ଖଣ୍ଡପଡାର ନୂତନ ଏସଡ଼ିପିଓ ଭାବେ ଯୋଗଦେବେ ପ୍ରଭାତ କୁମାର ମଲ୍ଲିକ

ଖଣ୍ଡପଡା: ଖଣ୍ଡପଡାରେ କାର୍ଯ୍ୟରତ ଏସଡ଼ିପିଓଙ୍କ ବଦଳି ପରେ ତାଙ୍କ ସ୍ଥାନରେ ନୂତନ ଏସଡିପିଓ ଭାବେ ଯୋଗ ଦେବାକୁ ଯାଉଛନ୍ତି ପ୍ରଭାତ କୁମାର ମଲ୍ଲିକ। ଶ୍ରୀଯୁକ୍ତ ମଲ୍ଲିକ ପୂର୍ବରୁ କଟକ ଜିଲ୍ଲା ବଡମ୍ବା ଥାନା ଅଧିକାରୀଭାବେ କାର୍ଯ୍ୟରତ ଥିଲେ। ବଡ଼ମ୍ବା ପୂର୍ବରୁ ମାଲକାନଗିରିରେ ନିଜର ବହୁବର୍ଷ ଅଭିଜ୍ଞତା ଭିତରେ ଅନେକ ଜାଗାରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଶ୍ରୀଯୁକ୍ତ ମଲ୍ଲିକ। ଖଣ୍ଡପଡା ଅଞ୍ଚଳରେ ଆଇନ ଶୃଙ୍ଖଳା ଅବ୍ୟାହତ ରହିବ ବୋଲି ସ୍ଥାନୀୟ ଜନସାଧାରଣ ଆଶାବାଦୀ ଅଛନ୍ତି।

Read More

ଖଣ୍ଡପଡା କୋଭିଡ କେୟାର ସେଣ୍ଟର ପକ୍ଷରୁ ୨୪ଘଣ୍ଟିଆ ଫୋନ ନମ୍ବର ଜାରି

ଖଣ୍ଡପଡା: ସାରା ଭାରତରେ କରୋନାର ଦ୍ୱିତୀୟ ଲହର ଭୟାନକ ଭାବେ ମାଡି ଚାଲି ଥିବାବେଳେ ସେଥିରୁ ବାଦ ପଡ଼ିନି ଆମ ରାଜ୍ୟ ପୁଣି ସେଥିରେ ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରୋଗୀମାନଙ୍କ ସୁବିଧା ପାଇଁ ଖଣ୍ଡପଡ଼ା କୋଭିଡ କେୟାର ସେଣ୍ଟରରେ ୨୪ ଘଣ୍ଟିଆ ହେଲ୍ପଡେସ୍କ ଖୋଲାଯାଇଛି । ସକାଳ ୯ଘଟିକାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ସୁନୀତା ସ୍ୱାଇଁ ଫୋନ ମାଧ୍ୟମରେ ପରାମର୍ଶ ଦେବାକୁ ଥିବା ବେଳେ ରାତ୍ରି ୯ରୁ ସକାଳ ୯ଟା ପର୍ଯ୍ୟନ୍ତ ପ୍ରଦ୍ୟୁମ୍ନ ସ୍ୱାଇଁ ପରାମର୍ଶ ଦେବେ। କୋଭିଡ କେୟାର ସେଣ୍ଟର ପକ୍ଷରୁ ଏକ ଟେଲିଫୋନ ନମ୍ବର- ୯୩୪୮୯୬୧୮୪୮ ଜାରି କରାଯାଇଛି ।

Read More