ଜିଲ୍ଲା ମିଳିତ ଅମଲା ମଞ୍ଚର ଚେତାବନୀ, ୧ରୁ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ପଞ୍ଚାୟତ ସମିତି ସଭାଗୃହରେ ନୟାଗଡ଼ ଜିଲ୍ଲା ମିଳିତ ଅମଲା ମଞ୍ଚ ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା । ନୟାଗଡ଼ ଜିଲ୍ଲା ମିଳିତ ମଞ୍ଚ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଓଝାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସଂଘର ମୁଖ୍ୟ ଉପଦେଷ୍ଟା ରଶ୍ମୀରଞ୍ଜନ ଦାସ, କାର୍ଯ୍ୟକାରୀ ସଭାପତି ବାଳକୃଷ୍ଣ ଦାସ, ସମ୍ପାଦକ ପ୍ରଦୀପ୍ତ କୁମାର ନନ୍ଦ ଓ ଆବାହକ ଶ୍ରୀଧର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଏହି ଡାକରା ଦିଆଯାଇଥିଲା । ରାଜ୍ୟ ସରକାର ସେମାନଙ୍କ ଦାବି ପୁରଣ ନକଲେ ଆସନ୍ତା କାଲିଠାରୁ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିବେ । ଏଥି ସହିତ ଆସନ୍ତା ୧ତାରିଖରୁ ଜିଲ୍ଲାର ସମସ୍ତ ଅମଲା ସଂଘର କର୍ମକର୍ତା ମାନେ ସମୁହ ଛୁଟି ନେବେ ବୋଲି…

Read More

ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଜିତେନ୍ଦ୍ର ଚମ୍ପିୟାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ନୟାଗଡ଼ରେ ଚାଲିଥିବା ଜିଲ୍ଲାସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟରେ ଜିତେନ୍ଦ୍ର କୁମାର ଦାସ ଚମ୍ପିୟାନ ହୋଇ ପ୍ରମାଣପତ୍ର ଓ ଅର୍ଥରାଶି ପୁରସ୍କାର ପାଇଛନ୍ତି। ଅନ୍ୟପକ୍ଷରେ ଦ୍ୱିତୀୟ ସ୍ଥାନରେ ବାଲାରସେନ ପାତ୍ର, ତୃତୀୟରେ ଜଳଧର ପାତ୍ର, ଚତୁର୍ଥରେ ସିଦ୍ଧାର୍ଥ ଶଙ୍କର ରାୟ ଏବଂ ପଞ୍ଚମ ସ୍ଥାନରେ ଗଙ୍ଗାଧର ଦାସ ପ୍ରମୁଖ ପୁରସ୍କୃତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଲବର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କେସି କ୍ଲବଠାରେ ଦୁଇଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟର ଆଜି ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରି ଉପସ୍ଥିତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ମୋବାଇଲରେ ଅଯଥା ସମୟ ଅପଚୟ ନକରି ଅଧିକରୁ ଅଧିକ ଚେସ ଖେଳରେ ମନୋନିବେଶ ପାଇଁ ପରାମର୍ଶ…

Read More

ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଲବର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କେସି କ୍ଲବଠାରେ ଉଦଘାଟିତ ହୋଇଯାଇଛି। ଜିଲ୍ଲା ଚେସ ଆସୋସିଏସନ ସଭାପତି ଶ୍ରୀଧର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଯୋଗଦାନ କରି ପଦୀପ ପ୍ରଜ୍ବଳନ କରି ବିଧିବଦ୍ଧ ଭାବେ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚେସ ଆସୋସିଏସନ ସମ୍ପାଦକ ଧୀରେନ୍ଦ୍ର ପଟ୍ଟନାୟକ, କେସି କ୍ଲବ ସମ୍ପାଦକ ସଂଗ୍ରାମ ଗୁମାନସିଂ ପ୍ରମୁଖ ଉପସ୍ଥିତ ଥିଲେ।ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୪୨ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସ୍ୱିସ ଲିଗରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟକୁ ଆର୍ବିଟର ସନ୍ତୋଷ ମହାପାତ୍ର ପରିଚାଳନା କରିଥିବା ବେଳେ ଜିଲ୍ଲା…

Read More

ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଛି ନୂଆଗାଁ ବିଡ଼ିଓଙ୍କ ବାର୍ତ୍ତା “ବି ହାପି ନୋ ବିପି”

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଥିବା ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର।ବିଡ଼ିଓ ଶ୍ରୀ ମିଶ୍ର ଯୋଗଦେଇ “ଆର୍ଟ ଅଫ ଗିଭିଂ” ପାଳନର ଉଦେଶ୍ୟ ବର୍ଣ୍ଣନା କରିବା ସହ “ବି ହାପି ନୋ ବିପି” ବୋଲି କହିଥିଲେ। ଆମେ ସମସ୍ତେ ଯଦି ସର୍ବଦା ଖୁସିରେ ରହିବା ତେବେ ଆମକୁ ବିପି ଛୁଇଁ ପାରିବ ନାହିଁ ବୋଲି ବିଡ଼ିଓ କହିଥିଲେ। ବିଡ଼ିଓ ଶ୍ରୀ ମିଶ୍ରଙ୍କ “ବି ହାପି ନୋ ବିପି” ବାର୍ତ୍ତା ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିଛି।

Read More

ଚଳିତ ମାଟ୍ରିକ ପରୀକ୍ଷାରେ କେଶବ ହେଲେ ନୟାଗଡ଼ ଜିଲ୍ଲା ଟପ୍ପର

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟ, ଶିଖରପୁରର ଛାତ୍ର କେଶବ ଚନ୍ଦ୍ର ପରିଡ଼ା ନୟାଗଡ଼ ଜିଲ୍ଲା ଟପ୍ପର ହୋଇଛନ୍ତି। ସେ ସମୁଦାୟ ୬୦୦ ନମ୍ବରରୁ ୫୭୮ ନମ୍ବର ରଖି ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ୯୬.୪୦% ପାସ ହାର ହୋଇଥିବାବେଳେ ନୟାଗଡ଼ରେ ୯୬.୯୨ ପାସ ହାର ହୋଇଛି । ନୟାଗଡ଼ ଜିଲ୍ଲାର ମୋଟ ୨୩୧ ଗୋଟି ହାଇସ୍କୁଲରେ ପରୀକ୍ଷା କରାଯାଇଥିଲା । ଜିଲ୍ଲାରେ ସମୁଦାୟ ୧୨୧୮୯ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ । ସେଥି ମଧ୍ୟରୁ ୧୬୦ ଜଣ ଅନୁପସ୍ଥିତ ରହିଥିଲେ । ମୋଟ ଉପରେ ୧୧୮୧୩ ଛାତ୍ରଛାତ୍ରୀ ପାସ କରିଛନ୍ତି । ୧୩ ଜଣ ଛାତ୍ରଛାତ୍ରୀ ମାଲପ୍ରାକ୍ଟିସ ହୋଇଛନ୍ତି । ନୟାଗଡ଼ ଜିଲ୍ଲାରେ ଏ-୧ ରେ ୧୪୦ ଜଣ ଛାତ୍ରଛାତ୍ରୀ ପାସ ହୋଇଥିବାବେଳେ…

Read More

ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିରରେ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିରପରିସରରେ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ସଭାପତି ଶ୍ରୀ କେଶବ ଚନ୍ଦ୍ର ରାଉତରାୟ ଦ୍ୱୀପ ପ୍ରଜ୍ୱଳନ କରି ସରସ୍ୱତୀଙ୍କ ନିକଟରେ ଆଶୀଷ ଭିକ୍ଷା କରିଥିଲେ। ବିଦ୍ୟାଳୟର ସଭାପତି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ-କଠିନ ପରିଶ୍ରମର ଫଳ ନିଶ୍ଚିତ ମିଳିଥାଏ ଓ ଭଗବତ ଆଶୀର୍ବାଦ ମଧ୍ୟ ମିଳିଥାଏ। ପିତାମାତା ଙ୍କ ପ୍ରେରଣା ଶିଶୁଙ୍କୁ ଉତ୍ତମ ମଣିଷ ହେବାରେ ସହାୟକ ହୋଇଥାଏ। ଛାତ୍ରଛାତ୍ରୀମାନେ ନିଜ ସଫଳତାର କାରଣ ଓ ଲକ୍ଷ୍ୟ ସମ୍ପର୍କରେ ନିଜର ମତ ରଖିଥିଲେ। ଆଜିର ଦଶମ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ୧୬ଜଣ A1 ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ, ମିଠା ଖୁଆଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ପାଶ ହାର ଶତପ୍ରତିଶତ ହୋଇଛି। ମୋଟ ୮୫ଜଣ ପରୀକ୍ଷାର୍ଥୀ ମଧ୍ୟରୁ A1-୧୬, A2-୨୭, B1-୨୩, B2-୧୨, C-୨,ଓ D-୧ ଉତ୍ତୀର୍ଣ୍ଣ…

Read More

ମାଟ୍ରିକ୍ ପରୀକ୍ଷାରେ ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ବାଜିମାତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ୧୦୦% (ଶତପ୍ରତିଶତ) ରେଜଲ୍ଟ କରି ବାଜିମାତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ୬୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ପୁଣି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଯାହା ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ଉପଲକ୍ଷେ ଆଜି ଅପରାହ୍ନ ୦୩ଟା ସମୟରେ ବିଦ୍ଯାଳୟ ପରିସରରେ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଏକ ଅଭିନନ୍ଦନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ହରିହର ପାତ୍ର ,ନୟାଗଡ ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ପ୍ରସନ୍ନ କୁମାର ବସନ୍ତିଆ , ସାମ୍ବାଦିକ ଧୀରେନ୍ଦ୍ର କୁମାର ପଟ୍ଟନାୟକ,ବିଦ୍ଯାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଓ ବିଦ୍ଯାଳୟର ଟ୍ରଷ୍ଟି ଗାୟତ୍ରୀ ମହାପାତ୍ର ଯୋଗଦେଇ କୃତୀ…

Read More

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀରୁ ନୟାଗଡ଼ ସ୍ୱତନ୍ତ୍ର ଟ୍ରେନ ରାତ୍ର ୮ଟାରେ ଛାଡ଼ିବା ପାଇଁ ଦାବି

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଭିନ୍ନ ଦାବି ନେଇ ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଖୋର୍ଦ୍ଧାରୋଡ଼ ଡିଭିଜନାଲ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଷ୍ଟେସନ ମ୍ୟାନେଜର ସଞ୍ଜୟ ପ୍ରଧାନଙ୍କ ଜରିଆରେ ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ ଯେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ପୂର୍ବତଟ ରେଳ ପକ୍ଷରୁ ନୟାଗଡ଼ ପୁରୀ ମଧ୍ୟରେ ତିନୋଟି ସ୍ୱତନ୍ତ୍ର ଟ୍ରେନ ପ୍ରଚଳନ କରାଯାଉଛି । ଫଳରେ ନୟାଗଡ଼ ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁ ରଥଯାତ୍ରା,ବାହୁଡ଼ା, ସୁନାବେଶ ଆଦି ପୁରୀ ଯାଇ ସୁବିଧାରେ ଦେଖି ପାରୁଛନ୍ତି। ତେବେ ଏହି ଟ୍ରେନ ଗୁଡ଼ିକ ସଂଧ୍ୟା ପୂର୍ବରୁ ନୟାଗଡ଼ ଫେରି ଆସୁଛି । ଅର୍ଥାତ ଶେଷ ଟ୍ରେନଟି ସଂଧ୍ୟା ୫ଟାରେ ପୁରୀରୁ ନୟାଗଡ଼ ଅଭିମୁଖେ ଯାତ୍ରା କରୁଛି । ଫଳରେ ଅଧିକାଂଶ ଦର୍ଶନାର୍ଥି ରଥଯାତ୍ରା କିମ୍ବା ମହାପ୍ରଭୁଙ୍କୁ ସଂପୂର୍ଣ୍ଣ ଦର୍ଶନ କରି ନପାରି ବାଧ୍ୟ ହୋଇ…

Read More

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁବାସ ଚନ୍ଦ୍ର ରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମକରନ୍ଦ ବେଉରା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦିଲିପ କୁମାର ଜେନା ଏବଂ ଏସ.ଡି.ପି.ଓ ସ୍ନେହାଶିଷ ସାହୁ ମଂଚାସୀନ ଥିଲେ । ଜିଲ୍ଲାପାଳ ଶ୍ରୀ ସାହୁ ବୈଠକରେ ସମସ୍ତଙ୍କୁ ସ୍ବାଗତ କରିବା ସଙ୍ଗେ ସଙ୍ଗେ ଆଗାମୀ ବର୍ଷାଋତୁରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଏଜେଣ୍ଡା ଅନୁଯାୟୀ ଆଲୋଚନା…

Read More

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ କଲବଲ ଅଙ୍ଗନବାଡ଼ି ଶିଶୁ, ଛୁଟି ଘୋଷଣା ଦାବୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଲକ୍ଷ୍ୟ ରଖି ସରକାର ସ୍କୁଲ, କଲେଜ ବନ୍ଦ ରଖିଥିଲା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରଖିଛନ୍ତି। ଯାହାକି କୋମଳମତୀ ଶିଶୁମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଖରାରେ କଲବଲ ହେଉଥିବା ପରିଲକ୍ଷିତ ହୋଇଛି। ସକାଳ ୭ଟାରୁ ଟାଇଁ ଟାଇଁ ଖରା ଆରମ୍ଭ ହୋଇଯାଉଥିବା ବେଳେ ବୟସ୍କ ଲୋକମାନେ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି । ଅଥଚ କୋମଳମତି ଶିଶୁମାନେ ସକାଳ ୭ଟାରୁ କେନ୍ଦ୍ର ଯାଇ ୧୦ଟାରେ ଅସହ୍ୟ ଖରାରେ କଙ୍କ୍ରିଟ୍ ରାସ୍ତା ଉପରେ ଚାଲି ଚାଲି ଫେରିବାକୁ କୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲାର ବହୁ ଅଙ୍ଗନବାଡ଼ି କେନ୍ଦ୍ରରେ ପାଣି କି ବିଦ୍ୟୁତ ସୁବିଧା ନାହିଁ। ଶିଶୁମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ଦିନ ୧୦ଟା ଯାଏଁ ଅସହ୍ୟ ଗୁଳୁଗୁଳି ତାତିରେ ରହୁଥିଲା ବେଳେ ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଥିବା, ଏପରିକି…

Read More