ରାଜପଥରେ ଲୁଟ ପାଇଁ ଡ୍ରାଇଭରକୁ ଆକ୍ରମଣ ଘଟଣା, ଜଣେ ଗିରଫ ୩ଫେରାର

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅଧୀନରେ ଥିବା ଲୁଣିସରା ଗ୍ରାମ ନିକଟସ୍ଥ ୫୭ ନଂ ଜାତୀୟ ରାଜପଥ ରେ ଦୁଇଦିନ ତଳେ କାର ଗାଡ଼ି ଡ୍ରାଇଭରକୁ ମରଣାତ୍ମକ ଆକ୍ରମଣ ଅଭିଯୋଗରେ ନୂଆଗାଁ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଦୁଇଦିନ ତଳେ କଣ୍ଟିଲୋ ଗ୍ରାମର କାର୍ ଡ଼୍ରାଇଭର କୁଲକ୍ ସାହୁ ଦୁଇଜଣ ଯାତ୍ରୀକୁ ନେଇ ଦଶପଲ୍ଲା ଯାଉଥିବା ବେଳେ, ଗାଡ଼ିରେ ବସିଥିବା ଦୁଇଜଣ ଯୁବକ ଏବଂ ବାଇକ୍ ରେ ଦୁଇଜଣ ଆସି କାରକୁ ଅଟକାଇବା ସହ ଡ୍ରାଇଭରକୁ ମରଣାତ୍ମକ ଆକ୍ରମଣ କରି ମୋବାଇଲ୍ ସହ, ୩୩୦୦ ଟଙ୍କା ନେଇ ଫେରାର ହେବା ସମୟରେ ସ୍ଥାନୀୟ ଲୋକ ଜଣକୁ କାବୁ କରି ନୂଆଗାଁ ଥାନା ପୁଲିସକୁ ଜିମା ଦେଇଥିଲେ । ଯୁବକ ଜଣକ ଗଞ୍ଜାମ ଜିଲ୍ଲାର ହାଡ଼ିବନ୍ଧୁ ନାୟକଙ୍କ ପୁଅ ପ୍ରଫୁଲ୍ଲ ନାୟକ। ପ୍ରଫୁଲ୍ଲକୁ ୬୦/୨୩ ଏକ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ଏବଂ ଏହି ଘଟଣାରେ ଆଉ ତିନିଜଣ ସଂପୃକ୍ତ ଥିବା ଥାନା ଅଧିକାରୀଣୀ ପୁଷ୍ପଲତା ବେହେରା ସୂଚନା ଦେଇଛନ୍ତି ।

Related posts