ପବିତ୍ର ଗାନ୍ଧୀ ଜୟନ୍ତୀରେ ‘ଆଶ୍ରୟ’ ପକ୍ଷରୁ ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ସରଣକୁଳ ବାଉଁଶିଆ ସ୍ଥିତ ସମାଜ କଲ୍ୟାଣ ସଙ୍ଗଠନ ‘ଆଶ୍ରୟ’ ପକ୍ଷରୁ ପବିତ୍ର ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ‘ଆଶ୍ରୟ’ର ଉପଦେଷ୍ଟା ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଡଃ.ସତ୍ୟନାରାୟଣ ଗାଲଙ୍କ ପ୍ରତିମୂର୍ତ୍ତୀ ଅନାବରଣ ସହ ସମାଜସେବୀ ତଥା ‘ଆଶ୍ରୟ’ର ଉପଦେଷ୍ଟା ମନୋରାମା ମହାପାତ୍ରଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା ପାଳିତ ହୋଇ ଯାଇଛି । ଉକ୍ତ ରକ୍ତଦାନ ଶିବିରରେ ୫୬ଜଣ ରକ୍ତଦାନ କରିଥିଲେ । ଏହି ଅବସରରେ ‘ଆଶ୍ରୟ’ର ପ୍ରତିଷ୍ଠାତା ଲୋକନାଥ ଦାଶ ୧୩୮ଥର ରକ୍ତଦାନ କରି ଉକ୍ତ ଶିବିରକୁ ଉଦଘାଟନ କରିବା ସହ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡଃ.ସୁହାସିନୀ ମହାପାତ୍ର, ରକ୍ତ ଭଣ୍ଡାର ଅଧିକାରୀ ଡ.ଅଜୟ କୁମାର ବାହିନୀପତି, ଡ. ଅଂଶୁମାନ ସାହୁ, ସମାଜସେବୀ ଦାମୋଦର ସାହୁ, ଅଧ୍ୟାପକ…

Read More

ରୋଟାରୀ କ୍ଲବର ଡିଫିଟ୍ ଡାଇବେଟିସ କାର୍ଯ୍ୟକ୍ରମ

ଖଣ୍ଡପଡ଼ା,(୨୯/୦୯): ନୟାଗଡ ରୋଟାରୀ କ୍ଲବ ଆନୁକୂଲ୍ୟରେ ଏକ ଡାଇବେଟିସ ପରୀକ୍ଷା ଏବଂ ସଚେତନତା କାର୍ଯ୍ୟକ୍ରମ ଖଣ୍ଡପଡା ବ୍ଲକ ସ୍ଥିତ ଶିଖରପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ୧୦୦ ରୁ ଉର୍ଦ୍ଧ୍ବ ଲୋକଙ୍କର ଡାଇବେଟିସ ପରୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ବିଭିନ୍ନ ଗ୍ରାମରେ ଆୟୋଜନ କରିବାର ଲକ୍ଷ ରହିଛି ବୋଲି ନୟାଗଡ଼ ରୋଟାରୀ କ୍ଲବର ସଭାପତି ଧିରେନ୍ଦ୍ର କୁମାର ପଟ୍ଟନାୟକ ସୁଚନା ଦେଇଛନ୍ତି। ଏ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରୋଟାରୀ କ୍ଲବ ସଂପାଦକ ମିହିର ରଞ୍ଜନ ନାୟକ, ରୋଟାରୀ କ୍ଲବର ସଦସ୍ୟ ବ୍ରଜେନ୍ଦ୍ର ପଟ୍ଟନାୟକ, ପ୍ରବିର ପୃଷ୍ଟି, ବାସୁଦେବ ସାହୁ, ଆଦିତ୍ୟ ମିଶ୍ର ଏବଂ ଆର.ସି.ସି. ଶିଖରପୁରର ସଭାପତି, ସଂପାଦକ ଓ ସଦସ୍ୟମାନେ । ରୋଟାରୀ କ୍ଲବର ଏପରି ସେବା କାର୍ଯ୍ୟକ୍ରମକୁ ସ୍ଥାନୀୟ ଗ୍ରାମବାସୀମାନେ ଭୁୟସୀ ପ୍ରଶଂସା କରିଥିଲେ ।

Read More

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ

ନୟାଗଡ଼,(୨୮/୦୯): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶକ୍ତି ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସୁରକ୍ଷିତ ଗର୍ଭପାତ କରାଇବାର ନିୟମ ଏବଂ ଅବଧି ସଂମ୍ପର୍କରେ ସୂଚନା ଦିଆଯାଇଛି । ୯ ସପ୍ତାହ ଗର୍ଭ ଧାରଣରେ ବଟିକା ଦ୍ୱାରା, ୧୨ ସପ୍ତାହରେ MVA ପଦ୍ଧତି ଦ୍ୱାରା ଏବଂ ୧୨ରୁ ୨୦ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁମୋଦିତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ପରାମର୍ଶ କରି ଗର୍ଭପାତ କରାଇବା ପାଇଁ ପରାମର୍ଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡା. ସୁଧାଂଶୁ ଶେଖର ଷଡଙ୍ଗୀ, DPMU ଡା. ପୂଷ୍ପା ନୀଳିମା ଲାକ୍ରା, ଡା. ସୁବାଷ ଚନ୍ଦ୍ର ନାୟକ, ଡା. ଟି.ପି ତ୍ରିପାଠୀ, ଡା. ଶରତ ଚନ୍ଦ୍ର ଦାଶ, ମେଡିକାଲ ଅଫିସର୍…

Read More

ନୟାଗଡ଼ରେ ବିଶ୍ୱସ୍ତରୀୟ ରେବିଜ୍ ଦିବସ ପାଳିତ

ନୟାଗଡ଼,(୨୮/୦୯): ରାଜ୍ୟ ପ୍ରାଣୀ ଚିକିତ୍ସା ସେବା ସଂଘ ନୟାଗଡ଼ ଶାଖା ତରଫରୁ ଆଜି ବିଶ୍ୱସ୍ତରୀୟ ରେବିଜ୍ ଦିବସ ସିନ୍ଦୁରିଆ ଠାରେ ଥିବା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସତ୍ୟନାରାୟଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ରେବିଜ୍ ନିରାକରଣ ଦିବସରେ ପ୍ରାଣୀ ଚିକିତ୍ସା ଓ ସଚେତନତା ଉପରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମକୁ ଡା. ପ୍ରତାପ ପ୍ରଧାନ ସଂଯୋଜନା କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଡା. ଦେବରାଜ ନାୟକ ଓ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଶ୍ରୀନିବାସ କର, ଡା. ଦିଲ୍ଲୀପ ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ଆୟୋଜିତ ଶିବିରରେ ୩୦ରୁ ଊର୍ଦ୍ଧ୍ଵ ପ୍ରାଣୀ…

Read More

ରୋଟାରୀ ଫିଜିଓଥେରାପି ଚିକିତ୍ସା ଶିବିର

ନୟାଗଡ଼,(୨୬/୦୯): ନୟାଗଡ ରୋଟାରୀ କ୍ଲବ ଆନୁକୂଲ୍ୟରେ ଏକ ଫିଜିଓଥେରାପି ଚିକିତ୍ସା ଶିବିର ଖଣ୍ଡପଡା ବ୍ଲକର ଶିଖରପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ୫୦ରୁ ଉର୍ଦ୍ଧ୍ବ ରୋଗୀ ଯୋଗଦେଇ ଫିଜିଓଥେରାପି କସରତ ଶିଖିବା ସହ ଫିଜିଓଥେରାପିଷ୍ଟ ଅଭିଳାଷ ଦାସ ଓ ସହଯୋଗୀ ନମିତା ନନ୍ଦଙ୍କ ପରାମର୍ଶ ନେଇଥିଲେ। ନୟାଗଡ଼ ରୋଟାରୀ କ୍ଲବର ସଭାପତି ଧିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ଏହି ଶିବିର ର ପରିଚାଳନାରେ ସହଯୋଗ କରିଥିଲେ ରୋଟାରିଆନ ଆରିଫ ଖାନ୍, ପ୍ରବିର ପୃଷ୍ଟି, ଲକ୍ଷ୍ମୀ ନାରାୟଣ ରଥ ଓ ଆର.ସି.ସି. ଶିଖରପୁର ର ଯୁବ ସମାଜ ସେବୀ ମାନେ । ସ୍ଥାନୀୟ ଗ୍ରାମବାସୀମାନେ ଏପରି ଚିକିତ୍ସା ଶିବିରକୁ ଆଗାମୀ ଦିନ ମାନଙ୍କରେ ଜାରି ରଖିବା ପାଇଁ ଅନୁରୋଧ କରିଥିଲେ ।

Read More

ଜିଲ୍ଲା କେମିଷ୍ଟ୍ ଆଣ୍ଡ ଡ୍ରଗିଷ୍ଟ୍ ଆସୋସିଏସନ୍ ଆନୁକୁଲ୍ୟରେ କେମିଷ୍ଟ ଭବନ ଉଦଘାଟିତ

ନୟାଗଡ଼,(୧୨/୦୯): ନୟାଗଡ଼ ଜିଲ୍ଲା କେମିଷ୍ଟ୍ ଆଣ୍ଡ ଡ୍ରଗିଷ୍ଟ୍ ଆସୋସିଏସନ୍ ଆନୁକୁଲ୍ୟରେ ଖଣ୍ଡପଡା ରୋଡ ସ୍ଥିତ ଅଗ୍ନିଶମ ବିଭାଗ ରାସ୍ତାରେ ଆଜି କେମିଷ୍ଟ ଭବନ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁ, ସମ୍ମାନିତ ଅତିଥି ଭାବେ ଉତ୍କଳ କେମିଷ୍ଟ୍ ଡ୍ରଗିଷ୍ଟ୍ ଆସୋସିଏସନ୍ ରାଜ୍ୟ ସଭାପତି ପି. ସତ୍ୟନାରାୟଣ, ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର, ନୟାଗଡ଼ ଜିଲ୍ଲା ଡ୍ରଗ ଇନିସପେକ୍ଟର ପ୍ରିୟଙ୍କା ଚକ୍ରବର୍ତ୍ତୀ ପ୍ରମୂଖ ଯୋଗ ଦେଇଥିଲେ । ଆସୋସିଏସନ୍ ଦ୍ୱାରା ନିର୍ମାଣ ହୋଇଥିବା ନୂତନ ଗୃହକୁ ଉଦ୍ଘାଟନ କରିବା ଅବସରରେ ଜିଲ୍ଲାପାଳ ଡା. ଟୁଡୁ ଲକଡାଉନ୍ ସମୟରେ ଔଷଧ ବ୍ୟବସାୟୀମାନେ ନିରନ୍ତର ସେବା ଯୋଗାଇ ଚାଲିଥିଲେ, ସେଥିପାଇଁ ସେମାନେ ଧନ୍ୟବାଦର ପାତ୍ର ବୋଲି କହିଥିଲେ । ସେହିଭଳି ଭାବେ ଏକତା ଓ ସହଭାଗିତା ଦ୍ୱାରା ସଂଗଠନ…

Read More

ସୁସ୍ଥତା ପାଇଁ ଦୌଡିବା କାର୍ଯ୍ୟକ୍ରମରେ ଦୌଡିଲେ ଯୁବ ସ୍ବେଛାସେବୀ

ନୟାଗଡ଼,(୧୧/୦୯): ସୁସ୍ଥତା ପାଇଁ ଦୌଡିବା କାର୍ଯ୍ୟକ୍ରମରେ ଦୌଡିଲେ ଶତାଧିକ ଯୁବ ସ୍ବେଛାସେବୀ । ନୟାଗଡ଼ ସହର ର ରାଜରାସ୍ତାରେ ସୁସ୍ଥତା ପାଇଁ ବାର୍ତ୍ତା ବାଣ୍ଟିଲେ ଯୁବ ସ୍ବେଛାସେବୀ ଙ୍କ ସହ ଛାତ୍ରଛାତ୍ରୀ। ନୟାଗଡ଼ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଅନନ୍ୟା ଫାଉଣ୍ଡେସନ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ନୟାଗଡ଼ ଜିଲ୍ଲା ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଜାତୀୟ ସେବା ସଂସ୍ଥା ର ସ୍ବେଛାସେବୀମାନେ ଯୋଗ ଦେଇଥିଲେ। ନୟାଗଡ଼ ମହାବିଦ୍ୟାଳୟ ଠାରୁ ତ୍ରିନାଥ ଛକ ପର୍ଯ୍ୟନ୍ତ ମାରାଥନ ଦୌଡ଼ିଥିଲେ ସ୍ବେଛାସେବୀ। ଏହି ଅବସର ରେ ଅନୁଷ୍ଠିତ ସାଧାରଣ ସଭାରେ ଅନନ୍ୟା ଫାଉଣ୍ଡେସନର ଅଧ୍ୟକ୍ଷ ଆଶୁତୋଷ ଦାଶ ନୟାଗଡ଼ ଜିଲ୍ଲା ଏନ.ୱାଇ. କେ.ଏସ.ର ସଂଯୋଜକ ଅନୁରାଗ କୁମାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସୁସ୍ଥତାର ମନ୍ତ୍ର ଦେଇଥିଲେ। ଏହି ଅବସରରେ…

Read More

ସୁସ୍ଥ ଜୀବନ ପାଇଁ ସୁସ୍ଥ ଅଭ୍ୟାସ ଜରୁରୀ

ସୁସ୍ଥ ଜୀବନଶୈଳୀ କରିବାରେ କୌଣସି ବଡ଼ କାମ ନାହିଁ କେବଳ କିଛି ସୁସ୍ଥ ଅଭ୍ୟାସରେ ଧ୍ୟାନ ରଖିବା ଉଚିତ ।ଦଶହରା ହେଉ କି ନୂତନ ବର୍ଷର ସୁଯୋଗରେ ଲକ୍ଷ ଲକ୍ଷ ଲୋକ ନିଜ ନିଜର କ୍ୟାରିୟର, ଶିକ୍ଷା, ଚାକିରିର ପ୍ରମୋଶନ୍ ଏବଂ କିଛି ନୂତନ ଶିକ୍ଷା ଓ ବ୍ୟବହାରରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପରି ବହୁତ ସାରା ସଂକଳ୍ପ ନେଇଥା’ନ୍ତି । କିଛି ଲୋକ ନିଜର ନ୍ୟୁ ଇୟର ରିଜୋଲ୍ୟୁସନ୍‌କୁ କିଛି ବାଟ ପର୍ଯ୍ୟନ୍ତ ପୂରା କରିବାରେ ସଫଳ ବି ହୋଇଥା’ନ୍ତି । ବର୍ଷ ସାରା ଏହି ସଂକଳ୍ପ ଓ ପାରିବାରିକ ଦାୟିତ୍ୱକୁ ପୂରା କରିବାର ଚକ୍କରରେ ନିଜ ଦେହ ପ୍ରତି ଧ୍ୟାନ ଦେଇନଥାନ୍ତି । ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ଆଜିକାଲି କମ ବୟସରେ ଓବେସିଟି, ଡାଏବେଟିସ୍‌, ବ୍ୟସ୍ତତା, ଅବସାଦ, ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା, ଅଣ୍ଟା ବ୍ୟଥା,…

Read More

‘କରୋନା’ ର ୩ୟ ଲହରକୁ ନେଇ ଗାଁ କଲ୍ୟାଣ ସମିତି ପକ୍ଷରୁ ସଚେତନତା

ଓଡ଼ଗାଁ,(୦୮/୦୯): ମହାମାରୀ ‘କରୋନା’ର ତୃତୀୟ ଲହରକୁ ଦୃଷ୍ଟିରେରଖି ଓଡ଼ଗାଁ ବ୍ଲକ ଗିରିଡ଼ିପଲ୍ଲୀ ପଞ୍ଚାୟତର ଧଝୋଲା ଗାଁ କଲ୍ୟାଣ ସମିତି ଓ ଗିରିଡ଼ିପଲ୍ଲି ଗାଁ କଲ୍ୟାଣ ସମିତି ତରଫରୁ ତନ୍ତିଭୁଷାପଲ୍ଲୀ ଓ ଗିରିଡିପଲ୍ଲିରେ ଆଜି କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ସନ୍ୟାସୀ ପ୍ରଧାନ ମୁଖ୍ୟଅତିଥିଭାବେ ଯୋଗଦେଇ ପତାକା  ଦେଖାଇ ଏହାକୁ ଶୁଭାରମ୍ଭ କରିଥିବାବେଳେ ଅଙ୍ଗନବାଡି କର୍ମୀ ସବିତା ନାୟକ, ସରୋଜିନୀ ସାହୁ, ଆଶାକର୍ମୀ ସ୍ୱର୍ଣ୍ଣଲତା ନାୟକ, କ୍ଷୀର ପାହାନ, ସ୍ୱେଚ୍ଛାସେବୀ ସୁଶାନ୍ତ ରାଉତଙ୍କ ସମେତ ମହିଳା ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇଥିଲେ। ଏହି ଜନସଚେତନତା ରାଲିରେ ଗ୍ରାମର ପୁରୁଷ, ମହିଳା, ଯୁବଗୋଷ୍ଠୀ କୋଭିଡ଼୍ ଗାଇଡ଼୍ ଲାଇନ୍ ଅନୁସାରେ ମାସ୍କ ପିନ୍ଧି ସାମାଜିକ ଦୂରତା ନିୟମ ପାଳି ବିଭିନ୍ନ ସଚେତନତା ପ୍ଲାକାର୍ଡ଼,ସ୍ଲୋଗାନ ଏବଂ ଲିଫ୍ଲେଟ୍ ମାଧ୍ୟମରେ ପ୍ରଚାର କରାଇଥିଲେ।ତା ସହିତ ମାସ୍କ ଓ ସାବୁନ ବଣ୍ଟନ କରାଯାଇଥିଲା।ଗ୍ରାମ…

Read More

୩ୟ ଲହରକୁ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପର୍ବପର୍ବାଣୀ ସମୟରେ ଆମର ଦାୟିତ୍ବପୂର୍ଣ୍ଣ ବ୍ୟବହାର ତୃତୀୟ ଲହରୀକୁ ନିୟନ୍ତ୍ରଣ କରିବାରେ ନିର୍ଣ୍ଣାୟକ ହେବ – ମୁଖ୍ୟମନ୍ତ୍ରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଅଚାନକ ପରିଦର୍ଶନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଧାର୍ମିକ ଅନୁଷ୍ଠାନ, ଡାକ୍ତରଖାନା, ଅଫିସ ଓ ହାଟ ବଜାରରେ କୋଭିଡ ନିୟମ କଡାକଡି ପାଇଁ ନିର୍ଦ୍ଦେଶ ଅବହେଳା ପରିଲକ୍ଷିତ ହେଲେ, ପୁଣି ଲକ୍ଡାଉନ ଫେରିବ ନୟାଗଡ଼,(୦୭/୦୯):- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତ ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିବା ଚିନ୍ତାଜନକ ହୋଇଛି । ତେଣୁ ଏ ପରିସ୍ଥିତିରେ ଆମକୁ ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ, କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ହେବ । ଏଥିରେ ସାମାନ୍ୟ…

Read More