ନୟାଗଡ଼ର ନୂତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଦାୟିତ୍ୱ ନେଲେ ପ୍ରଦୀପ୍ତ କୁମାର ସେନାପତି

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଆଜି ନୂତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି ଦାୟିତ୍ୱ ଗ୍ରହଣ କରିଛନ୍ତି।

ଦାୟିତ୍ୱ ଗ୍ରହଣ ଅବସରରେ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ପକ୍ଷରୁ ଶ୍ରୀ ସେନାପତିଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଅବସରରେ କାର୍ଯ୍ୟାଳୟର କର୍ମଚାରୀମାନେ ତାଙ୍କର ନୂତନ ଦାୟିତ୍ୱର ସଫଳତା କାମନା କରିଥିଲେ।

ସୂଚନାଯୋଗ୍ୟ, ନୟାଗଡ଼ରେ ଦାୟିତ୍ୱ ଗ୍ରହଣ ପୂର୍ବରୁ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ।

Related posts