ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଥିବା ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର।ବିଡ଼ିଓ ଶ୍ରୀ ମିଶ୍ର ଯୋଗଦେଇ “ଆର୍ଟ ଅଫ ଗିଭିଂ” ପାଳନର ଉଦେଶ୍ୟ ବର୍ଣ୍ଣନା କରିବା ସହ “ବି ହାପି ନୋ ବିପି” ବୋଲି କହିଥିଲେ। ଆମେ ସମସ୍ତେ ଯଦି ସର୍ବଦା ଖୁସିରେ ରହିବା ତେବେ ଆମକୁ ବିପି ଛୁଇଁ ପାରିବ ନାହିଁ ବୋଲି ବିଡ଼ିଓ କହିଥିଲେ। ବିଡ଼ିଓ ଶ୍ରୀ ମିଶ୍ରଙ୍କ “ବି ହାପି ନୋ ବିପି” ବାର୍ତ୍ତା ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିଛି।
ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଛି ନୂଆଗାଁ ବିଡ଼ିଓଙ୍କ ବାର୍ତ୍ତା “ବି ହାପି ନୋ ବିପି”
