ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣ ସରିଥିବା ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯିବା ନେଇ ଜିଲ୍ଲାପାଳଙ୍କୁ ଅନୁରୋଧ କଲେ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାଶ। ବର୍ତ୍ତମାନ ସମୟରେ କୋଭିଡ ଲହର ପାଇଁ ଆବଶ୍ୟକୀୟ ସତର୍କ ସୂଚନା ବିଜ୍ଞପ୍ତି ପ୍ରକାଶ ପାଇଲାଣି କିନ୍ତୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକବର୍ଷ ଧରି ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଏଯାବତ ଏହି ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇ ଲୋକଙ୍କ କାର୍ଯ୍ୟରେ ଲାଗି ପାରୁନାହିଁ । ଏଥି ପ୍ରତି ସ୍ଥାନୀୟ ଲୋକପ୍ରତିନିଧି କିମ୍ବା ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ କାହାର ଟିକିଏ ଆନ୍ତରିକତା ନଥିଲା ଭଳି ମନେ ହେଉଛି। କୋଭିଡର ଦ୍ଵିତୀୟ ଲହର ବେଳେ ଅକ୍ସିଜେନ ଅଭାବ ଜନିତ ମୃତାହତଙ୍କ ସଂଖ୍ୟା ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ତାକୁ…
Read MoreCategory: ସ୍ୱାସ୍ଥ୍ୟ
ବିଦେଶ ମାଟିରେ ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତି ରଂଜନଙ୍କ ଆଉଏକ ସଫଳତା
ଗବେଷଣା ପତ୍ରିକା ‘ଇଲୁମିନେଟ୍’ରେ ସ୍ଥାନ ପାଇଲା ସଫଳତାର କାହାଣୀ ଦଶପଲ୍ଲା,(ନୟାଗଡ଼ ଦର୍ପଣ); ଆମେରିକାରେ ଗବେଷଣାରତ ଓଡିଆ ବୈଜ୍ଞାନିକ ତଥା ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତି ରଂଜନ ବେହେରାଙ୍କୁ ମିଳିଛି ଆଉଏକ ସଫଳତା। ତାଙ୍କର ସଫଳତାର କାହାଣୀ ଇଷ୍ଟ୍ ଟେନିସ ଷ୍ଟେଟ୍ ୟୁନିଭର୍ସିଟିର ବାର୍ଷିକ ଗବେଷଣା ପତ୍ରିକା ‘ଇଲୁମିନେଟ୍’ରେ ସ୍ଥାନ ପାଇଛି। ଯାହାକି ସମଗ୍ର ରାଜ୍ୟ ତଥା ଦେଶପାଇଁ ଏହା ଗୈାରବର ବିଷୟ। ଏହି ପତ୍ରିକାରେ କେବଳ ଗବେଷଣାରେ ଉଲ୍ଲେଖନୀୟ ତଥ୍ୟ ହାସଲ କରିଥିବା ଯୁବ ବୈଜ୍ଞାନିକଙ୍କ କାହାଣୀ ପ୍ରକାଶ କରିଥାଏ। ଯାହାକି ଚଳିତ ୨୦୨୨ ମସିହାରେ ସମଗ୍ର ବିଶ୍ବର ୨ଜଣ ବୈଜ୍ଞାନିକଙ୍କ କାହାଣୀ ପ୍ରକାଶ ପାଇଛି। ଜ୍ୟୋତିଙ୍କ ସମେତ ଅନ୍ୟ ଜଣେ ବୈଜ୍ଞାନିକ ହେଉଛନ୍ତି ଆଫ୍ରିକା ମହାଦେଶର। ଜ୍ୟୋତି ରଂଜନଙ୍କ ଗବେଷଣା ମୁଖ୍ୟତଃ ଖାଦ୍ୟ ନିରାପତ୍ତା ଉପରେ ପର୍ଯ୍ୟବେଷିତ। ସେ ଗଛ ମାନଙ୍କରୁ କିଭଳି ତୈଳ ଉତ୍ପାଦନ…
Read Moreଟାକରା ସ୍ବାସ୍ଥ୍ୟକେନ୍ଦ୍ରରେ ଉପକେନ୍ଦ୍ର ସ୍ତରୀୟ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଉପକେନ୍ଦ୍ର ସ୍ତରୀୟ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇାଯାଇଅଛି । ଉକ୍ତ ମେଳାରେ ଡ଼ା. କାଳୀ ପ୍ରସାଦ ଷଡ଼ଙ୍ଗୀ, ଡ଼ା.ସୋନାଲି ସ୍ବାଗତିକା ପ୍ରୀୟଦର୍ଶୀନୀ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସୁନିଲ କୁମାର ମହାକୁଡ଼, ମହିଳା ସ୍ବାସ୍ଥ୍ୟ କର୍ମୀ ରଶ୍ମିତା ସାହୁ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସନ୍ତୋଷ କୁମାର କହଁର, ଫାର୍ମାସିଷ୍ଟ ଜିତେନ୍ଦ୍ର ପୃଷ୍ଟି, ଆଶାସାଥୀ ରଂଜୁବାଳା ଦାଶ୍, ସ୍ଥାନୀୟ ଆଶାକର୍ମୀମାନେ ରହି ସ୍ୱାସ୍ଥ୍ୟ ମେଳାକୁ ସୁଚାରୁ ରୂପେ ସମ୍ପାଦନ କରିବା ସହ ସାହାଯ୍ୟ ସହଯୋଗ କରିଥିଲେ। ଉକ୍ତ ମେଳାରେ ଆଦିବାସୀ ଅଧ୍ୟୁଷିତ ତାବଡା, ପାନାବାରୀ, ମୁଣ୍ଡୁଳୀ, ମଂଜାରୀ, ତିଳାବାଡି ପ୍ରଭୃତି ଦୁର୍ଗମ ଗ୍ରାମର ଶତାଧିକ ଜନସାଧାରଣ,ଯୋଗଦାନ କରି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ…
Read Moreଜିଲ୍ଲା ବହୁମୂଖୀ ସ୍ବାସ୍ଥ୍ୟକର୍ମୀ ମହାସଂଘ ଶାଖାର ସାଧାରଣ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବହୁମୂଖୀ ସ୍ବାସ୍ଥ୍ୟକର୍ମୀ ମହାସଂଘ ଶାଖାର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ସଭାପତି ରାଧେଶ୍ୟାମ ପ୍ରଧାନଙ୍କର ଅଧ୍ୟକ୍ଷତାରେ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସଂଘର କର୍ମକର୍ତ୍ତା ନିରଞ୍ଜନ ଦାଶ, ପ୍ରଭାକର ପଲେଇ, କାଞ୍ଚନବାଳା ମହାରଣା, ଚକ୍ରଧର ଛୋଟରାୟ, ରାଜ୍ୟ ସଂଘର କର୍ମକର୍ତ୍ତା ପ୍ରଶନ୍ନ କୁମାର ସାହୁ ଏବଂ ଦୟାନିଧି ଦାଶ ଉପସ୍ଥିତ ଥିଲେ । ସ୍ବାସ୍ଥ୍ୟ ପରିଦର୍ଶକ ଭାସ୍କର ନାରାୟଣ ମହାରଣା ସଭା ପରିଚାଳନା କରିଥିଲେ । ସଂଘ ପକ୍ଷରୁ ପାଞ୍ଚ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରତ୍ୟେକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ସମ୍ପର୍କରେ ଆଲୋଚନା କରାଯାଇ ଥିଲା। ଦାବି ଗୁଡ଼ିକ ମଧ୍ୟରେ କ୍ୟାଡ଼ର ପୁନଃର୍ଗଠନ ପ୍ରମୁଖ ଥିଲା । ବର୍ତ୍ତମାନ ସଂଘ ପକ୍ଷରୁ…
Read Moreଜିଲ୍ଲାର ଘରୋଇ ଚିକିତ୍ସାଳୟରେ କାମ କରୁନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅବହେଳା ଯୋଗୁଁ ଜିଲ୍ଲାରେ ୫ଟି ଘରୋଇ ବେସରକାରୀ ଚିକିତ୍ସାଳୟରେ ବିଜୁ ସ୍ଵାସ୍ଥ୍ୟ ବୀମା ଯୋଜନା ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ରୋଗୀମାନେ ଏହି ଯୋଜନାରୁ ବଞ୍ଚିତ ହୋଇ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅପରାହ୍ନରେ ନିସ୍ତେଜକ ଡାକ୍ତର ରହୁନଥିବାରୁ ଆସୁଥିବା ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଫଳରେ ରୋଗୀ ସ୍ଵାସ୍ଥ୍ୟବୀମା କାର୍ଡ ଥାଇ ମଧ୍ୟ ଅପରେସନ ପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି। ଜିଲାରେ ବିଜୁ ସ୍ଵାସ୍ଥ୍ୟ ବୀମାରେ ଚିକିତ୍ସା ପାଇଁ ଘୋଷଣା କରାଯାଇଥିବା ୫ଟି ଚିକିତ୍ସାଳୟକୁ ପ୍ରତିଦିନ ଶହଶହ ରୋଗୀ ଆସୁଛନ୍ତି । ମାତ୍ର ସିଡିଏମ୍ଓଙ୍କ ଅବହେଳାରୁ ଏମ୍ଓୟୁ ଦସ୍ତଖତ ହୋଇପାରିନଥିବାରୁ ରୋଗୀମାନେ ବହୁ ହନ୍ତସନ୍ତ ହେଉଛନ୍ତି।…
Read Moreନୟାଗଡ଼ ରୋଟାରୀ କ୍ଲବ୍ ପରିସରରେ ସ୍ବାସ୍ଥ୍ଯ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡାରୋଡସ୍ଥ ରୋଟାରୀ କ୍ଲବ୍ ଭବନ ପରିସରରେ ଆପୋଲୋ ହସ୍ପିଟାଲ, ଭୁବନେଶ୍ୱର ଓ ରୋଟାରୀ କ୍ଲବ୍ ନୟାଗଡ଼ ମିଳିତ ଆନୁକୂଲ୍ୟରେ ମାଗଣା ହ୍ରୁତପିଣ୍ଡ ଓ ମଧୁମେହ ରୋଗ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ରୋଟାରିଆନ ସନଓ୍ବାରମଲ ଅଗ୍ରଓ୍ୱାଲ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆପୋଲୋ ହସ୍ପିଟାଲର ବରିଷ୍ଠ ହ୍ରୁଦରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟବ୍ରତ ସାହୁ, ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରେମାନନ୍ଦ ପଟ୍ଟନାୟକ ଓ ଡାକ୍ତର ପ୍ରତ୍ଯୁଷ ନାଗ ରୋଗୀମାନଙ୍କୁ ଚିକିତ୍ସା ଓ ପରାମର୍ଶ ଦେଇଥିବା ବେଳେ ଆପୋଲୋ ହସ୍ପିଟାଲର ଟେକେନସିଆନ୍ ଶିବପ୍ରସାଦ ବେହେରା, ମାନସ ରଂଜନ ନାୟକ ଓ ଦିବ୍ଯଜ୍ଯୋତି ତ୍ରିପାଠୀ ରୋଗୀମାନଙ୍କର ଫାସ୍ଟିଙ୍ଗ୍ ବ୍ଳଡ୍ ସୁଗାର ସହିତ ଇସିଜି ପରୀକ୍ଷା କରିଥିଲେ। ରୋଟାରୀ କ୍ଲବ୍ ସଭାପତି ପ୍ରବୀର କୁମାର ପ୍ରୁଷ୍ଟି ଓ ସଂପାଦକ ବାସୁଦେବ ସାହୁଙ୍କ ପ୍ରତ୍ଯେକ୍ଷ ସଂଯୋଜନାରେ ଅନୁଷ୍ଠିତ…
Read Moreଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ମେଗା ସ୍ବାସ୍ଥ୍ୟ ମେଳା
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ମିନି କନଫରେନସ୍ ହଲରେ ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ ତା. ୦୧.୧୦.୨୦୨୨ରିଖ ଦିନ ପାଳନଉପରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି । ଏହି ବୈଠକରେ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା। ସେମାନଙ୍କ ସ୍ଵାସ୍ଥ୍ୟ ସମସ୍ୟାର ସମାଧାନ ନିମନ୍ତେ ଏକ ମେଗା ସ୍ବାସ୍ଥ୍ୟ ଶିବିର କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଆଦିପତି କଅଁର ଏବଂ ଡା. ନୌସଦ୍ ଅଲ୍ଲୀ ଖାଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହିତ ଯୋଗାଯୋଗ କରି କାଡ଼ିଓଲୋଜିଷ୍ଟ, ଅର୍ଥୋପେଡିକ୍, ମେଡିସିନ୍, ଚକ୍ଷୁ, ଚର୍ମ, ବହୁମୂତ୍ର, ରୁମାଟୋଲୋଜିଷ୍ଟ, ଗାୟନୋକଲୋଜିଷ୍ଟ୍, ଗଳା ନାସା କର୍ଣ୍ଣ ବିଭାଗର ଡାକ୍ତରମାନଙ୍କୁ ଆମନ୍ତ୍ରଣ କରି ଆଣିବା ପାଇଁ ନିଷ୍ପତ୍ତି ହୋଇଥିଲା । ଗ୍ରାମାଂଚଳରେ…
Read Moreଅମୃତଭଣ୍ଡା
ଅମୃତଭଣ୍ଡା ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ କାରଣରୁ ଉପକାରୀ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ପାଚିଲା ଅମୃତଭଣ୍ଡାଠାରୁ କଞ୍ଚା ଅମୃତଭଣ୍ଡାର ଉପାଦେୟତା ଢ଼େର ବେଶୀ। ଏଥିରେ ଭିଟାମିନ ଏ, ସି ଓ ଇ ଭରପୂର ମାତ୍ରାରେ ଥାଏ। ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଯେମିତିକି ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ହୋଇଥାଏ। ଅମୃତଭଣ୍ଡା ଖାଇବା ଦ୍ୱାରା ଏହା ରକ୍ତରେ ସୁଗାର ପରିମାଣ କମ୍ କରିଥାଏ ଓ ଇନସୁଲିନ ମାତ୍ରା ବୃଦ୍ଧି କରିଥାଏ। ଏହା ଡାଇବେଟସକୁ କଣ୍ଟ୍ରୋଲରେ ରଖେ। ଏକ ସର୍ଭେ ଅନୁସାରେ ନିୟମିତ ଅମୃତଭଣ୍ଡା ଖାଇବା ଦ୍ୱାରା କ୍ୟାନ୍ସର ଆଶଙ୍କା କମ୍ ରହିଥାଏ। ଆଜିକାଲି ସମସ୍ତେ ନିଜ ଓଜନ କମ କରିବା ପାଇଁ ଲାଗି ପଡ଼ିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କଞ୍ଚା ଅମୃତ ଭଣ୍ଡା ଖାଇବା ଦ୍ୱାରା ଓଜନ କମ୍ ହୋଇଥାଏ। ଏହାକୁ ସାଲାଡ…
Read More‘କଦଳୀ’ର ଉପକାରୀତା
Banana benefits control Diabetes କଦଳୀ (Banana) ଆପଣଙ୍କୁ ଗୋଟିଏ ନୁହେଁ ଅନେକ ରୋଗରୁ ଦୂରେଇ ରଖେ । ଏହି ଫଳ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ,କିନ୍ତୁ ଆପଣ ଜାଣନ୍ତି କି କଞ୍ଚା କଦଳୀ (Raw Banana)ଖାଇବା ଦ୍ବାରା ଆପଣଙ୍କୁ ମଧୁମେହ (Diabetes)ଭଳି ଅନେକ ବଡ ବଡ ରୋଗରୁ ମୁକ୍ତି ଦିଏ । ଚାଲନ୍ତୁ ଜାଣିବା…କଞ୍ଚା କଦଳୀ (Raw Banana) ହୃଦୟ ପାଇଁ ବହୁ ଲାଭଦାୟକ । କଞ୍ଚା କଦଳୀ (Raw Banana)ରେ ଥିବା ଫାଇବର ଯୋଗୁଁ ଶରୀରରେ କୋଲେଷ୍ଟ୍ରଲ ନିୟନ୍ତ୍ରିତ ହୋଇଥାଏ । ମଧୁମେହ ରୋଗୀ (Diabetes)ମାନଙ୍କ ପାଇଁ କଞ୍ଚା କଦଳୀ (Raw Banana)ଉପକାରୀ । କଞ୍ଚା କଦଳୀ (Raw Banana)ରେ vi ମିଳୁଥିବା ଆଣ୍ଟି-ଡାଇବେଟିସ୍ ଗୁଣ ମଧୁମେହ (Diabetes)କୁ ନିୟନ୍ତ୍ରଣ କରିଥାଏ । କଞ୍ଚା କଦଳୀ (Raw Banana) ଚର୍ମ ପାଇଁ ମଧ୍ୟ ବହୁ…
Read MorePCPNDT ପରାମର୍ଶ ସମିତିର ସମୀକ୍ଷା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଗର୍ଭଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧନିୟମ ୧୯୯୪ (PCPNDT) ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ(ଟ୍ରେନିଂ ୟୁନିଟ୍) ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଜିଲ୍ଲାରେ ଚାଲୁଥିବା ସମୁଦାୟ ୧୦ଗୋଟି ଅଲଟ୍ରାସାଉଣ୍ଡ କ୍ଲିନିକ୍ର ସ୍ଥିତି ଏବଂ କାର୍ଯ୍ୟକାରିତା ଉପରେ ଆଲୋଚନା ଏବଂ ସମୀକ୍ଷା କରାଯାଇଥିଲା । ବାରମ୍ବାର ତାଗିଦ୍ ସତ୍ତ୍ଵେ ଚାନ୍ଦପୁର ସ୍ଥିତ ବସନ୍ତ ମଂଜରୀ ସାଧାରଣ ଚିକିତ୍ସାଳୟରେ ଅଲଟ୍ରା ସାଉଣ୍ଡ୍ କେନ୍ଦ୍ରଟି କାର୍ଯ୍ୟକ୍ଷମ ହୋଇପାରୁନଥିବାରୁ ଜିଲ୍ଲାପାଳ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ ଓ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଅଲଟ୍ରା ସାଉଣ୍ଡ କେନ୍ଦ୍ର ଓ ଦୁର୍ଗା ଅଲଟ୍ରା ସାଉଣ୍ଡ୍ କେନ୍ଦ୍ର, କନ୍ଧ ନୟାଗଡ଼ର ନବୀକରଣକୁ ବୈଠକରେ…
Read More