ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସହର ସ୍ଥିତ ଷ୍ଟାଡିଅମ ଠାରେ ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା କବାଡି ପ୍ରତିଯୋଗିତା -୨୦୨୬, ନୟାଗଡ ଜିଲ୍ଲା କ୍ରୀଡା ବିଭାଗ, ଜିଲ୍ଲା ଆଥଲେଟିକ ଆସୋସିଏସନ୍ ସୌଜନ୍ୟରୁ ଜିଲ୍ଲାପାଳ ମଧୁମିତା ରଥଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ।ଜିଲ୍ଲା ଆଥଲେଟିକ୍ ଆସୋସିଏସନର ସମ୍ପାଦକ ଅଶେଷ କୁମାର ଦାଶ, ଜିଲ୍ଲା କ୍ରୀଡା ସଂସଦର ଉପସଭାପତି ଭବାନୀ ଶଙ୍କର ଦାସ, ବିନାୟକ ପ୍ରସାଦ ରାଓ, ସଭ୍ୟ ସୁରେନ୍ଦ୍ର କୁମାର ସେଠୀ, ପ୍ରଶାନ୍ତ କୁମାର ଦାସ ଖେଳ ଶିକ୍ଷକ ସନ୍ନ୍ୟାସୀ ପ୍ରଧାନ, ବିରଞ୍ଚି ନାରାୟଣ ବେହେରା, ଉମାକାନ୍ତ ମିଶ୍ର,…
Read MoreCategory: ମନୋରଞ୍ଜନ
ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୧୧ରେ ନୂଆଗାଁ ବ୍ଲକ ଅଡିସନ
ନୟାଗଡ଼,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୩ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ନୂଆଗାଁ ବ୍ଲକ ଅଡିସନ ଆସନ୍ତା ୧୧ ତାରିଖ ଶନିବାର ଦିନ ଯୁକ୍ତ ଦୁଇ କଲେଜ(ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ) ପରିସରରେ ଅନୁଷ୍ଠିତ ହେବ। ଏ ନେଇ ସଙ୍ଗୀତଧାରା ସମ୍ପାଦକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ,ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ‘ସଙ୍ଗୀତଧାରା’ ,ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ପ୍ରତିଯୋଗିତା ଜିଲ୍ଲାର ସମସ୍ତ ବ୍ଲକରେ ଅନୁଷ୍ଠିତ ହେଉଅଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ରବିବାର ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ବିନା ବାଦ୍ୟଯନ୍ତ୍ରରେ ପ୍ରତିଯୋଗୀ ମାନଙ୍କ ଅଡିସନ ନିଆଯିବ। ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଏହି ପ୍ରତିଯୋଗିତାରେ ଭାଗ ନେଇ ପାରିବେ। ପ୍ରତିଯୋଗୀ ମାନେ ସକାଳ ସାଢ଼େ…
Read Moreମଞ୍ଚାୟନ ନାଟକ ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ପ୍ରମୁଖ ନାଟ୍ୟ ଅନୁଷ୍ଠାନ ମଞ୍ଚାୟନ ତରଫରୁ ଆସନ୍ତା ମଇ ୯ ଓ ୧୦ ତାରିଖରେ ନାଟକ ଉତ୍ସବ ଅନୁଷ୍ଠିତ ହେବ। ମଇ ୯ ତାରିଖରେ ପବିତ୍ର କୁମାର ମହାନ୍ତି ଙ୍କ ନିର୍ଦ୍ଦେଶିତ ଭୁବନେଶ୍ୱରର ବାଗଦେବୀ ଲିଟରେଚର ଟ୍ରଷ୍ଟ ର ନାଟକ ” ଓଡ଼ଶ” ଏବଂ ୧୦ ତାରିଖରେ ଶରତ ଚନ୍ଦ୍ର ଆଚାର୍ଯ୍ୟ ଙ୍କ ନିର୍ଦ୍ଦେଶିତ ରାଗେଶ୍ରୀ ନିଳୟମ୍ ର ନାଟକ ” ଜଉଘର” ପରିବେଷଣ କରାଯିବ । ଏହି ନାଟକ ଉତ୍ସବ ରେ ନୟାଗଡ଼ ଜିଲ୍ଲା ର ପ୍ରତିଭାବାନ୍ ନାଟ୍ୟ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ଙ୍କୁ ସମ୍ମାନିତ କରାଯିବା ପାଇଁ ଅନୁଷ୍ଠାନ ତରଫରୁ ନିଷ୍ପତ୍ତି ନିଆଯାଇଛି। ପ୍ରତେକ ଦିନ ନାଟକ ଶେଷରେ ଉପସ୍ଥିତ ଦର୍ଶକ ନାଟକ ଆଧାରିତ ପ୍ରଶ୍ନ ନାଟକର ନିର୍ଦ୍ଦେଶକ ଓ କଳାକାରମାନଙ୍କୁ ପଚାରିପାରିବେ। ଶ୍ରେଷ୍ଠ ଦର୍ଶକୀୟ ମତାମତ…
Read Moreଓଡ଼ିଆ ନାଟ୍ୟ ପରମ୍ପରା ରେ ନୟାଗଡ଼ ଅବଦାନ ଅତୁଳନୀୟ
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ନାଟ୍ୟ ସଂଘ, ନୟାଗଡ଼ ଜିଲ୍ଲା ଶାଖା ତରଫରୁ ନୟାଗଡ଼ର ସମସ୍ତ ନାଟ୍ୟ ଅନୁଷ୍ଠାନ,ନାଟ୍ୟକର୍ମୀ ଓ ନାଟ୍ୟପ୍ରେମୀ ମାନଙ୍କୁ ନେଇ ପାଳିତ ହୋଇଯାଇଛି “ବିଶ୍ୱ ନାଟ୍ୟ ଦିବସ”। ଜିଲ୍ଲା ସଂଯୋଜକ ତଥା ଅଭିନେତା କାମାକ୍ଷା ପ୍ରସାଦ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଟ୍ୟ ନିର୍ଦ୍ଦେଶକ ଗଦାଧର ନନ୍ଦ, ନାଟ୍ୟକାର ବିଶ୍ୱନାଥ ମହାପାତ୍ର, ନାଟ୍ୟ ସଂଗୀତ ନିର୍ଦ୍ଦେଶକ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ କଣ୍ଠଶିଳ୍ପୀ ସୁର ଗନ୍ଧର୍ବ ନବକିଶୋର ମିଶ୍ର, ନାଟ୍ୟ ସମୀକ୍ଷକଙ୍କ ସୁଶାନ୍ତ କୁମାର ପଣ୍ଡା, ଓଡ଼ିଶା ନାଟ୍ୟ ସଂଘର ସଦସ୍ୟ ତଥା ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟ ବକ୍ତା ଭାବେ ଯୋଗଦେଇ ବିଶ୍ୱ ନାଟ୍ୟ ଦିବସ ପାଳନର ଉପାଦେୟତା ଏବଂ ନୟାଗଡ଼ ନାଟକର ଓଡ଼ିଆ ନାଟକ କୁ ଅବଦାନ ଉପରେ ଆଲୋକପାତ…
Read Moreନାଟକ ମହୋତ୍ସବର ଅନ୍ତିମ ସନ୍ଧ୍ୟା, ମଞ୍ଚସ୍ଥ ହେଲା ନାଟକ ‘ଡାଆଣି’
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ ଚାଲିଥିବା ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଅନ୍ତିମ ଦିବସରେ ‘ଚମତ୍କାର ନାଟ୍ୟାନୁଷ୍ଠାନ’, ନୟାଗଡ଼ ପକ୍ଷରୁ ଜୀବନ ଓ ଅନ୍ଧବିଶ୍ୱାସର ନାଟକ ‘ଡାଆଣି ’ ସଫଳତାର ସହ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହୋଇଯାଇଛି। ଆଦିବାସୀ ପରମ୍ପରା ଓ ସେମାନଙ୍କ ଜୀବନଶୈଳୀକୁ ଆଧାର କରି ନିର୍ମିତ ଏହି ନାଟକଟି ସମାଜରେ ପ୍ରଚଳିତ କୁସଂସ୍କାର ବିରୁଦ୍ଧରେ ଏକ ଶାଣିତ ସ୍ୱର ଉତ୍ତୋଳନ କରିଛି। ନାଟକଟି ଆଦିବାସୀ ସମାଜର ସରଳତା ଏବଂ ସେମାନଙ୍କର ପ୍ରକୃତି ସହ ଥିବା ନିବିଡ଼ ସମ୍ପର୍କକୁ ଦର୍ଶାଇଛି। କାହାଣୀର ମୁଖ୍ୟ ଚରିତ୍ର ‘ଭଗିଆ’ ଓ ତା’ର ପତ୍ନୀ ‘ନୁନୀ’ କିଭଳି ଜଣେ ଶଠ ସରପଞ୍ଚ, ଚରିତ୍ରହୀନ ପୋଲିସ ଅଧିକାରୀ ଓ ଠକ ଠିକାଦାରଙ୍କ ଚକ୍ରାନ୍ତର ଶିକାର ହେଉଛନ୍ତି, ତାହା ଅତ୍ୟନ୍ତ ମର୍ମସ୍ପର୍ଶୀ। ଦାଦନ ଖଟିବାକୁ ଯାଇ ଭଗିଆର…
Read Moreମଞ୍ଚରେ ଜୀବନ୍ତ ହେଲା ‘ସମୁଦ୍ର’: ସମ୍ବଲପୁରୀ ନାଟକରେ ଦେଖିବାକୁ ମିଳିଲା ସଭ୍ୟତା ଓ ସଂଘର୍ଷର ଅପୂର୍ବ ସମନ୍ୱୟ
ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟ୍ୟଧାରା ପକ୍ଷରୁ ଚାଲିଥିବା ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ୬ଷ୍ଠ ଦିବସରେ ‘ସୂର, ସମ୍ବଲପୁର’ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ସମ୍ବଲପୁରୀ ନାଟକ ‘ସମୁଦ୍ର’ ସଫଳତାର ସହ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହୋଇଯାଇଛି। ଡକ୍ଟର ପ୍ରସନ୍ନ କୁମାର ସାହୁଙ୍କ ଲିଖିତ ଏହି ନାଟକଟି ନିଜର ନିଆରା କଥାବସ୍ତୁ ଓ ଜୀବନ୍ତ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି। ନାଟକର କାହାଣୀ ଜଣେ ଜଙ୍ଗଲୀ ଯୁବକ ‘କମ୍ବୁ’ ଓ ଜାହାଜ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ‘କ୍ୟାପଟେନ କିଶନ’ଙ୍କ ସଂଘର୍ଷମୟ ଜୀବନକୁ ନେଇ ଗତିଶୀଳ ହୋଇଥିଲା। ଏକ ନିଛାଟିଆ ଦ୍ଵୀପରେ ପ୍ରକୃତିର ନିର୍ମମତା ଏବଂ ମାନବିକତାର ପରୀକ୍ଷାକୁ ମଞ୍ଚରେ ଅତି ସୁନ୍ଦର ଭାବେ ଚିତ୍ରଣ କରାଯାଇଥିଲା। ବିଶେଷ କରି ମହାଭାରତର ପ୍ରସଙ୍ଗ ମାଧ୍ୟମରେ ନୈତିକତାର ବାର୍ତ୍ତା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା।ନାଟ୍ୟଶ୍ରୀ ମାନସ ରଞ୍ଜନ…
Read Moreସମୁଦ୍ରର ନୀଳ ଲହରୀରେ ହଜିଲା ପ୍ରେମର ସନ୍ଧାନ: ମଞ୍ଚସ୍ଥ ହେଲା ନାଟକ ‘ଇନ୍ଦ୍ରଜାଲ’
ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟ୍ୟଧାରା ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ୫ମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ଇନ୍ଦ୍ରଜାଲ’। ସମୁଦ୍ରକୂଳର ଏକ କ୍ଷୁଦ୍ର ମତ୍ସ୍ୟଜୀବୀ ପଲ୍ଲୀରୁ ରୁଷିଆର ବରଫାବୃତ ସହର ପର୍ଯ୍ୟନ୍ତ ବ୍ୟାପିଥିବା ଏକ ଅନନ୍ୟ ପ୍ରେମ କାହାଣୀକୁ ନେଇ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ଅଭିନୀତ ହୋଇଯାଇଛି ଏହି ହୃଦୟସ୍ପର୍ଶୀ ତଥା ରୋମାଞ୍ଚଭରା ପ୍ରେମ ପ୍ରଣୟ ନାଟକ। ବିଶିଷ୍ଟ ନାଟ୍ୟକାର ଦୀପିକା ଦାସଙ୍କ ଦ୍ୱାରା ରଚିତ ଏହି ନାଟକକୁ ନିପୁଣତାର ସହ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି ଦେବାନନ୍ଦ ନାୟକ (ସୋନୀ)। ବିଶ୍ୱାସ ଓ ସଂଘର୍ଷର ଆଖ୍ୟାନନାଟକର କଥାବସ୍ତୁ ଗୋପାଳପୁରର ଜଣେ ସାଧାରଣ ଟୁରିଷ୍ଟ ଗାଇଡ୍ ‘ଶ୍ରୀନୁ’ ଏବଂ ରୁଷିଆରୁ ଉଚ୍ଚତର ଗବେଷଣା ଶେଷ କରି ଫେରିଥିବା ତା’ର ପିଲାଦିନର ସାଥୀ ‘ଲୀନା’କୁ କେନ୍ଦ୍ର କରି ଗତିଶୀଳ। ବହୁ ବର୍ଷ ପରେ ପିଲାଦିନର ସେହି ନିଷ୍ପାପ…
Read Moreନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା: ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଏକ ମର୍ମସ୍ପର୍ଶୀ ନାଟକ ‘ବଧୂ ବିଦାୟ’ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ସଫଳତାର ସହ ମଞ୍ଚସ୍ଥ ହୋଇଯାଇଛି। ଭୁବନେଶ୍ୱରର ବିଶିଷ୍ଟ ନାଟ୍ୟ ଅନୁଷ୍ଠାନ ‘ପଞ୍ଚଧ୍ୱନି ନାଟ୍ୟ ପରିଷଦ’ ଦ୍ୱାରା ପରିବେଷିତ ଏହି ନାଟକଟି ଦର୍ଶକଙ୍କ ମନକୁ ବେଶ୍ ଆନ୍ଦୋଳିତ କରିଥିଲା। ସାମାଜିକ ଚେତନାର ବାର୍ତ୍ତାନାଟକଟିର ମୂଳ କଥାବସ୍ତୁ ସମାଜରେ ଝିଅ ଓ ବୋହୂ ମଧ୍ୟରେ ଥିବା ପ୍ରଭେଦ ଏବଂ ମାନସିକତା ଉପରେ ପର୍ଯ୍ୟବେସିତ। ନିଜ ଝିଅ ବିଦାୟ ବେଳେ ପରିବାର ଯେଉଁ କଷ୍ଟ ଅନୁଭବ କରେ, ସେହି ସମାନ ସ୍ନେହ ଓ ସମ୍ମାନ କାହିଁକି ଜଣେ ବୋହୂକୁ ମିଳେ ନାହିଁ—ଏହି ପ୍ରଶ୍ନକୁ ନାଟକ ମାଧ୍ୟମରେ ଅତି ଚମତ୍କାର ଭାବେ ଉପସ୍ଥାପନ କରାଯାଇଛି। ରକ୍ତର ସମ୍ପର୍କ ନଥାଇ…
Read Moreରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’: ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର
ନୟାଗଡ଼,(ନୟାଗଡ଼ ଦର୍ପଣ):ନାଟ୍ୟଧାରା ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ‘ପ୍ରତିଭା’ ନାଟ୍ୟ ପରିଷଦ, ଭୁବନେଶ୍ୱର ପକ୍ଷରୁ ମଞ୍ଚସ୍ଥ ହୋଇଥିଲା ସାମାଜିକ ନାଟକ ‘ଏକ ନାୟକର ମୃତ୍ୟୁ’। ସ୍ୱର୍ଗତଃ ନାରାୟଣ ଚନ୍ଦ୍ର ରାୟମହାପାତ୍ରଙ୍କ ଦ୍ୱାରା ରଚିତ ଏହି ନାଟକକୁ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଥିଲେ ଦୀପ୍ତି ରଞ୍ଜନ ଦାଶ। ନାଟକଟି ସମାଜର ଜ୍ୱଳନ୍ତ ସମସ୍ୟା, ବେକାରୀ ଏବଂ ପ୍ରଶାସନିକ ଦୁର୍ନୀତିର ଏକ ନଗ୍ନ ଚିତ୍ରକୁ ସାମ୍ନାକୁ ଆଣିଥିବା ବେଳେ ଉପସ୍ଥିତ ଦର୍ଶକ ମାନେ ବେଶ ଭାବ ବିହ୍ଵଳ ହୋଇ ପଡ଼ିଥିଲେ । ନାଟକର ମୁଖ୍ୟ ଚରିତ୍ର ବିଶ୍ୱନାଥ ଛୋଟରାୟ, ଜଣେ ଉଚ୍ଚଶିକ୍ଷିତ କିନ୍ତୁ ବେକାର ଯୁବକ। ଅଭାବ ଅନଟନ ଭିତରେ ଗତି କରୁଥିବା ବିଶ୍ୱନାଥଙ୍କ ପାଖରେ ରୋଗଶଯ୍ୟାରେ ପଡ଼ିଥିବା ବାପାଙ୍କ ପାଇଁ ଔଷଧ କିଣିବାକୁ ମଧ୍ୟ ଅର୍ଥ ନାହିଁ। ବାପାଙ୍କ ଜୀବନ ବଞ୍ଚାଇବା ପାଇଁ…
Read More‘କୁହୁଡ଼ି’ରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥାନୀୟ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ଆଜି ଉଦଘାଟିତ ହୋଇଯାଇଛି। ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ ଉପସ୍ଥିତ ରହି ଉଦଘାଟନ କରିଥିବା ବେଳେ ନାଟ୍ୟଧାରା ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟ ନିର୍ଦ୍ଦେଶକ ଡ ବିଜୟ କୁମାର ଚୌଧୁରୀ, ନାଟ୍ୟକାର ଗୋପୀନାଥ ବାରିକ ଏବଂ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ। ନାଟକ ସପ୍ତାହର ପ୍ରଥମ ଦିବସରେ ଭୁବନେଶ୍ୱର ବିଦ୍ୟାକନକ ସୃଜାନାନୁଷ୍ଠାନ ପକ୍ଷରୁ ନାଟକ ‘କୁହୁଡ଼ି’ ମଞ୍ଚସ୍ଥ ହୋଇଥିଲା। ନାଟକଟି ମୁଖ୍ୟତଃ ସାମାଜିକ ଅବକ୍ଷୟ ଏବଂ ମୂଲ୍ୟବୋଧର ସଂଘର୍ଷ ଉପରେ ଆଧାରିତ। ନାଟ୍ୟକାର ଗୋପୀନାଥ ବାରିକ ଏଥିରେ ଦର୍ଶାଇଛନ୍ତି ଯେ କିପରି ସ୍ୱାର୍ଥପରତା, ଲୋଭ ଏବଂ ମିଥ୍ୟାର ଏକ “କୁହୁଡ଼ି” ମଣିଷର ବିବେକକୁ…
Read More