ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସଭା ୨୯ତାରିଖ ପୂର୍ବାହ୍ନରେ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଶତାଧୂକ ବରିଷ୍ଠ ନାଗରିକ ବନ୍ଧୁମିଳନରେ ଯୋଗଦେଇ ପ୍ରସାଦ ସେବନରେ ଭାଗ ନେଇଥିଲେ । ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅୟୋଜିତ ବୈଠକରେ ଭାପୁର, ଖଣ୍ଡପଡ଼ା, ଶରଣକୁଳ, ଓଡ଼ଗାଁ, ସୁନାଖଳା, ବାଉଁଶିଆପଡା, ଇଟାମାଟି, ଗୁଣ୍ଡୁଣୀ, ପଣ୍ଡୁସର, ନୂଆଗାଁ ଇତ୍ୟାଦି ବିଭିନ୍ନ ଅଞ୍ଚଳର ବରିଷ୍ଠ ନାଗରିକ ମଞ୍ଚର ସଭ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସର୍ବ ସମ୍ମତି ନିଷ୍ପତ୍ତି କ୍ରମେ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସଭ୍ୟ ଭାବେ ଗ୍ରହଣ କରାଗଲାସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଭାପୁର ବରିଷ୍ଠ ନାଗରିକସଂଘର ପ୍ରଭାକର ସାହୁଙ୍କୁ ସମ୍ପାଦକ, ଖଣ୍ଡପଡ଼ା ପଠାଣିସାମନ୍ତ ବରିଷ୍ଠ ନାଗରିକ ପୌରାଞ୍ଚଳର ବିନାୟକ ମିଶ୍ରଙ୍କୁଉପସଭାପତି ଏବଂ ଓଡ଼ଗାଁ ଶରଣକୁଳ ବରିଷ୍ଠ ନାଗରିକସତ୍ୟନାରାୟଣ ମିଶ୍ରଙ୍କୁ ସଂପାଦକ ଭାବେ ବିପୁଳ କରତାଳିଦେଇ ମନୋନୀତ କରାଯାଇଥିଲା । ଜିଲ୍ଲା ସଂଘରଅନ୍ୟାନ୍ୟ ପଦବୀ ଗୁଡିକୁ ଖୁବ ଶୀଘ୍ର ଦଶପଲ୍ଲା, ଗଣିଆ, ନୂଆଗାଁ ବରିଷ୍ଠ ନାଗରିକ ସଂଘ ମାନଙ୍କ ସହ ସଭାପତିଏବଂ ସମ୍ପାଦକ ଆଲୋଚନା କରି ନିଷ୍ପତ୍ତି ନେବା ପାଇଁଦାୟିତ୍ୱ ଅର୍ପଣ କରାଗଲା । ଫେବୃୟାରୀ ୨୦ତାରିଖରେ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସଭ୍ୟମାନେ ଟ୍ରେନରେ ପୁରୀତୀର୍ଥ ଯାତ୍ରା କରିବା ସହ କାଳିଆ ଦର୍ଶନ କରିବେ ବୋଲି ହରିବୋଲ ଏବଂ କରତାଳି ମଧ୍ୟରେ ପ୍ରସ୍ତାବ ଗୃହୀତ ହେଲା। ଆଗାମୀ ସାଧାରଣ ସଭା ଖଣ୍ଡପଡା ପଠାଣିସାମନ୍ତ ବରିଷ୍ଠ ନାଗରିକ ଫୋରମ ଠାରେ ଅନୁଷ୍ଠିତ ହେବା ପାଇଁ ଗ୍ରହଣ କରାଗଲା। ପରିଶେଷରେ ସଂପାଦକ ଦୁର୍ଯ୍ୟୋଧନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ପୁରୀ ତୀର୍ଥ ଭ୍ରମଣରେ ଯିବେ ବରିଷ୍ଠ ନାଗରିକ
