ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌର ପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇଙ୍କ ଅଧ୍ଯକ୍ଷତାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୁଣା ବସଷ୍ଟାଣ୍ଡସ୍ଥିତ ଗୋଲେଇ ଛକ, ତ୍ରିନାଥ ଛକସ୍ଥିତ ଆମ ପାଇଁ ବଡ଼, ଆମ ନୟାଗଡ଼ ସେଲଫି ପଏଣ୍ଟ ଚତୁଃପାର୍ଶ୍ବରେ ହୋର୍ଡିଂ, ବ୍ୟାନର ଓ ବିଜ୍ଞାପନ ନ ଲଗାଇବାକୁ ବୈଠକରେ କଡ଼ା ନିଷ୍ପତ୍ତି ନିଆଯାଇଛି । ଏହି ଦୁଇ ସ୍ଥାନରେ ହୋର୍ଡିଂ ଲଗାଇଲେ ମୋଟା ଅଙ୍କର ଜରିମାନା ଆଦାୟ କରିବାକୁ ଏନଫୋର୍ସମେଣ୍ଟ ଟିମକୁ ଦାୟିତ୍ବ ଦିଆଯାଇଛି। ସହରରେ ଥିବା ସମସ୍ତ କଲ୍ୟାଣ ମଣ୍ଡପର ଆନୁଷଙ୍ଗିକ କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା ପୂର୍ଣାଙ୍ଗ କରିବା, ସମସ୍ତ ଶୌଚାଳୟଗୁଡ଼ିକୁ କାର୍ଯ୍ୟକ୍ଷମ କରାଇବା, ସାଗର ପୁଷ୍କରିଣୀ ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ପରିମଳ ଦାୟିତ୍ବରେ ଥିବା ଘରୋଇ ସଂସ୍ଥା କାର୍ଯ୍ୟକୁ ନେଇ ବୈଠକରେ ଉପସ୍ଥିତ ସମସ୍ତ କାଉନସିଲର ଅସନ୍ତୋଷ…
Read MoreBlog
ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦକ୍ଷତା ବୃଦ୍ଧି ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ
ପ୍ରାକୃତିକ ଶିଳ୍ପକଳା ଓ ପରିବେଶ ଅନୁକୂଳ ପଦକ୍ଷେପ ଉପରେ ଗୁରୁତ୍ୱାରୋପ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାସ୍ଥିତ ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦକ୍ଷତା ବୃଦ୍ଧି ତଥା ପରିବେଶ ସଚେତନତା ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (MoEF&CC) ଏବଂ ଓଡ଼ିଶା ସରକାରଙ୍କ ପରିବେଶ ଅଧ୍ୟୟନ କେନ୍ଦ୍ର (CES)ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ‘ପ୍ରାକୃତିକ ଶିଳ୍ପକଳା ଓ ପରିବେଶ ଅନୁକୂଳ ପଦକ୍ଷେପ’ (Natural Crafts & Eco-Friendly Initiative) ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଏକ ପରିଷ୍କାର ଓ ସବୁଜ ଭବିଷ୍ୟତ ଗଠନ ପାଇଁ ସାମୂହିକ ପ୍ରୟାସ ଏବଂ ଛୋଟ ଛୋଟ ପଦକ୍ଷେପ ଦ୍ୱାରା ବଡ଼ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସମ୍ମାନିତ…
Read Moreକନ୍ୟା ସନ୍ତାନ ସଂଖ୍ୟା ହ୍ରାସ ରୋକିବା ନିମନ୍ତେ କର୍ମଶାଳା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ – ମୈତ୍ରୀ ଯୁବ ସଂସଦ , ନୟାଗଡ଼ ଓ ଗଣିଆ ଉନ୍ନୟନ କମିଟି , ଗଣିଆ ମିଳିତ ସହଯୋଗ ରେ କନ୍ୟା ସନ୍ତାନ ହ୍ରାସ ରୋକିବା ନିମନ୍ତେ ଏକ ବ୍ଲକସ୍ତରୀୟ କର୍ମଶାଳା ସମାଜସେବୀ ଅରୁଣ କୁମାର ମହାନ୍ତିଙ୍କ ପୌରୋ ହିତ୍ୟ ରେ ସାମ୍ବାଦିକ ଭବନ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭ ରେ ଗଣିଆ ଉନ୍ନୟନ କମିଟି ର ସଭାପତି, ଉଷା ପଟ୍ଟନାୟକ ଆମ ଜିଲ୍ଲାର ସ୍ଥିତି କିପରି ଦିନକୁ ଦିନ ବିଗିଡି ଯାଉଛି ବୋଲି କହିବାକୁ ଯାଇ ପୁଅଙ୍କ ଅନୁପାତ ରେ କନ୍ୟା ସନ୍ତାନ ୭୭୪ , ଅର୍ଥାତ୍ ଏକ ହଜାର ପୁଅ ଜନ୍ମ ହେଉଥିବା ବେଳେ ଝିଅ ମାନଙ୍କ ଜନ୍ମ ହାର ଯଥେଷ୍ଟ କମି ଯାଇଛି ଉକ୍ତ କର୍ମଶାଳା ରେ ମୁଖ୍ୟ…
Read Moreଲକ୍ଷ୍ମୀ ନରସିଂହ ଅଙ୍ଗନରେ ଗୋପବନ୍ଧୁ ଜୟନ୍ତୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଦେଉଳି ଲକ୍ଷ୍ମୀ ନରସିଂହ ଅଙ୍ଗନ ଠାରେ ଗୋପବନ୍ଧୁ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଜିଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ଶିଶୁ କବି ବସିରନ୍ ବିବି , ସମ୍ମାନୀତ ଅତିଥିଭାବେ ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଶେଖ୍ ଅବଦୁଲ ଖାଲିକ୍,ଡ. ସୁକାନ୍ତି ମହାନ୍ତି,ଡ. ଗୀତାଞ୍ଜଳୀ ମହାପାତ୍ର,ଡ. ପ୍ରିୟମ୍ବଦା ଦାଶ, ବରିଷ୍ଠ ସାମ୍ବାଦିକ ଗୋକୁଳ କୁମାର ଷଡ଼ଙ୍ଗୀ, ମହମ୍ମଦ ଆଜାଦ୍, ପଣ୍ଡିତ କୃଷ୍ଣ ଚନ୍ଦ୍ର ସାହୁ,ଅଧ୍ୟାପିକା ନିଳୀମା ନନ୍ଦ ଓ ସୁରେନ୍ଦ୍ର ନାଥ ପ୍ରଧାନ ଏବଂ ସ୍ବତନ୍ତ୍ର ଅତିଥି ଭାବେ ନିରାକାର ସ୍ବାଇଁ,ଗୋଦାବରୀ ବସନ୍ତିଆ,ପ୍ରତାପ ସାହୁ, ରବିନ୍ଦ୍ର କୁମାର ମହାପାତ୍ର,ସରୋଜ କୁମାର ସାହୁ,ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନାଦର୍ଶ, ସାମ୍ବାଦିକକତା ଜୀବନ ଓ ତାଙ୍କର ଓଡ଼ିଆ…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ, ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ
ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟ ପରିସରରେ ସ୍ଥାପିତ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ସାହିତ୍ୟିକ ବିଶ୍ବନାଥ ମହାପାତ୍ର ଓ ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁ ଓ ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ପୁଷ୍ପ ମାଲ୍ଯାର୍ପଣ କରିବା ସହିତ ଧୂପ ଦୀପ ଅର୍ପଣ କରିଥିଲେ। ଏହା ବ୍ଯତୀତ ଉକ୍ତ ମଣ୍ଡପରେ ସ୍ଥାପିତ ହୋଇଥିବା ଅନ୍ୟ ଚାରିଜଣ ମହାପୁରୁଷ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ, ସୁବାସ ଚନ୍ଦ୍ର ବୋଷ ଓ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମଧ୍ଯ ଧୂପପୁଷ୍ପ ଅର୍ପଣ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ…
Read Moreଛାତ୍ର ସଂସଦ ନିର୍ବାଚନ ବାତିଲ୍ କରି କ୍ୟାମ୍ପସ୍ ଗଣତନ୍ତ୍ରର ହତ୍ୟା କରାଯାଇଛି: କଂଗ୍ରେସ
ନିର୍ବାଚନ ବାତିଲ୍ ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ଛାତ୍ର କଂଗ୍ରେସର ଦାବି ନୟାଗଡ଼, (ନୟାଗଡ଼ ଦର୍ପଣ): ଆଇନଶୃଙ୍ଖଳା ପରିସ୍ଥିତିର ଆଳ ଦେଖାଇ ନୟାଗଡ଼ ଜିଲ୍ଲାର ବିଭିନ୍ନ ପ୍ରମୁଖ ମହାବିଦ୍ୟାଳୟରେ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟାକୁ ବାତିଲ୍ କରାଯାଇ କ୍ୟାମ୍ପସ୍ ଗଣତନ୍ତ୍ରର ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ। ଏହା ଏକ ଯୋଜନାବଦ୍ଧ ପଦକ୍ଷେପ ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନର ଏଭଳି ଛାତ୍ରବିରୋଧୀ ନିଷ୍ପତ୍ତି ଆଇନସମ୍ମତ ନୁହେଁ ବୋଲି ଦର୍ଶାଇ ତୁରନ୍ତ ଏହି ନିର୍ଦ୍ଦେଶନାମା ପ୍ରତ୍ୟାହାର କରିବାକୁ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ ଦାବି କରିଛନ୍ତି। ଦୀର୍ଘ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ନିଜ ପସନ୍ଦର ଛାତ୍ରନେତା ବାଛିବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ରହିଥିଲା।…
Read Moreଟିବି ମୁକ୍ତ ନୟାଗଡ଼ ପାଇଁ ଗଠନ ହେବ ‘ଜୋସ୍’ ଟିମ୍, ୮ଟି ଗ୍ରାମ ପଞ୍ଚାୟତକୁ ଟିବି ମୁକ୍ତ ପଞ୍ଚାୟତ ପୁରସ୍କାର ପ୍ରଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଯକ୍ଷ୍ମାମୁକ୍ତ ଭାରତ ଗଠନ ଅଭିଯାନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସକ୍ରିୟ ସହଭାଗିତା ବୃଦ୍ଧି ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲାରେ ‘ଜୋସ୍’ (JOSH) ଟିମ୍ ଗଠନ ପାଇଁ ପଦକ୍ଷେପ ନିଆଯାଇଛି। ଏଥିସହ ୨୦୨୫ ମସିହାରେ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲାର ୮ଟି ଗ୍ରାମ ପଞ୍ଚାୟତକୁ ‘ଟିବି ମୁକ୍ତ ପଞ୍ଚାୟତ ପୁରସ୍କାର’ ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଗୁରୁବାର ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନର ବାର୍ତ୍ତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ଏହି ଅଭିଯାନରେ ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲେ। ଜିଲ୍ଲାରେ ସାମାଜିକ ସଚେତନତା…
Read Moreଗୋଡ଼ିପଡ଼ା କଲେଜରେ ସ୍ୱଚ୍ଛତା ଅଭିଯାନ ଉଦ୍ଯାପିତ, ୧୫୦ଜଣ ସ୍ୱେଚ୍ଛାସେବୀଙ୍କ ଅଂଶଗ୍ରହଣ
ଗୋଡ଼ିପଡ଼ା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଗୋଡ଼ିପଡ଼ାସ୍ଥିତ ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ (YRC) ଓ ଜାତୀୟ ସେବା ଯୋଜନା (NSS) ବିଭାଗ ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ଅଭିଯାନ ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ୧୫୦ ଜଣ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରି ବିଭିନ୍ନ ସେବାମୂଳକ କାର୍ଯ୍ୟ ସମ୍ପାଦନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଦାଶରଥି ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଯାପନୀ ସଭାରେ ପ୍ରାକ୍ତନ ଅଧ୍ୟକ୍ଷା ଡ. ଉଷାରାଣୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛତା ହିଁ ମାନବର ପରମ ଧର୍ମ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହ ସ୍ୱଚ୍ଛତାକୁ ଜୀବନର ଏକ ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଥିଲେ। ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ଡ. ସନ୍ତୋଷ କୁମାର ସାହୁ ସ୍ୱଚ୍ଛତା ଅଭିଯାନର ମହତ୍ତ୍ୱ ଓ ଏହାର ସାମାଜିକ…
Read Moreନୟାଗଡ଼ରେ ଶାନ୍ତିପୂର୍ଣ୍ଣ ଭାବେ ଇଣ୍ଡିଆ ମେଣ୍ଟର ବନ୍ଦ ପାଳନ, ସମର୍ଥନ ପାଇଁ କଂଗ୍ରେସ ସଭାପତି କୃତଜ୍ଞତା ପ୍ରକାଶ କରିଛନ୍ତି
ନୟାଗଡ଼,(ନୟାଗଡ଼ ଦର୍ପଣ): ଦେଶର ଗଣତନ୍ତ୍ର ସମ୍ବିଧାନ ବଞ୍ଚାଇବା ପାଇଁ ଏବଂ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ବରଖାସ୍ତ ଦାବୀରେ ଇଣ୍ଡିଆ ମେଣ୍ଟ ଅଂଶୀଦାର ଦଳସମୂହ ଆହ୍ୱାନ କ୍ରମେ ଓଡିଶା ବନ୍ଦ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାର ଅଗଣିତ ଜନସାଧାରଣ, ଜିଲ୍ଲା ଓକିଲ ସଙ୍ଘ ସମେତ ଜିଲ୍ଲାର ପ୍ରମୁଖ ଗଣସଂଗଠନ, ବ୍ୟାଙ୍କ ଇନ୍ସୁରାନ୍ସ, ପୋଷ୍ଟାଲ କର୍ମଚାରୀ ସଙ୍ଘ, ଘରୋଇ ବସ, ମଟର ପରିବହନ, ଟ୍ୟାକ୍ସି ଅଟୋ ମାଲିକ କର୍ମଚାରୀ ସଙ୍ଘ,ସର୍ବୋପରି ବଣିକ ସଙ୍ଘ କାର୍ଯ୍ୟକର୍ତ୍ତା ସଦସ୍ୟ ମାନଙ୍କ ମିଳିତ ସମର୍ଥନ ଏବଂ ସହଯୋଗରେ ନୟାଗଡ଼ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଥିବା ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଥିଲା। ଜିଲ୍ଲାରେ ଓକିଲ ମାନେ ବନ୍ଦକୁ ସମର୍ଥନ ଜଣାଇ କାର୍ଯ୍ୟରୁ ନିବୃତ୍ତ ରହିବାରୁ ଜିଲ୍ଲାବ୍ୟାପି କୋର୍ଟ…
Read Moreବିକଶିତ ଭାରତ @୨୦୪୭” ସାମୂହିକ ସଂକଳ୍ପ ଓ “ସେବା ଜ୍ୟୋତି” ପଦଯାତ୍ରା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ନୟାଗଡ଼ ଷ୍ଟାଡିୟମଠାରେ ସେବା ସଂକଳ୍ପ ଅଭିଯାନ -୨୦୨୬ ଅନ୍ତର୍ଗତ ଏକ ସେବା ଜ୍ୟୋତି ପଦଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ, ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ଜନ ଜାତି ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତ୍ରିନାଥ ମଲ୍ଲିକ, ବରିଷ୍ଠ ଆଇନଜୀବୀ ମାଧବ ପ୍ରସାଦ ମିଶ୍ର, ବିଶିଷ୍ଟ ସମାଜ ସେବୀ ରାଘବ ମଲ୍ଲିକ, ତାପସ ରଞ୍ଜନ ମାର୍ଥା, ସୁରଥ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସକାଳ ୯ ଘଟିକା ସମୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ପ୍ରଥମେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ…
Read More