ଦଶପଲ୍ଲା,(ନୟାଗଡ଼ ଦର୍ପଣ): ବସ୍ ଖରାପ ଥିବା ଖବର ପାଇ ଏକ ବାଇକ୍ ଯୋଗେ ଯାଉଥିଲେ। ହେଲେ ବାଟରେ ଛକି ବସିଥିଲା ଯମ। ଏକ ଗଛରେ ପିଟି ହୋଇ ଘଟଣାସ୍ଥରେ ଆଖି ବୁଜିଛନ୍ତି ଲକ୍ଷ୍ମୀ ବସ୍ ମ୍ୟାନେଜର ଓ ସୁପରଭାଇଜର। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନସ୍ଥ ଦଶପଲ୍ଲା ଘୁଗୁଡ଼ିପଡ଼ା ରାସ୍ତାର ନଛିପୁରସ୍ଥିତ ଏକ ରାଇସମିଲ୍ ନିକଟରେ ଅପରାହ୍ଣରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତିମାନେ ହେଲେ ଓଡ଼ଗାଁ ଥାନା ଅଧୀନସ୍ଥ ଦଲକ ଗ୍ରାମର ମ୍ୟାନେଜର ସୂର୍ଯ୍ୟକାନ୍ତ ବେହେରା (୨୭) ଏବଂ ମଧ୍ୟଖଣ୍ତ ଗ୍ରାମର ସୁପରଭାଇଜର ଜ୍ଞାନ ରଞ୍ଜନ ସାହୁ(୨୫)। ଖବରପାଇ ପୁଲିସ ପହଞ୍ଚି ଉଭୟ ମୃତଦେହକୁ ଜବତ କରିଛି।
Read MoreCategory: ନୟାଗଡ଼
ବିକାଶ ମେଳା, ସୁଭଦ୍ରା ଯୋଜନା ଶୁଭାରମ୍ଭ, ସ୍ୱଚ୍ଛତା ପକ୍ଷ ପାଳନ ସମ୍ବନ୍ଧେ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିକାଶ ମେଳା,ସୁଭଦ୍ରା ଯୋଜନା ଶୁଭାରମ୍ଭ, ସ୍ୱଚ୍ଛତା ପକ୍ଷ ପାଳନ ନିମନ୍ତେ ଓସୱାନ୍ ସଭାକକ୍ଷରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ,ଭା.ପ୍ର.ସେ.ଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଓସୱାନ୍ ବୈଠକ ସହିତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଆଭାସି ମାଧ୍ୟମରେ ଯୋଗ ଦେଇଥିଲେ । ପ୍ରଥମେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ କରି କହିଥିଲେ ଯେ,ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ଆମ ଜିଲ୍ଲାରେ ତିନୋଟି ଉନ୍ନୟନମୂଳକ କାର୍ଯ୍ୟକ୍ରମ ଏକାସାଙ୍ଗରେ କାର୍ଯ୍ୟକାରୀ ହେବାକୁ ଯାଉଛି । ଆସନ୍ତା କାଲି ତା.୧୭.୦୯.୨୦୨୪ରିଖ ରାଜ୍ୟ, ଜିଲ୍ଲା ଏବଂ ବ୍ଲକସ୍ତରରେ ସୁଭଦ୍ରା ଯୋଜନା ଶୁଭ ଉଦ୍ଘାଟନ ହେବାକୁ ଯାଉଛି । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପାଇଁ ନୟାଗଡ଼ ଜିଲ୍ଲାରୁ ୫୦୦ ସୁଭଦ୍ରା ଯୋଜନାର ଲାଭାର୍ôଥ ଭୁବନେଶ୍ୱର ଯାଉଛନ୍ତି । ସେମାନଙ୍କର ଯିବା ଆସିବା, ଖାଇବା ପିଇବା ଇତ୍ୟାଦି ଜିଲ୍ଲା…
Read Moreନୟାଗଡ଼ ଜିଲ୍ଲାର ଧନ୍ଦାମୂଳକ ଶିକ୍ଷାର୍ଥୀ ଙ୍କ ବିଶ୍ଵକର୍ମା ପୂଜା ପାଳନ।
ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ବିଶ୍ଵକର୍ମା ପୂଜା ଧୂମଧାମରେ ରାଜ୍ୟ ସାରା ପାଳିତ ହୋଇଛି। ଦେବଶିଳ୍ପି ବିଶ୍ଵକର୍ମା ସମସ୍ତ ଶିଳ୍ପ ଏବଂ ଶିଳ୍ପୀ ଙ୍କ କୂଳ ଦେବତା । ଦେବ ଶିଳ୍ପୀଙ୍କ ପୂଜାକୁ ନେଇ ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ। ଏଥର ବେଶ୍ ଧୂମଧାମରେ ବିଶ୍ଵକର୍ମା ପୂଜା ପାଳନ କରାଯାଉଛି ବିଶେଷ କରି ଶିଳ୍ପ କାରଖାନା ମାନଙ୍କରେ ବିଶ୍ଵକର୍ମାଙ୍କ ପୂଜା ପାଳନ କରାଯାଇଥିଲେ ମଧ୍ୟ ଓଡ଼ିଶାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପୂଜା ପାଳନ କରିଛନ୍ତି। ଦେବ ଶିଳ୍ପୀ ବିଶ୍ଵକର୍ମା ସକଳ ଶିଳ୍ପ କଳାର ଜନକ ସେଥିପାଇଁ ଧନ୍ଦାମୂଳକ ଶିକ୍ଷା ଉପଲବ୍ଧ ଥିବା ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ପୂଜା ଅନୁଷ୍ଠିତ ହୋଇଛି।ନୟାଗଡ଼ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ତଥା ନାରାୟଣ ଉଚ୍ଚ ବିଦ୍ୟାଳୟ (ଶରଣକୁଳ), ବଜେନ୍ଦ୍ର ହାଇ ସ୍କୁଲ (ନୟାଗଡ଼),ମଧ୍ୟ ଖଣ୍ଡ ନୋଡାଲ ହାଇ ସ୍କୁଲ (ଦଶପଲ୍ଲା) ରାଧାକାନ୍ତ…
Read Moreଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶା ତରଫରୁ ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡିଶାର ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଜିଲ୍ଲା ପ୍ରମୁଖ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ଯାଳୟର କୁନି କୁନି ଶିଶୁ ବୈଜ୍ଞାନିକ ମାନଙ୍କ ଦ୍ବାରା ଏହି ବିଜ୍ଞାନ ମେଳାରେ ମୋଟ ୫୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସକାଳ ୧୦ଟାରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା ବେଳେ ଅପରାହ୍ନ ୦୨ ଟାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡିଶାର ବରିଷ୍ଠ କାର୍ଯ୍ଯକର୍ତ୍ତା କୁରୁକ୍ଷେତ୍ର ଧାଙ୍ଗଡ ମାଝୀ ପର୍ଯ୍ଯବେକ୍ଷକ ଭାବେ ଯୋଗଦେଇ କୁନିକୁନି ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବିଜ୍ଞାନ ଯୁଗରେ ପ୍ରତ୍ଯେକ ଛାତ୍ରଛାତ୍ରୀ ବିଜ୍ଞାନ ଅନୁସନ୍ଧିତ୍ସୁ ହେବା ପାଇଁ ପରାମର୍ଶ…
Read Moreନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ବୈଠକ, ସଂଘୀୟ ବିଚାରାଧାରାକୁ ମଜବୁତ କରିବା ପାଇଁ ନିଷ୍ପତ୍ତି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ଏକ ବୈଠକ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସାମ୍ବାଦିକତା କ୍ଷେତ୍ରରେ ସ୍ୱାଭିମାନକୁ ବଜାୟ ରଖିବା, ସଂଘୀୟ ବିଚାରାଧାରାକୁ ମଜବୁତ କରିବା, ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନେବା ସମ୍ପର୍କିତ ଅନେକ ଆଲୋଚନା ହୋଇଥିଲା। ସମାଜକୁ ନୂତନ ଦିଗଦର୍ଶନ ଦେବା ସହିତ ସମାଜର ଉନ୍ନତି ପାଇଁ ସାମ୍ବାଦିକମାନେ ସଦା ସର୍ବଦା ଚେଷ୍ଟିତ ହେବା ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ମାତ୍ର ସାମ୍ୱାଦିକତାକୁ ଢାଲ କରି କିଛି ଅସାମାଜିକ ଲୋକ ଏହା ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଜିଲ୍ଲା ସଂଘ ଉଦ୍ୟମ କରିବା ପାଇଁ ଉପସ୍ଥିତ ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ। ଏଥି…
Read Moreଭାରତ ବିକାଶ ପରିଷଦ ପକ୍ଷରୁ ଏକ ହଜାର ତାଳ ଚାରା ରୋପଣ
ନୟାଗଡ଼, (ନୟାଗଡ଼ ଦର୍ପଣ) : ଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ତରଫରୁ ଏକହଜା ତାଳ ଚାରା ରୋପଣର ଶୁଭାରମ୍ଭ ନୟାଗଡ଼ ରେଲୱେ ଷ୍ଟେସନ ନିକଟରେ କରାଯାଇଛି । ଅଧ୍ୟକ୍ଷ ପ୍ରସନ୍ନ କୁମାର ବସନ୍ତିଆଙ୍କ ଆବାହକତ୍ୱରେ ଏହି କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦର ସଦସ୍ୟଙ୍କ ସମେତ ନୟାଗଡ଼ର ଅନେକ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ । ଭାରତ ବିକାଶ ପରିଷଦର ସଦସ୍ୟମାନେ ହେଲେ ପ୍ରମୋଦ ପଟ୍ଟନାୟକ, ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ନାୟକ, ଉଦୟନାଥ ନାୟକ, ଦାମୋଦର ସାହୁ, ଦୁର୍ଯ୍ୟୋଧନ ସାହୁ, ଗୋବିନ୍ଦ ସାହୁ, ବସନ୍ତ ମିଶ୍ର, ପ୍ରଶାନ୍ତ ପଟ୍ଟନାୟକ, ପ୍ରଦୀପ କୁମାର ଡାକୁଆ, ଲକ୍ଷ୍ମୀଧର ମହାପାତ୍ର, ଅଜିତ କୁମାର ମିଶ୍ର ଓ ଗୋକୁଳ ଷଢଙ୍ଗୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରକାଶଥାଉ କି, ବିଗତ ଦୁଇବର୍ଷ ଧରି ଭାରତ ବିକାଶ ପରିଷଦ ତରଫରୁ…
Read Moreଶ୍ରୀରାମକୃଷ୍ଣ – ବିବେକାନନ୍ଦ ଆଶ୍ରମ ନୟାଗଡ଼ ତରଫରୁ ମୂଲ୍ଯବୋଧ ଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସଭାକକ୍ଷରେ ଶ୍ରୀରାମକୃଷ୍ଣ ବିବେକାନନ୍ଦ ଆଶ୍ରମ ନୟାଗଡ଼ ତରଫରୁ ଏକ ଯୁବ ସମ୍ମେଳନ ମାଧ୍ୟମରେ ମୂଲ୍ଯବୋଧ ଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଆଶ୍ରମ ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ କାଉ ଓ ଚିଲ ର ଉଦାହରଣ ଦେଇ ପ୍ରତ୍ଯେକ ଛାତ୍ରଛାତ୍ରୀ ହିଂସା ଇର୍ଷା ଓ ନକରାତ୍ମକ ଭାବନାରୁ ଦୂରେଇ ଚିଲ ପରି ନିର୍ଦ୍ଧିଷ୍ଟ ଲକ୍ଷ୍ଯପଥରେ ମୂଲ୍ଯବୋଧ ଭିତ୍ତିକ ଶିକ୍ଷାକୁ ଆଧାର କରି ଜୀବନ ନିର୍ବାହ କରିବାକୁ ସନ୍ଦେଶ ଦେଇଥିଲେ। ମୁଖ୍ଯ ବକ୍ତା ଭାବେ ଭୁବନେଶ୍ୱର ସ୍ଥିତ ଆଦ୍ରୁତା ଶିଶୁ ସଦନର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଆଦିତ୍ୟ କୁମାର ମହାନ୍ତି…
Read Moreରେଳ ଷ୍ଟେସନ ସଫେଇ ସହିତ ସଚେତନତାର ବାର୍ତ୍ତା ବାଣ୍ଟିଲା ନାଗରିକ ମଞ୍ଚ
ନୟାଗଡ଼,(ନୟାଗଡ଼ ଦର୍ପଣ): ପରିବେଶକୁ ସ୍ୱଚ୍ଛ,ସୁନ୍ଦର ଓ ପରିଷ୍କାର ରଖିବା ଲକ୍ଷ୍ୟରେ ନୟାଗଡ଼ ଟାଉନ ରେଳ ଷ୍ଟେସନ ଏବଂ ଏହାର ପରିସରକୁ ସଫେଇ କରାଯିବା ସହିତ ସଚେତନତାର ବାର୍ତ୍ତା ବାଣ୍ଟିଲା ‘ନୟାଗଡ଼ ନାଗରିକ ମଞ୍ଚ’ । ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ନାଗରିକ ମଞ୍ଚର ସଦସ୍ୟ ମାନେ ରେଳ ଷ୍ଟେସନ ପରିସରରେ ପଡ଼ିଥିବା ବିଭିନ୍ନ ଅଳିଆ ଆବର୍ଜନା ସଫା କରିବା ସହିତ ଅନାବନା ଅଦରକାରୀ ଗଛ ଗୁଡିକୁ ଉପୁଡ଼ାଇ ପରିବେଶ ସଫା କରିଥିଲେ। ସେହିପରି ରେଳ ଷ୍ଟେସନକୁ ସଫା ସୁତୁରା ରଖିବା, ବିଭିନ୍ନ ଅଳିଆ ଆବର୍ଜନା ତଥା ପ୍ଲାଷ୍ଟିକ ପାଣି ବୋତଲ ଏବଂ ପାଉଚ ଗୁଡ଼ିକୁ ଏଣେ ତେଣେ ନପକାଇ ଡଷ୍ଟବିନରେ ପକାଇବା,ଷ୍ଟେସନ ମଧ୍ୟରେ ମାଦକ ଦ୍ରବ୍ୟ ସେବନ ନକରିବା ଆଦି ସଚେତନତା ବାର୍ତ୍ତା ଲେଖା ଥିବା ସନ ବୋର୍ଡ଼ ଗୁଡ଼ିକୁ ନାଗରିକ ମଞ୍ଚ ପକ୍ଷରୁ ଷ୍ଟେସନର ବିଭିନ୍ନ…
Read Moreଗଣିଆରେ ବ୍ଲକସ୍ତରୀୟ ହିନ୍ଦୀ ଦିବସ ପାଳିତ
ଗଣିଆ, (ନୟାଗଡ଼ ଦର୍ପଣ): ଗଣିଆ ବ୍ଲକ ବେଲପଡା ପାଟଣା ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏହି ହିନ୍ଦୀ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ବିଇଓ ରବୀନ୍ଦ୍ରନାଥ ରାଉତରାୟ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତାରୂପେ କିଶୋର ପ୍ରସାଦ ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଗଦୀଶଚନ୍ଦ୍ର ମିଶ୍ର, ସଂମ୍ମାନିତ ଅତିଥି ଭାବେ କାହ୍ନୁ ଚରଣ ରାଉତ, ବିଜୟ କୁମାର ସେନ,, ସୁରେଶ କୁମାର ସାହୁ ଉପସ୍ଥିତ ରହି ହିନ୍ଦୀ ଦିବସ ଉପରେ ଆଲୋକପାତ କରିବା ସହ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନବ ଶିକ୍ଷକ କିଶୋର ମହାରଣା ସ୍ୱାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିବା ବେଳେ, ସମସ୍ତ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଯଥା ସଞ୍ଜୟ କୁମାର ପରିଡା, ଲକ୍ଷ୍ମୀ ପ୍ରିୟା ମହାଳିକ, ରିଙ୍କି ମଲ୍ଲିକ, ସୁରେଶ…
Read Moreବିଜେପି ନେତା ରାଘବଙ୍କ ନାଁ’ରେ ନୂଆଗାଁ ଥାନାରେ ଅଭିଯୋଗ କଲେ ସମିତି ସଭ୍ୟା
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ଝୋଲା ପଞ୍ଚାୟତର ସମିତି ସଭ୍ୟା ମିତା ଅଧିକାରିଙ୍କୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ ବିଜେପିର ବିଧାୟକ ପାର୍ଥି ହୋଇଥିବା ରାଘବ ମଲ୍ଲିକ ଓ ତାଙ୍କ ସହଯୋଗୀମାନେ ଅସଦାଚରଣ କରିବା ସହ ଜୀବନରୁ ମାରିଦେବା ଧମକକୁ ନେଇ ନୂଆଗାଁ ଥାନାରେ ଅଭିଯୋଗ ହୋଇଛି । ସୂଚନା ଥାଉକି ଗତ ତା ୧୨/୯/୨୦୨୪ ରିଖ ଗୁରୁବାର ଦିନ ୧.୩୦ ମିନିଟ୍ ସମୟରେ ବିଜେପି ନେତା ରାଘବ ମଲ୍ଲିକ କିଛି ଗୁଣ୍ଡା ଶ୍ରେଣୀର ଅସାମାଜିକ ଲୋକଙ୍କୁ ଆଣି ନୂଆଗାଁ ପରିସରରେ ଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ଧସେଇ ପସି ଥିଲେ। ଅଧ୍ୟକ୍ଷାଙ୍କୁ ନାନା ପ୍ରକାର କଟୁ କଥା କହିବା ସହ ଅସମ୍ମାନ କରୁଥିବା ସମୟରେ ପାଖରେ ବସିଥିବା ବାହାଡ଼ାଝୋଲା ସମିତି ସଭ୍ୟା ମିତା ଅଧିକାରୀ ଏହାର ପ୍ରତିବାଦ…
Read More