ଉନ୍ନତମାନର ଚିକିତ୍ସା ସୁବିଧା ପାଇଲେ ୨ ହଜାର ରୋଗୀ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଏବଂ ଇଫକୋ ସହାୟତା କରିଛନ୍ତି । ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିବା ବେଳେ ୨ ହଜାରରୁ ଉର୍ଦ୍ଧ୍ୱ ଲୋକ ବହୁ ଦକ୍ଷ ଚିକିତ୍ସକଙ୍କଠାରୁ ଚିକିତ୍ସା ସୁବିଧା ପାଇ ପାରିଛନ୍ତି । ୧୨ଟି ସ୍ୱାସ୍ଥ୍ୟ ସମ୍ପର୍କିତ ବିଭାଗ ପାଇଁ ୨୧ ଜଣ ଡାକ୍ତର ଶିବିରରେ ଯୋଗ ଦେଇଥିଲେ । ମୁଖ୍ୟତଃ ଆମ୍ରି ହସ୍ପିଟାଲର ୯ ଜଣ ଡାକ୍ତର ଯୋଗ ଦେଇ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ…
Read MoreCategory: ସ୍ୱାସ୍ଥ୍ୟ
ମାଗଣା ସ୍ୱାସ୍ଥ୍ୟ ଶିବିର ପାଇଁ ଚୂଡ଼ାନ୍ତ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ରବିବାର ଅନୁଷ୍ଠିତ ହେବ। ଏଥିପାଇଁ ଆଜି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସଭାଗୃହରେ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଅରୁଣ ମହାନ୍ତି, ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ମନ୍ତ୍ରୀ ଡ. ସାହୁ ତାଙ୍କ ବକ୍ତବ୍ୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ସ୍ୱେଚ୍ଛାସେବୀ ମନବୃତ୍ତି ବୃଦ୍ଧି ପାଇଁ କାର୍ଯ୍ୟକ୍ରମର ଆବଶ୍ୟକତା ଥିବା କହିଛନ୍ତି । ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ…
Read More“ସେବା” ପରିସରରେ ସ୍ୱଚ୍ଛତା ପକ୍ଷ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସେବା” ପରିସରରେ ଆଜି ସ୍ୱଚ୍ଛତା ପକ୍ଷ ପାଳନ ହୋଇଯାଇଛି । ରାଜ୍ୟ ସମାଜ ମଙ୍ଗଳ ବୋର୍ଡଙ୍କ ପରାମର୍ଶ କ୍ରମେ ସ୍ୱଚ୍ଛତା ପକ୍ଷ ପାଳନର ଶୁଭାରମ୍ଭ ହୋଇଅଛି । “ସେବା”ର ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜାଙ୍କ ନେତୃତ୍ୱରେ ତଥା “ସେବା” ପରିବାର ପରାମର୍ଶ କେନ୍ଦ୍ର ଓ ‘ସେବା ସୁଧାର ଗୃହ’ର ମିଳିତ ଉଦ୍ୟମରେ ଆୟୋଜିତ ଏହି ଉତ୍ସବରେ ସେବା ଅନୁଷ୍ଠାନର ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଅନ୍ତେବାସୀ ମାନଙ୍କୁ ସ୍ୱଚ୍ଛତାର ଶପଥ ପାଠ କରାଇବା ସହ ସମସ୍ତ କର୍ମଚାରୀ ଓ ଅନ୍ତେବାସୀ ସେବା ପରିସରକୁ ସଫା କରିଥିଲେ। ମାନସିକ ଅନଗ୍ରସର ଶିଶୁ ମାନଙ୍କ ଦ୍ବାରା ଲଗା ଯାଇଥିବା ଫଳ ବଗିଚାରେ ନୂତନ ଚାରା ରୋପଣ ସହ ବଗିଚା ସଫା ଓ ନିକଟସ୍ଥ ରାସ୍ତାର ଉଭୟ ପାର୍ଶ୍ୱ…
Read Moreଗାଁ’ଗାଁକୁ ଗଡ଼ିଲା ପ୍ରଚାର ଗାଡି
ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ରାଜସୁନାଖଳା,(ନୟାଗଡ଼ ଦର୍ପଣ): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ କାର୍ଯ୍ୟକ୍ରମ ପାଇଁ ଆଜି ଗାଁ ଗାଁକୁ ଗଡ଼ିଛି ପ୍ରଚାର ଗାଡି। ଆଗାମୀ ୧୫ ଡିସେମ୍ବର ୨୦୨୧ ଠାରୁ ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩ମାସ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଏବଂ ୭ଟି କାର୍ଯ୍ୟ ଦିବସରେ ଏହି ସ୍ୱତନ୍ତ୍ର ଟୀକାକରଣ ଅଭିଯାନ କାର୍ଯ୍ୟକ୍ରମ କରାଯିବା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଥିବା ବେଳେ ଏ ନେଇ ଆଜି ନୟାଗଡ଼ ଜିଲ୍ଲାର ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଏକ ସୁସଜ୍ଜିତ ପ୍ରଚାର ଗାଡ଼ି ରାଜସୁନାଖଳା ସଂଲଗ୍ନ ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏହି…
Read Moreନୟାଗଡ଼ ଜିଲ୍ଲାରେ ନଭେମ୍ବର ୧୫ରୁ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସମସ୍ତ ସବ-ସେଣ୍ଟର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଚଳିତ ମାସ ୧୫ ତାରିଖରୁ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ଅନୁଷ୍ଠିତ ହେବ । ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ବିଭିନ୍ନ ପ୍ରକାର ଟୀକା ଦିଆଯିବ । ମହାମାରୀ କୋଭିଡ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ନିମନ୍ତେ ନିୟମିତ ଟୀକାଦାନକୁ ଗୁରୁତ୍ୱ ଦିଆଯାଇଛି । ଏହାଦ୍ୱାରା ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ କୌଣସି ଶିଶୁ ଟୀକାକରଣରୁ ବଞ୍ଚିତ ହେବେନାହିଁ । ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଥିବା ଶିଶୁଙ୍କ ପରିବାରକୁ ଏ ସମ୍ପର୍କରେ ସଚେତନ କରାଇବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ମାଇକରେ ପ୍ରଚାର, ପୋଷ୍ଟର, ଲିଫଲେଟ…
Read Moreଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାୟାକଳ୍ପ ପୁରସ୍କାର ବିତରଣୀ ଉତ୍ସବ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୃହ ପରିଷ୍କାର ପରିଚ୍ଛନ୍ନ ସହିତ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଉତ୍ତମ ରୋଗୀ ସେବା ଏବଂ ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବାରୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଥିବା କାୟାକଳ୍ପ ପୁରସ୍କାର ୨୦୨୦-୨୧ ଅବସରରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପୁରସ୍କାର ବିତରଣ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶକ୍ତି ପ୍ରସାଦ ମିଶ୍ର ,କାୟାକଳ୍ପ ମ୍ୟାନେଜର ସନତ୍ ମହାପାତ୍ର, କିଶୋର ଦାସ, ତ୍ରିଶୂଳ ରାଉଳ, ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବ୍ଲକ ଉନ୍ନୟନ ଅଧିକାରୀ ସ୍ୱାତିଲେଖା ଦାସ, ତହସିଲଦାର ବିଜେୟିତା ସାମନ୍ତସିଂହାର , ଏନ୍.ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବରେ ଡା. ମିଶ୍ର ସୁସ୍ଥ ସମାଜ ଗଠନ ପାଇଁ ସ୍ୱଚ୍ଛତା ନିହାତି ଆବଶ୍ୟକ ଓ…
Read Moreଇଟାମାଟିରେ ବିଶ୍ୱ ବ୍ୟବସାୟିକ ଚିକିତ୍ସା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ବ୍ୟବସାୟିକ ଚିକିତ୍ସା ଦିବସ ଅବସରରେ ଇଟାମାଟି ଶିକ୍ଷା ଓ ମହାବିଦ୍ୟାଳୟ ପରିସରରେ ଏକ ମାଗଣା ପୁନର୍ବାସ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇଟାମାଟି ଗ୍ରାମ ପଞ୍ଚାୟତ, ସର୍ବ ଭାରତୀୟ ମାନବିକ ଅଧିକାର ସଂଘ ଏବଂ ପ୍ରିୟଦିନୀ ରିହାବ କେୟାରର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଶିବିରରେ ଆଜି ଦୁଇଶହରୁ ଅଧିକ ରୋଗୀଙ୍କୁ ପରାମର୍ଶ ଏବଂ ମାଗଣା ଚିକିତ୍ସା କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ସୋନାଲିକା ମନ୍ଥନ ପ୍ରିୟଦିନୀ ରିହାବ କେୟାରର ନିର୍ଦ୍ଦେଶକ ଡ. ପ୍ରୀତମ ମହାପାତ୍ର, ସଂପାଦକ ପବିତ୍ର ମୋହନ ସାହୁ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ, ଶରତ କୁମାର ସାହୁ, ଆଶିଷ କୁମାର ଅଗ୍ରୱାଲ, କିଶୋର ନାୟକ, ଶ୍ରବଣ କୁମାର ରାମ, ଭାଗୀରଥି ବାଇ, ସମାଜସେବୀ ଦାମୋଦର ସାହୁ, ‘ଅହିରା’ର…
Read Moreବିଶ୍ବ ପୋଲିଓ ଦିବସରେ ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷ ରୋପଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ବିଶ୍ବ ପୋଲିଓ ଦିବସ ଉପଲକ୍ଷେ ନୟାଗଡ ରୋଟାରୀ କ୍ଲବ ତରଫରୁ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ କାର ରାଲିର ଆୟୋଜନ କରାଯାଇଥିଲା । ଏହି କାର ରାଲି ନୟାଗଡ଼ ଖଣ୍ଡପଡା ରୋଡ଼ ସ୍ଥିତ ରୋଟାରୀ କ୍ଲବରୁ ଆରମ୍ଭ ହୋଇ ଗୋଳଗୋଳା ଗ୍ରାମରେ ଶେଷ ହୋଇଥିଲା । ଏହି ରାଲିରେ ରୋଟାରୀ କ୍ଲବର ସଭାପତି ଧୀରେନ୍ଦ୍ର ପଟ୍ଟନାୟକ ଏବଂ ସଂପାଦକ ମିହିର ରଞ୍ଜନ ନାୟକଙ୍କ ସମେତ ଅନେକ ରୋଟାରିଆନ ମାନେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ପଥପାର୍ଶ୍ବ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।
Read Moreରୋଟାରୀ କ୍ଲବ ଓ ଶ୍ରୀକୃଷ୍ଣ ଯୁବକ ସଙ୍ଘ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ରୋଟାରୀ କ୍ଲବ ଓ ଶ୍ରୀକୃଷ୍ଣ ଯୁବକ ସଂଘ ଗୋଡିଆଳିର ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଗୋଡିଆଳି ଗ୍ରାମରେ ନୟାଗଡ଼ ରକ୍ତ ଭଣ୍ଡାର ସହାୟତାରେ ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ମହାପୁଣ୍ୟ ଏହି ଉକ୍ତିକୁ ପାର୍ଥେୟ କରି ଆଜିର ଏହି ସ୍ୱେଚ୍ଛାକୃତଭାବେ ମହିଳାମାନେ ରକ୍ତ ଦାନ କରିଥିଲେ। ମହିଳା ମାନଙ୍କ ରକ୍ତ ଦାନ ପ୍ରତି ଆଗ୍ରହ ସମାଜ ପ୍ରତି ପ୍ରେରଣାଦାୟକ ଥିଲା। ଏହି ଶିବିରରୁ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ରୋଟାରୀ କ୍ଲବର ସଭାପତି ଧୀରେନ୍ଦ୍ର ପଟ୍ଟନାୟକ, ରୋଟାରିଆନ ଅଧ୍ୟାପକ ପ୍ରସନ୍ନ ବସନ୍ତିଆ, ରୋଟାରିଆନ ବାସୁଦେବ ସାହୁ, ରୋଟାରିଆନ ଲକ୍ଷ୍ମୀ ନାରାୟଣ ରଥ ଓ ଗୋଡ଼ିଆଳି ଗ୍ରାମର ଶୀକୃଷ୍ଣ ଯୁବକ ସଂଘର ଯୁବ ସମାଜସେବୀ ମାନେ ଏହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ।
Read Moreକଣ୍ଟିଲୋରେ ସ୍ଵସ୍ଥ ଭାରତ ମିଶନ ଅଭିଯାନର ଉଦଘାଟନ ସହିତ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ
କଣ୍ଟିଲୋ,(ନୟାଗଡ଼ ଦର୍ପଣ): କଣ୍ଟିଲୋ ସ୍ଥିତ ନୀଳମାଧବ ମହାବିଦ୍ୟାଳୟ ଠାରେ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଓ ଦେଶରେ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଫିଟ୍ଇଣ୍ଡିଆ ଫ୍ରୀଡମ ରନର ଉଦଯାପନୀ ଏବଂ ସ୍ଵଚ୍ଛ ଭାରତ ମିଶନ ଅଭିଯାନର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଯାଇଅଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୀଳମାଧବ ମହାବିଦ୍ୟାଳୟର ଏନ୍.ସି.ସି., ଏନ.ଏସ. ଏସ., ୱାଇ. ଆର.ସି ୟୁନିଟ ଏବଂ ନୟାଗଡ଼ ନେହେରୁ ଯୁବକେନ୍ଦ୍ରର ୭୦ ଜଣ ଯୁବକ, ଯୁବତୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ନେହେରୁ ଯୁବକେନ୍ଦ୍ରେର ଜିଲ୍ଲା ଯୁବ ଅଧିକାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୀଳମାଧବ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଇଶ୍ୱରଚନ୍ଦ୍ର ଦାସଙ୍କ ସମେତ ସମାଜ ବିଜ୍ଞାନ ଅଧ୍ୟାପକ ଦୀନବନ୍ଧୁ ସାହୁ, ବରିଷ୍ଠ କିରାଣି ଲକ୍ଷ୍ମୀଧର ଚିନାରା ଓ ଏନ.ଏସ.ଏସ. ପ୍ରୋଗ୍ରାମ ଅଫିସର ହୃଷିକେଶ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଅତିଥି ମାନେ…
Read More