ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର
ପରିସରରେ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ସଭାପତି ଶ୍ରୀ କେଶବ ଚନ୍ଦ୍ର ରାଉତରାୟ ଦ୍ୱୀପ ପ୍ରଜ୍ୱଳନ କରି ସରସ୍ୱତୀଙ୍କ ନିକଟରେ ଆଶୀଷ ଭିକ୍ଷା କରିଥିଲେ। ବିଦ୍ୟାଳୟର ସଭାପତି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ-କଠିନ ପରିଶ୍ରମର ଫଳ ନିଶ୍ଚିତ ମିଳିଥାଏ ଓ ଭଗବତ ଆଶୀର୍ବାଦ ମଧ୍ୟ ମିଳିଥାଏ। ପିତାମାତା ଙ୍କ ପ୍ରେରଣା ଶିଶୁଙ୍କୁ ଉତ୍ତମ ମଣିଷ ହେବାରେ ସହାୟକ ହୋଇଥାଏ। ଛାତ୍ରଛାତ୍ରୀମାନେ ନିଜ ସଫଳତାର କାରଣ ଓ ଲକ୍ଷ୍ୟ ସମ୍ପର୍କରେ ନିଜର ମତ ରଖିଥିଲେ। ଆଜିର ଦଶମ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ୧୬ଜଣ A1 ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ, ମିଠା ଖୁଆଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ପାଶ ହାର ଶତପ୍ରତିଶତ ହୋଇଛି। ମୋଟ ୮୫ଜଣ ପରୀକ୍ଷାର୍ଥୀ ମଧ୍ୟରୁ A1-୧୬, A2-୨୭, B1-୨୩, B2-୧୨, C-୨,ଓ D-୧ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରୀ ଶୁଶ୍ରୀ ଶର୍ମିଷ୍ଠା ସାହୁ ୫୭୧(୯୫%) ରଖି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି। ଏହି ଅପୂର୍ବ ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ, ପରିଚାଳନା ସମିତି ସଦସ୍ୟ ବୃନ୍ଦ ଓ ଆଚାର୍ଯ୍ୟ ଆଚର୍ଯ୍ୟାମାନେ ଅଭିନନ୍ଦନ ଜଣାଇ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବହୁ ଅଭିଭାବକ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ବିଦ୍ୟାଳୟର ଯୁଗ୍ମ ସମ୍ପାଦକ ଗଣେଶ୍ୱର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

