଦେଇ ଗୋଡିପଡା, ବଡ଼କୁଟୁଣି, ଭାଲିଆଡିହି, ଆଙ୍ଗିସିଙ୍ଗି, କଲ୍ୟାଣପୁର ଓ ସୋଲପଟା କ୍ଲଷ୍ଟରର ପ୍ରାୟ ୧୨୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରି ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଜାତୀୟ…
Read Moreଦେଶବ୍ୟାପୀ ବନ୍ୟଜନ୍ତୁ ସପ୍ତାହ ଅବସରରେ ବନ୍ୟଜନ୍ତୁ ଶିକାର ରୋକିବାକୁ ସଂକଳ୍ପ ନେଲେ ଛାତ୍ରଛାତ୍ରୀ
ଓଡଗାଁ,(ନୟାଗଡ ଦର୍ପଣ): ଅକ୍ଟୋବର ୨ ରୁ ୮ ତାରିଖ ଦେଶବ୍ୟାପୀ ବନ୍ୟଜନ୍ତୁ ସପ୍ତାହ ପାଳିତ ହୋଇଆସୁଛି। ଏହି ଅବସରରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଫ୍ରେଣ୍ଡସ ହେଲ୍ପ ଗ୍ରୁପ ତରଫରୁ ବନ୍ୟଜନ୍ତୁ ସଂରକ୍ଷଣ ସଚେତନତା ଶିବିର ବଡ଼ଗୋରଡ଼ା କୁବେର ଲୋକନାଥ ଉଚ୍ଚ ବିଦ୍ୟାଳୟ ପରିସରେ ଅନୁଷ୍ଠିତ ହୋଇଯାଇଛି। କାର୍ୟ୍ୟକ୍ରମରେ ପଞ୍ଚରିଡ଼ା ବନାଞ୍ଚଳ ଅଧିକାରୀଣି ଅର୍ଚ୍ଚନା ଗମାଙ୍ଗୋ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବନ୍ୟଜନ୍ତୁଙ୍କ ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ । ବନ୍ୟଜନ୍ତୁ ଶିକାର ଦିଗରେ ସଭିଙ୍କ ସହଯୋଗିତା ଆବଶ୍ୟକ ବୋଲି ମତ ଦେଇଥିଲେ । ରାଜ୍ୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ପ୍ରାପ୍ତ ବନ୍ୟଜନ୍ତୁ ସଂରକ୍ଷକ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବିଶ୍ବାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜ ଅନୁଭୁତି ବାଣ୍ଟିଥିଲେ । ଅନ୍ୟତମ ଅତିଥି ଭାବେ ପ୍ରକୃତି ପ୍ରେମୀ ସତ୍ୟବାଦୀ ସ୍ବାଇଁ ଜଙ୍ଗଲ, ପଶୁପକ୍ଷୀଙ୍କ ଭୁମିକା ଉପରେ…
Read Moreଗଣିଆରେ ‘ମୋ ସ୍କୁଲ ଅଭିଯାନ’ର ସ୍ଥିତି ଅନୁଧ୍ୟାନ କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ଃ. ଅରୁଣ
ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ପହଁଞ୍ଚି ‘ମୋ ସ୍କୁଲ ଅଭିଯାନ’ର ସମୀକ୍ଷା କଲେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ । ଗଣିଆ ଅଞ୍ଚଳର ଗର୍ବ ଓ ଗୌରବ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ମାନ୍ୟବର ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଥିଲେଯେ, ମୋ ସ୍କୁଲ ଅଭିଯାନ ସରକାରଙ୍କର ଏକ ସ୍ୱତନ୍ତ୍ର ଯୋଜନା । ଏହା କେବଳ ଅର୍ଥର କଥା ନୁହେଁ, ଏହା ସହଭାଗିତାର କଥା । ପୂରାତନ ଛାତ୍ରଛାତ୍ରୀମାନେ ଏଥିରେ ସଂପୃକ୍ତ ହୋଇ ନିଜ ବିଦ୍ୟାଳୟର ଭିତ୍ତିଭୂମିକୁ କେମିତି ସୁଦୃଢ଼ କରିବେ, ଉନ୍ନତି ପାଇଁ ଯୋଜନା କରିବେ, ପିଲାମାନଙ୍କୁ କେମିତି ଗୁଣାତ୍ମକ ଶିକ୍ଷା ଦିଆଯିବ ସେ ସଂପର୍କରେ ଆଲୋଚନା…
Read Moreରାଜ୍ୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ଅଣଦେଖା କରିଥିବା ଅଭିଯୋଗ କଲା ଜିଲ୍ଲା କଂଗ୍ରେସ
ଭାପୁର,(ନୟାଗଡ଼ ଦର୍ପଣ): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଧେଶ ଅନୁସାରେ ଭାପୁର ବ୍ଲକର ଅଧ୍ୟକ୍ଷା ପଦବୀ ପୂରଣ ପାଇଁ ଉପନିର୍ବାଚନ ଆଜି ଭାପୁର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଅଧିକାରୀଭାବେ ନୟାଗଡ ତହସିଲଦାର ଶ୍ରୀ ଭିକାରୀ ସାହୁ ନିର୍ଦ୍ଧାରିତ ସମୟରେ ମନୋନୟନ ପତ୍ର ପ୍ରଦାନ କରିବା ପରେ ଅଧ୍ୟକ୍ଷା ପଦବୀ ପାଇଁ ସଂରକ୍ଷିତ ଅନୁସୂଚିତ ଜନଜାତି ବର୍ଗର ମହିଳା ଭାବେ କେନ୍ଦୁପଲ୍ଲୀ ପଞ୍ଚାୟତ ସମିତି ସଭ୍ୟା ଶାନ୍ତିଲତା ବେହେରା ତାଙ୍କର ପ୍ରସ୍ତାବକ ସମର୍ଥକଙ୍କ ସହ ଦୁଇ ସେଟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଏବଂ ଏହି ପଦବୀ ପାଇଁ ଅନ୍ୟ କେହି ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ। ନିର୍ବାଚନ ଅଧିକାରୀ ପ୍ରାର୍ଥୀ ପତ୍ର ଯାଞ୍ଚ କରି ସାରିବା ପରେ ଶାନ୍ତିଲତାଙ୍କ ପ୍ରାର୍ଥୀତ୍ୱ ବୈଧତା ରହିବା ପରେ ସ୍ଥିରୀକୃତ କାର୍ଯ୍ୟସୂଚୀ ଅନୁସାରେ ଯଦି ପ୍ରତିଦ୍ବନ୍ଦିତା ଆବଶ୍ୟକତା ଥାଏ ତେବେ ଭୋଟ…
Read Moreକୋଭିଡ଼ ନିୟମ ଅନୁସାରେ ପାଳିତ ହେବ ଦୁର୍ଗାପୂଜା
ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ଦୁର୍ଗାପୂଜା ଉପଲକ୍ଷେ ଆଜି ଅପରାହ୍ନ ୪ ଘଟିକା ସମୟରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ ମିଟିଙ୍ଗ୍ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଡା. ଟୁଡୁ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ କୋଭିଡ଼ ନିୟମ ପାଳନ କରି ଦୁର୍ଗାପୂଜା କରିବା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ପୂଜା କମିଟିମାନେ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନେବା ପାଇଁ ପ୍ରକାଶ କରିଥିଲେ । ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ କହିଲେ ଯେ, ସହରରେ ରାତ୍ରିକାଳୀନ କର୍ଫ୍ୟୁ ରାତ୍ର ୧୦ ଘଟିକା ଠାରୁ ସକାଳ ୫ଘଟିକା ପର୍ଯ୍ୟନ୍ତ ଜାରି ରହିବ । ପୂଜା କମିଟିମାନେ କୋଭିଡ଼ ନିୟମ ପାଳନ କରି କେବଳ ରୀତିନୀତି ଅନୁସାରେ ଦେବୀଙ୍କ ପୂଜା କାର୍ଯ୍ୟ ସଂପାଦନ କରିପାରିବେ । ପୂଜା ସ୍ଥଳରେ ୭ଜଣରୁ ଅଧିକ…
Read Moreଚୋରୀ ବୋଲେରୋ ଉଦ୍ଧାର, ଦୁଇ ଲୁଟେରା ଗିରଫ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଦୁଇ ଦିନ ତଳେ ନୟାଗଡ଼ ବାରମାସି ଦଣ୍ଡା ନିକଟରୁ ଚୋରୀ ହୋଇଥିବା ଏକ ବୋଲେରୋ ଗାଡିକୁ ନୟାଗଡ଼ ଟାଉନ ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଛି। ଲେଙ୍କୁଡ଼ିପଡ଼ା କାର୍ତ୍ତିକ ବିଶ୍ୱାଳଙ୍କ ଏତଲା କ୍ରମେ ଥାନା କେଶ ନମ୍ବର ୨୦୨/୨୧ମୂଳେ ଆପିସି ଧାରା ୩୭୯/୩୪ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଇଟାମାଟି ଥାନା ଅନ୍ତର୍ଗତ ଲାଠିପଡ଼ା ଗ୍ରାମର ରାକେଶ ଓରଫ ବସନ୍ତ ଦଳେଇ (୨୪ବର୍ଷ) ଓ ଓଡ଼ଗାଁ ଥାନା ଅନ୍ତର୍ଗତ ନନ୍ଦିଘର ଗ୍ରାମର ଗଣେଶ ଓରଫ କାର୍ତ୍ତିକ ଓରଫ ଟିଲୁ ନାୟକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିବା ସୂଚନା ଦେଲେ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି।
Read More