ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ତାଲିକାଭୁକ୍ତ ଅଧିବକ୍ତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ କୋର୍ଟ ସମ୍ମିଳନୀ କକ୍ଷରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ନୟାଗଡ ଆନୁକୂଲ୍ୟରେ ତଥା ଜିଲ୍ଲା ଓ ଦୌରାଜଜ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ ପ୍ୟାନେଲ ଓକିଲମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ନିରଞ୍ଜନ ପଣ୍ଡା ସଭାପତିତ୍ବ କରିଥିଲେl ପ୍ରାରମ୍ଭରେ ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ବିଶେଷ କୁମାର ସାହୁ ପ୍ରଶିକ୍ଷଣର ଆଭିମୁକ୍ଷ୍ଯ ପ୍ରଦାନ କରିଥିଲେ l ପବିତ୍ରାନନ୍ଦ ପ୍ରଧାନ, ବରିଷ୍ଠ ଦେୱାନୀ ବିଚାରପତି (ଏଲ.ଆର. ଏବଂ ଏଲଟିଭି), ବିଶ୍ୱଜିତ ନାୟକ, ବରିଷ୍ଠ ଦେୱାନୀ ବିଚାରପତି ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବିଚାରଧୀନ ବନ୍ଦୀ, ପୀଡିତା କ୍ଷତି ପୁରଣ, ତ୍ଵରିତ ବିଚାର ପ୍ରକ୍ରିୟା, ଆଇନଗତ ସହାୟତା ଉପରେ ବିଶେଷ ଆଲୋଚନା ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଥିଲା l ନାଗରିକ…

Read More

ନୂଆରୂପ ପାଇବ ନୟାଗଡ଼ ମୁନିସିପାଲିଟି, ୱାର୍ଡ଼ ୱାର୍ଡ଼ ବୁଲି ସମୀକ୍ଷା କରୁଛନ୍ତି ବିଧାୟକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ସମସ୍ତ ୱାର୍ଡର ରୂପାନ୍ତରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ। ଗତ ସପ୍ତାହରେ ନୟାଗଡ଼ ସହରରେ ବିକାଶର ଯାତ୍ରା ଚାଲିଛି। ୫-ଟି ମାଧ୍ୟମରେ ଅନେକ ପ୍ରକଳ୍ପ ଅନୁମୋଦନ ହୋଇଛି । ପ୍ରତ୍ୟେକ ୱାର୍ଡକୁ ଲକ୍ଷାଧ୍ୟକ ଟଙ୍କା ମିଳିଥିବାବେଳେ ଟଙ୍କାର କିପରି ସୁବିନିଯୋଗ ହେବ ନୟାଗଡ ବିଧାୟକ ଡ.ଅରୁଣ କୁମାର ସାହୁ ସମସ୍ତ ୱାର୍ଡ ବୁଲି ଏହାର ସମୀକ୍ଷା କରିଛନ୍ତି। ଶୁକ୍ରବାର ୱାର୍ଡ ନଂ-୭ ରୁ ସମୀକ୍ଷା ଆରମ୍ଭ ହୋଇଥିଲା। ବହୁ ସଂଖ୍ୟାରେ ମହିଳାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସହରର ପୁରୁଖା ଲୋକମାନେ ଏଥିରେ ସାମିଲ ହୋଇଥିଲେ । ବିଭିନ୍ନ ୱାର୍ଡରେ କାଉନସିଲରମାନେ ଉପସ୍ଥିତ ରହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ । ଏହା ପରେ ୮ନଂ ୱାର୍ଡରେ ସମୀକ୍ଷା କରାଯାଇଥିଲା। ସେହିପରି ଭାବେ ୯ ନଂ ଓ…

Read More

ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ତଥା ଦୌରା ଜଜ ଜଷ୍ଟିସ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଜଷ୍ଟିସ ବିଶେଷ କୁମାର ସାହୁ ମା ଶୂଳିଆ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରିଥିଲେ । ସେଠାରେ ପୋକସୋ ଘଟଣା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ବିଷୟରେ ବୁଝାଇବା ସହିତ, ଛାତ୍ର ଛାତ୍ରୀମାନଙ୍କ ଭଲ ମନ୍ଦ ବୁଝିଥିଲେ । ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ମହାରଣା ଏବଂ ପ୍ରାଧିକରଣ ସଦସ୍ୟ ମହମ୍ମଦ ଓମର ମଲ୍ଲିକ ନିଜ ନିଜର ମତ ରଖିଥିଲେ । ପରେ ଭାଗୀରଥୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ସେଠାରେ ବିଭିନ୍ନ ଆଇନ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ୨୩ ତାରିଖରେ ଜନତା ବିଦ୍ୟାପୀଠରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ…

Read More

ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀ ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବିଜୁ ମହିଳା ଜନତା ଦଳର ଜିଲ୍ଲା କାର‌୍ୟ୍ୟକାରିଣୀ ବୈଠକ ବିଜେଡି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ମହିଳା ଜନତା ଦଳ ନୟାଗଡ଼ ଜିଲ୍ଲା ସଭାପତି ବିରଜା ଲକ୍ଷ୍ମୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ମହିଳା ଜନତା ଦଳ ସଭାପତି ସ୍ନେହାଙ୍ଗିନ ଛୁରିଆ ଯୋଗ ଦେଇଥିଲେ । ଏହି ବୈଠକରେ ବିଜୁ ମହିଳା ଜନତା ଦଳର ମହାସଚିବ କସ୍ତୁରୀ ମହାପାତ୍ର, ଅନୁସୁଚିତ ଜାତି ଓ ଜନଜାତିର ରାଜ୍ୟ ସଂଯୋଜିକା ଭାରତୀ ସିଂ, ବରିଷ୍ଠ ଉପସଭାନେତ୍ରୀ ମାନସି ସୁନ୍ଦରାୟ, ରାଜ୍ୟ ବିଜୁ ମହିଳା ଜନତା ଦଳର କୋଷାଧ୍ୟକ୍ଷ ଜୟଶ୍ରୀ ଦାସ, ବରିଷ୍ଠ ଉପସଭାନେତ୍ରୀ ପ୍ରଭାସିନି ନନ୍ଦ, ମାଳତୀ ଗୁରୁ ଓ ଜିଲ୍ଲାସ୍ତରୀୟ ସମସ୍ତ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଏହି ଅବସରରେ ନୟାଗଡ଼…

Read More

ଗଣିଆ ବସ ଷ୍ଟାଣ୍ଡର ଶୁଭ ଉଦଘାଟନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗଣିଆ,(ନୟାଗଡ଼ ଦର୍ପଣ): ଆସନ୍ତା ତା.୨୩.୦୮.୨୦୨୩ ରିଖ ସନ୍ଧ୍ୟା ୫ ଘଟିକା ସମୟରେ ଆଭାସୀ ମାଧ୍ୟମରେ ଗଣିଆ ବସ ଷ୍ଟାଣ୍ଡର ଶୁଭ ଉଦଘାଟନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଗଣିଆ ଠାରେ ଏହିଉଦଘାଟନ କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନ ସାଧାରଣ ଉପସ୍ଥିତ ରହିବେ l ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଓଡ଼ଗାଁ ବସଷ୍ଟାଣ୍ଡର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ଜିଲ୍ଲା ସସୱାଲ ହଲରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ହେବ ।…

Read More

ନୟାଗଡ଼ ମଡେଲ ଡିଗ୍ରୀ କଲେଜରେ ନୂତନ ଶିକ୍ଷାର୍ଥୀଙ୍କ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମଡେଲ ଡିଗ୍ରୀ କଲେଜରେ ନୂତନ ଶିକ୍ଷାବର୍ଷ ଆରମ୍ଭରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କର ଶ୍ରେଣୀ ଗୃହ ପାଠପଢ଼ା ଆରମ୍ଭ ହେବା ପରିପ୍ରେକ୍ଷୀରେ ସେମାନଙ୍କୁ ପାଠ୍ୟକ୍ରମ ଓ ମହାବିଦ୍ୟାଳୟର ସୁବିଧା ସୁଯୋଗଗୁଡିକୁ ଅବଗତ କରାଇବା ନିମନ୍ତେ ଏକ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତି ପଞ୍ଚାନନ ଡାକୁଆ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଆଦର୍ଶ ବ୍ୟକ୍ତିତ୍ବ ରୂପେ ନିଜକୁ ଗଢିତୋଳିବା ପାଇଁ ପରାମର୍ଶ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟର ନୀତି ନିୟମ ସଂପର୍କରେ ଉଦବୋଧନ ଦେଇଥିବା ବେଳେ ପରୀକ୍ଷା ସାରଣୀ ବିଷୟରେ ଗୌରମୋହନ ସାହୁ ଆଲୋକପାତ କରିଥିଲେ। ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିବା ଉତ୍ସବରେ ବିଜୟିନୀ ଶୁଭଦର୍ଶିନୀ ଓ ସୁନୀଲ କୁମାର ମଲ୍ଲିକ ଛାତ୍ରଛାତ୍ରୀମାନଙ୍କୁ…

Read More

ରୋଟାରୀ କ୍ଲବ ଏବଂ ଛତ୍ରପତି ଶିବାଜୀ କ୍ଲବ ଆନୁକୂଲ୍ୟରେ ସମାଜ କଲ୍ୟାଣ ପାଇଁ ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରୋଟାରୀ କ୍ଲବ ଏବଂ ଛତ୍ରପତି ଶିବାଜୀ କ୍ଲବ ସୋଲପଟାର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଆଜି ସୋଲପଟା ସ୍ଥିତ କମ୍ୟୁନିଟି ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଆନୁଷ୍ଠାନିକ ଭାବେ ରୋଟାରୀ କ୍ଲବର ବରିଷ୍ଠ ସଦସ୍ୟ ତଥା ନୟାଗଡର ପୂର୍ବତନ ନଗରପାଳ ରୋଟାରିଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ ଓ ସୋଲପଟା ଗ୍ରାମର ସଭାପତି ସନ୍ତୋଷ ନାୟକ ଉଦଘାଟନ କରିଥିଲେ। ଡାକ୍ତର ନରେଶ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା ବେଳେ ରକ୍ତ ଭଣ୍ଡାରର କର୍ମଚାରୀ ଅଜୟ ପଟ୍ଟନାୟକ, ପ୍ରକାଶ କୁମାର ପାଣିଗ୍ରାହୀ, ରବୀନ୍ଦ୍ରନାଥ ସାହୁ ଓ ମାନସ କୁମାର ବେହେରା ରକ୍ତ ସଂଗ୍ରହ ଓ ପଞ୍ଜିକରଣ ରେ ସହାୟତା କରିଥିଲେ। ଯୁବକ ଓ ମହିଳା ମାନେ ଉତ୍ସାହର ସହ ରକ୍ତ ଦାନ କରୁଥିବା ଦେଖିବାକୁ…

Read More

ନୟାଗଡ଼ରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ପୁଲିସକୁ ମିଳିଛି ସଫଳତା । ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ନିକଟରୁ ୬.୧୭୦ ଗ୍ରାମ ବ୍ରାଉନସୁଗାର ସହ ଏକ ମୋବାଇଲକୁ ଜବତ କରିଛି ଟାଉନ ଥାନା ପୁଲିସ l ନୟାଗଡ଼ ନିକଟସ୍ଥ ଦୁର୍ଗାପ୍ରସାଦ ଗ୍ରାମ ମୁଣ୍ଡିଆ ସାହିର ଦଣ୍ଡୁ ପ୍ରଧାନଙ୍କ ପୁଅ ବୈକୁଣ୍ଠ ପ୍ରଧାନକୁ ପୁଲିସ ଗିରଫ କରିଛି । ନୟାଗଡ଼ ଟାଉନ ଥାନାରେ ୧୬୮/୨୩ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

Read More

ନୟାଗଡ଼ ବିଜେଡି କାର୍ଯ୍ୟାଳୟରେ ସୋସିଆଲ ମିଡ଼ିଆ ସମ୍ପର୍କିତ ଦିନିକିଆ କର୍ମଶାଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ମହିଳା କାର୍ଯ୍ୟକର୍ତ୍ତାଙ୍କୁ ନେଇ ସୋସିଆଲ ମିଡିଆ ସମ୍ପର୍କରେ ଏକ କର୍ମଶାଳା ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସୋସିଆଲ ମିଡିଆର ଅପକାରିତା ଓ ଉପକାରିତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ସାହୁ ମା’ମାନଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି ସେମାନେ ସଫଳତାର ସହ କାର୍ଯ୍ୟ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’ମାନଙ୍କୁ ସମସ୍ତ ଦାୟିତ୍ୱ ଦେବାକୁ ଚାହୁଛନ୍ତି । ମା’ ମାନେ ସ୍ୱାବଲମ୍ବି ହେଲେ ଗାଁ ଠୁ ସହର ସବୁଠାରେ ବିକାଶର ବାନା ଉଡ଼ିବ ବୋଲି ଡ. ସାହୁ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ…

Read More

ସମର୍ପଣ ବୁଲିଲେ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ଓ ପର୍ଯ୍ୟଟନ ମନ୍ତ୍ରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ (ବୃଦ୍ଧାଶ୍ରମ) ବୁଲିବା ସହିତ ଅନ୍ତେବାସୀ ମାନଙ୍କ ସହିତ କିଛି ସମୟ ଅତିବାହିତ କରିଛନ୍ତି ମାନ୍ୟବର ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା। ତାଙ୍କ ସହିତ ଥିଲେ ନୟାଗଡ଼ ମାନ୍ୟବର ବିଧାୟକ ଡକ୍ଟର ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ପାଳ ବିଧାନ ଚନ୍ଦ୍ର ରାୟ ଓ ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର। ସମର୍ପଣ ପରିସର ବୁଲିବା ସହିତ ପରିବା ବଗିଚା, ପ୍ଳେ ସ୍କୁଲ ଏବଂ ସମର୍ପଣ କ୍ୟାମ୍ପସର ପରିଷ୍କାର ପରିଛନ୍ନତା ଦେଖି ଖୁସି ବ୍ୟକ୍ତ କରିଥିଲେ। ସମର୍ପଣ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ଶ୍ରୀଧର ସାହୁ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ, ସଦସ୍ୟ ପ୍ରସନ୍ନ କୁମାର…

Read More