ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଶ୍ରୀଗୁଣ୍ଡିଚା ରଥଯାତ୍ରା-୨୦୨୫ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନାତନ କାଲୋ ଏବଂ ଏସ.ଡି.ପି.ଓ. ଜ୍ୟୋତିରଂଜନ ସାମନ୍ତରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବୈଠକର ପ୍ରାରମ୍ଭରେ ଉପଜିଲ୍ଲାପାଳ ପ୍ରାରମ୍ଭିକ ସ୍ୱାଗତ ଭାଷଣ ରଖିଥିଲେ। ପରେ ପରେ ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଲେ ଯେ, ରଥଯାତ୍ରା ଦିନଠାରୁ ପଲିଥିନ୍ ଓ ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରାଯିବ। ଏଥିରେ ସମସ୍ତେ ସମ୍ମତି ଜଣାଇଥିଲେ। ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଦନୁରୂପେ ତାଙ୍କ ଭାଷଣ ରଖିଥିଲେ ।…
Read MoreBlog
ରଣପୁରର ବିଭିନ୍ନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ବାଚସ୍ପତି
ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ଅଞ୍ଚଳରେ ପ୍ରାୟ ୧୮ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲୁଅଛି। ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ଏହି ପ୍ରକଳ୍ପ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଉକ୍ତ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ସମସ୍ତ ସ୍ଥାନକୁ ବୁଲି ଦେଖିଲେ। ତାଙ୍କ ସହିତ କ୍ଷୁଦ୍ର ଜଳସେଚନର ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କିଭଳି ତ୍ୱରାନ୍ୱିତ ହେବ ଏବଂ ବର୍ଷା ଦିନ ପୂର୍ବରୁ କିଭଳି ଏହିସବୁ ପ୍ରକଳ୍ପ କାର୍ଯ୍ୟକୁ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ବାଉଁଶିଆ ନାଳ ଚେକ୍ ଡ୍ୟାମ୍ ଖଣ୍ଡିସି, ଘିଡିଘିଡ଼ିଆ ନାଳ ଚେକ୍ ଡ୍ୟାମ୍, ୱାଇଁଲୋ, ଗୋପାଳପୁର, ତେନ୍ତୁଳି ପୁଟ ଚେକ୍ ଡ୍ୟାମ୍ ନରସିଂହପୁର, ଭଗବତୀ ବନ୍ଧ ଚେକ୍ ଡ୍ୟାମ୍…
Read More୯ମ ଓପନ ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ନୟାଗଡ଼କୁ ସଫଳତା
ନୟାଗଡ଼,(ନୟାଗଡ଼ ଦର୍ପଣ): ମେ ମାସ ୩୦ ତାରିଖ ଠାରୁ ଚଳିତ ଜୁନ୍ ମାସ ୦୧ ତାରିଖ ପର୍ଯ୍ୟନ୍ତ ୯ମ ଓପନ ଜାତୀୟ ଟାଇକୋଣ୍ଡ କିରୋଗି ଏବଂ ପୁମସାଇ ଚମ୍ପିୟାନସିପ ୨୦୨୫ କଟକର ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ନୂଆ ରାଜବାଟି ସ୍ଥିତ ନୟାଗଡ଼ ମାର୍ଶାଲ ଆର୍ଟ ଏକାଡେମୀ ନୟାଗଡ଼ର ୩୨ ଜଣ ଖେଳାଳି ବିଭିନ୍ନ ବର୍ଗର କିରୋଗି ଏବଂ ପୁମସାଇ ଇଭେଣ୍ଟରେ ଉଭୟ ବାଳକ ଏବଂ ବାଳିକା ଭାଗ ନେଇଥିଲେ । ସେଥିମଧ୍ୟରୁ ସାଇପ୍ରିତମ ମହାରଣା, ଦିବ୍ୟାଶୁଂ ସାହୁ, ଆଦିତ୍ୟ ଷଡ଼ଙ୍ଗୀ, ରାଜ ବିନାୟକ, ରୋହନ ପଢିଆରି, ରୁପେଶ କୁମାର ପାତ୍ର, ନିର୍ଝରା ମିଶ୍ର, ଦେବାଶିଂ ବିଶ୍ବାଳ ଏବଂ ଶ୍ରୀ ଶିବାନୀ ସୁବୁଦ୍ଧି ସ୍ଵର୍ଣ୍ଣ ପଦକ ଅର୍ଜନ କରିଥିବା ବେଳେ ଭିରାଟ ପ୍ରୟାସ, ଆୟୁଷ୍ମାନ ବିହାରୀ, ସାୟାମ ସୋଭିତ ସାହୁ, ଦିବ୍ୟଜ୍ୟୋତି ସାହୁ,…
Read Moreଅବସରଦିନ ପୂର୍ଣ୍ଣାଙ୍ଗ ପେନସନ୍ ସହ ଅନ୍ୟାନ୍ୟ ଦେୟ ପାଇଲେ ଶିକ୍ଷା ବିଭାଗର କର୍ମଚାରୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟସରକାରଙ୍କ ଶିକ୍ଷା ବିଭାଗ ତରଫରୁ କର୍ମଚାରୀମାନଙ୍କୁ ଅବସରଗ୍ରହଣ ଦିନ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ବ୍ୟବସ୍ଥା ର ସଫଳ ରୂପାୟନ ହୋଇପାରିଛି ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ। ଅବସର ନେଉଥିବା ଶିକ୍ଷା ବିଭାଗର କର୍ମଚାରୀମାନଙ୍କ ପାଇଁ ଏହା ବେଶ୍ ଉପଯୋଗୀ ଓ ଗୁରୁତ୍ୱପୂର୍ଣ୍ଣ ମଧ୍ୟ। ଆଜି ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା କାର୍ଯ୍ୟାଳୟ ସଭାକକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଙ୍କ ସଭାପତିତ୍ବରେ ଅବସରକାଳୀନ ବିଦାୟୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ରେ ଥିବା ବିଭିନ୍ନ ବିଦ୍ୟାଳୟର ପାଞ୍ଚ ଜଣ ଶିକ୍ଷକ ତଥା ଶିକ୍ଷା କର୍ମଚାରୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପଗୁଚ୍ଛ, ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ପୂର୍ଣ୍ଣାଙ୍ଗ ପେନସନ୍, କମ୍ୟୁଟେସନ, ଗ୍ରାଚୁଇଟି ଆଦି ପ୍ରଦାନ କରିଛନ୍ତି। ଅବସର ଗ୍ରହଣ କରିଥିବା…
Read Moreଡାକ୍ତରଙ୍କ ବିଶୃଙ୍ଖଳିତ ଆଚରଣ ଏବଂ କର୍ତ୍ତବ୍ୟରେ ଅବହେଳା ପାଇଁ ଗିରଫ କରାଯାଉ: ଜିଲ୍ଲା କଂଗ୍ରେସ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏକ ଅପ୍ରତ୍ୟାଶ୍ରିତ ଘଟଣାକ୍ରମରେ ଦାୟିତ୍ୱରେ ଥିବା ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ଅବହେଳା ଜନିତ ଠିକଣା ସମୟରେ ଉପଯୁକ୍ତ ଚିକିତ୍ସା ଅଭାବରୁ ଆସନ୍ନ ପ୍ରସବା ମହିଳା ଏବଂ ତାଙ୍କ ଗର୍ଭସ୍ଥ ଶିଶୁର ଅକାଳ ମୃତ୍ୟୁ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଥିବା ପ୍ରମାଣ ହୋଇଛି। ସମ୍ପୃକ୍ତ ଡାକ୍ତରଙ୍କ ବିଶୃଙ୍ଖଳିତ ଆଚରଣ ଏବଂ କର୍ତ୍ତବ୍ୟରେ ଅବହେଳା ପାଇଁ ଏଭଳି ଅଭାବନୀୟ କାଣ୍ଡ ଘଟିଛି ଯାହାକି ଭାରତୀୟ ନ୍ୟାୟ ସଂହିତା ଅନୁସାରେ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ହତ୍ୟା ମୋକଦ୍ଦମା ରୁଜ୍ଜୁ କରାଯାଇ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସ୍ଥାନୀୟ କଂଗ୍ରେସ ନେତା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ଜିଲ୍ଲା କଂଗ୍ରେସ ସଂଯୋଜକ ସତ୍ୟବ୍ରତ ନାୟକ ଏବଂ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ ପ୍ରମୁଖ ମିଳିତ ପ୍ରେସ ବିବୃତିରେ…
Read Moreଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା
ନୟାଗଡ଼,(ନୟାଗଡ଼ ଦର୍ପଣ): ଜଣେ ଶିକ୍ଷକ ସବୁଦିନ ପାଇଁ ଶିକ୍ଷକ ଏବଂ ନମସ୍ୟ, ତା’ର କେବେ ଅବସର ନଥାଏ। ନୟାଗଡ଼ ବ୍ଲକ ଅନ୍ତର୍ଗତ ସାନ ପଣ୍ଡୁସର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବନମାଳୀ ପରିଡ଼ାଙ୍କ ଆଜି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ଯୋଗଦାନ କରିଥିବା ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି । ସାନ ପଣ୍ଡୁସର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବନିତା ନାୟକ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ ମଲ୍ଲିକ, ଧନେଶ୍ୱର ସେଠି, ବ୍ଲକ ଶିକ୍ଷକ ସଂଘ ସଭାପତି ପୀତବାସ ପ୍ରଧାନ, ସମ୍ପାଦକ ସୁରେଶ ସେଠି, ସନ୍ତୋଷ ସାହୁ,ପ୍ରଫୁଲ୍ଲ ଜେନା, ଚିତ୍ତରଞ୍ଜନ ଦାଶ,ଶରତ ପାଳ, ବିଦ୍ୟାଳୟ କମିଟି ସଭାପତି ଗୋପବନ୍ଧୁ ଭୂୟାଁ ପ୍ରମୁଖ ଯୋଗଦାନ…
Read Moreରୋହିବାଙ୍କ ବିଦ୍ୟାଳୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ବୈଦେଶିକ ପରମ୍ପରାରୁ ବିଭିର୍ଣ୍ଣ ଚଳଚ୍ଚିତ୍ର ଓ ପରେ ସାଧାରଣ ନାଗରିକ ପାଖକୁ ମାଡି ଆସିଥିବା ଅଭ୍ୟାସଗତ କାର୍ଯ୍ୟ ହେଉଛି ତମାଖୁ। ଯାହାକି ଶରୀରପାଇଁ ଉପକାରୀ ବଦଳରେ କ୍ଷତି କରିବା, ପାରିବାରରୁ ସ୍ୱାମୀ ସ୍ତ୍ରୀ କୁ ଅଲଗା କରିବା, କମ ବୟସ ଯୁବକ ଯୁବତୀଙ୍କୁ ବିପଥଗାମୀ କରିବା ଶେଷରେ ପାରିବାରର ଆର୍ଥିକ ମାନଦଣ୍ଡ କୁ ଉଜୁଡାଇ ସର୍ବସ୍ୱାନ୍ତ କରିଦେବାରେ ସିଦ୍ଧ ହସ୍ତ ହେଉଛି ତମାଖୁ। ତଥାପି ମଣିଷ ନିଜ ଜୀବନକୁ ଛାଡି ଯମପୁରକୁ ଯାଉଛି ସିନା ଏହାକୁ ଛାଡିପାରୁନି। ଆଜି ଥିଲା ବିଶ୍ୱ ତମାଖୁ ବର୍ଜନ ଦିବସ। ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କର ସ୍କାଉଟ ଗାଇଡ ଓ ଇକୋକ୍ଳବ ଛାତ୍ର ଛାତ୍ରୀ ପାଳିଲେ ବିଶ୍ୱ ତମାଖୁ ନିରୋଧ/ବର୍ଜନ ଦିବସ। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁ ପ୍ରିୟା ବାରିକଙ୍କ ନିର୍ଦେଶ…
Read Moreକବିସମ୍ରାଟଙ୍କ ସାଧନା ପୀଠରେ ଭଞ୍ଜଜୟନ୍ତୀ
ନୟାଗଡ଼, (ନୟାଗଡ଼ ଦର୍ପଣ): କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଥିଲେ ରୀତିଯୁଗର ଶ୍ରେଷ୍ଠତମ କବି। ଉପମା, ଅଳଙ୍କାର,ଶ୍ଳେଷ, ଶବ୍ଦ, ଅର୍ଥ,ସାଙ୍ଗୀତିକତାର ପ୍ରୟୋଗାତ୍ମକ ଶୈଳୀରେ ସେ ଥିଲେ କାଳଜୟୀ, ଅନତିକ୍ରମଣୀୟ ମୂର୍ଦ୍ଧନ୍ୟ ସାରସ୍ବତ ସ୍ରଷ୍ଟା ବୋଲି କବିସମ୍ରାଟଙ୍କ ସାଧନା ପୀଠ ନୟାଗଡ଼ର ମାଳିସାହି ଠାରେ ଭଞ୍ଜଜୟନ୍ତୀ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବର୍ଣ୍ଣନା କରିଛନ୍ତି ଭଞ୍ଜ ସାହିତ୍ୟ ବିଶାରଦ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ମଇ ୩୦ ସନ୍ଧ୍ୟାରେ ମାଳିସାହି ଗତୀଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ମାଳିସାହି ଗତୀଶ୍ଵର ମହାଦେବ ଓ ଢେଙ୍କଣା ରଘୁନାଥଙ୍କର ଆଶୀର୍ବାଦରେ କିଭଳି ଘୁମୁସର ରାଜପୁତ୍ର ଉପେନ୍ଦ୍ର କବିସମ୍ରାଟରେ ପରିଣତ ହୋଇ ବୈଦେହୀଶ ବିଳାସ,…
Read Moreଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଖୁବଶୀଘ୍ର ସେବା ଉତ୍ସବ କାର୍ଯ୍ୟକ୍ରମ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକର ଅଗ୍ରଣୀ ସ୍ବେଛାସେବୀ ସଂଗଠନ “ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ” ତରଫରୁ ପ୍ରିୟବ୍ରତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଟାକରା ସ୍ଥିତ ବାବା ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉତ୍ସର୍ଗ ଫାଉଣ୍ଡେସନର ସମ୍ପାଦକ ନିହାର ରଞ୍ଜନ ମହାନ୍ତି, ମାନସ କୁମାର ପରିଡ଼ା, ସନ୍ତୋଷ କୁମାର ସାହୁ, ନାରାୟଣ ସାହୁ, କୁନା ବେହେରା, ରବି ନାରାୟଣ ସାହୁ, ମନ୍ମଥ କୁମାର ସାହୁ, ଚିତ୍ତ ରଞ୍ଜନ ମିଶ୍ର, କୁନା ବେହେରା, କୃଷ୍ଣଚନ୍ଦ୍ର ରଣା, ସମ୍ବିତ କୁମାର ଭଟ୍ଟ, ଚନ୍ଦ୍ର ଶେଖର ନାଏକ, ଆଲୋକ ବେହେରା, ଚନ୍ଦନେଶ୍ୱର ଦାସ ପ୍ରମୁଖ ଉପସ୍ଥିତ ଥିବାବେଳେ ସ୍ଥାନୀୟ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପ୍ରମୋଦ କୁମାର ସାହୁ ଯୋଗଦେଇଥିଲେ। ଖୁବଶୀଘ୍ର ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଟାକରା ଠାରେ ଏକ ସେବା…
Read Moreପରିଚାଳନାଗତ ଅନିୟମିତତା ଯୋଗୁଁ ଦେବୋତ୍ତର ଅଧୀନକୁ ଗଲା ଫତେଗଡ଼ ରାମ ମନ୍ଦିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଫତେଗଡ଼ ମୌଜାରେ ଥିବା ଶ୍ରୀରାମ ମନ୍ଦିର ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନକୁ ଆସିଛି । ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣପ୍ରତିଷ୍ଠା ସମୟରେ ଏହି ଶ୍ରୀରାମ ମନ୍ଦିରରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତାଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ଏହି ଭବ୍ୟ ମନ୍ଦିର ସ୍ଥାନୀୟ କିଛି ଲୋକଙ୍କ ଦ୍ୱାରା ପରିଚାଳନା କରାଯାଉଥିଲା। ମନ୍ଦିର ପରିଚାଳନାରେ ଅନିୟମିତତା ହେଉଥିବା ଦେବୋତ୍ତର କମିସନ ଲଲାଟେନ୍ଦୁ ଜେନାଙ୍କ ନଜରକୁ ଆସିଥିଲା। କମିସନଙ୍କ ନିର୍ଦେଶକ୍ରମେ ଦେବୋତ୍ତର ନିରୀକ୍ଷକ ଏହାର ପରିଚାଳନା ସମ୍ବନ୍ଧରେ ତଦନ୍ତ କରିଥିଲେ। ତଦନ୍ତ ସମୟରେ ମନ୍ଦିର ପରିଚାଳନାରେ ଥିବା ବ୍ୟକ୍ତିମାନେ ଅନୁଷ୍ଠାନର ଆୟବ୍ୟୟର ତଥ୍ୟ ପ୍ରଦାନ କରିପାରିନଥିଲେ। ଦେବୋତ୍ତର ନିରୀକ୍ଷକଙ୍କ ବିବରଣୀ ଏବଂ ଅନ୍ୟ ତଥ୍ୟାବଳୀ ବିଚାରକୁ ନେଇ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ ଅନୁଯାୟୀ…
Read More