ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଖଣ୍ଡପଡ଼ା ରାସ୍ତା ବଲାଙ୍ଗୀପାର୍କ ସାମ୍ନାରେ ଥିବା ମହନ୍ତ ପ୍ରେଟୋଲ ପମ୍ପ ନିକଟରେ ରଖାଯାଇଥିବା ଏକ ଯାତ୍ରୀବାହୀ ଘରୋଇ ବସ ଆଜି ସଂନ୍ଧ୍ୟାରେ ଚୋରୀ ହୋଇଥିବା ଅଭିଯୋଗ ହେଉଛି । ନୟାଗଡ଼ରୁ ଗଣିଆ ଅଭିମୂଖେ ଯାଉଥିବା ବାବା ନୀଳକଂଣ୍ଠ ନାମକ ଏହି ବସ ଆଜି ସଂନ୍ଧ୍ୟାରେ ପ୍ରେଟୋଲ ଟାଙ୍କି ନିକଟରେ ରଖାଯାଇଥିଲା । ତାହାକୁ କେହି ଦୁର୍ବୁତ୍ତ ନେଇ ଯାଇଥିବା ଅଭିଯୋଗ କରିଛନ୍ତି ବସ ମାଲିକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଗୋଡ଼ିସାହି ଗ୍ରାମର ପ୍ରତୀଭା ସିଂ । ବସ କର୍ମଚାରୀମାନେ ଗାଡ଼ି ଲକ୍ କରି ରଖିଥିବା ବେଳେ କିଭଳି ଚୋରୀ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଟାଉନଥାନା ପୁଲିସ ଘଟଣାର ଖୋଳତାଡ଼ ଚଲାଇଛି ।
ଖଣ୍ଡପଡ଼ା ରାସ୍ତାରୁ ବସ ଚୋରୀ
