ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସାମ୍ବାଦିକ ଭବନର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ନିର୍ବାଚନରେ ରଜତ କୁମାର ପଟ୍ଟନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ଅନୱାର ଅଲ୍ଲୀ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।
ସେହିପରି ଯୁଗ୍ମ ସମ୍ପାଦକ ଭାବେ ସନ୍ତୋଷ କୁମାର ନାୟକ, ଉପସଭାପତି ଭାବେ ପ୍ରଶାନୁ କୁମାର ଜେନା ଏବଂ କୋଷାଧ୍ୟକ୍ଷ ଭାବେ ବିଶ୍ୱଜିତ୍ ନାୟକ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଫଳାଫଳ ପ୍ରକାଶ ପରେ ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ସାମ୍ବାଦିକ ଓ ସଦସ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି।
ନୂତନ କର୍ମକର୍ତ୍ତାମାନେ ନୟାଗଡ଼ ସାମ୍ବାଦିକ ଭବନର ବିକାଶ, ସାମ୍ବାଦିକମାନଙ୍କ ସ୍ୱାର୍ଥ ସୁରକ୍ଷା ଏବଂ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ ପାଇଛି। ନବନିର୍ବାଚିତ ଟିମ୍ର ନେତୃତ୍ୱରେ ସାମ୍ବାଦିକ ଭବନର ଉନ୍ନତି ସହ ସାମ୍ବାଦିକମାନଙ୍କ ଏକତା ଓ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ସଦସ୍ୟମାନେ ଆଶାବ୍ୟକ୍ତ କରିଛନ୍ତି।
ନୟାଗଡ଼ ସାମ୍ବାଦିକ ସଙ୍ଘ ନିର୍ବାଚନରେ ରଜତ ସଭାପତି, ଅନୱାର ସମ୍ପାଦକ
