ନୟାଗଡ଼ ପୋଲିସ କବଜାରେ ୬ସାଇବର ଠକ, ବାହାର ରାଜ୍ୟକୁ ଲମ୍ବିଛି ଚେର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ବଡ଼ ଧରଣର ସାଇବର ଠକେଇ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହେବସହ ୬ ଜଣଙ୍କୁ ଗିରଫ କରିଛି ନୟାଗଡ଼ ପୋଲିସ । ସେମାନେ ହେଉଛନ୍ତି ଶରଣକୁଳ ଥାନା ବଧିସାହିର ସୁନୀଲ କୁମାର ସାହୁ, ଚଡେୟାପଲ୍ଲୀ ଗାର ସୋନୁ ନିଗମ ବିଶ୍ବାଳ, ଶଙ୍କର ଚୌଦୁରି, ବଡ଼ପୁଟୁ ଅଞ୍ଚଳ ଚନ୍ଦ୍ର ନାହାକ, ଓଡ଼ଗାଁ ଥାନା ରଙ୍ଗଣୀପାଟଣା ଅଞ୍ଚଳର ରମେଶ ଡାକୁଆ, ଶ୍ରୀଧର ନାହାକ । ପୋଲିସ ପୂର୍ବରୁ ସୁନୀଲ, ଚନ୍ଦ୍ର, ଶ୍ରୀଧରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅନ୍ୟ ୩ ଅଭିଯୁକ୍ତ ସୋନୁ, ଶଙ୍କର, ରମେଶକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ।

ସେମାନଙ୍କ ଠାରୁ ପୋଲିସ ୧୯ ଲକ୍ଷ ୩୨ ହଜାର ୫୪୪ ଟଙ୍କା, ୨୨ଟି ପାସ ବୁକ, ୧୨ଟି ଏଟିଏମ କାର୍ଡ, ୭ଟି ମୋବାଇ, ଗୋଟିଏ ଲ୍ୟାପଟପ, ବାୟୋମାଟ୍ରିକ ସ୍କାନର ଜବତ କରିଛି । ଏନେଇ ଜିଲାର ବିଭିନ୍ନ ଥାନାରେ ୧୬ ଟି ମାମଲା ଦାୟାର ହୋଇଛି । ଅଭିଯୁକ୍ତ ମାନେ ସାଧାରଣ ଲୋକଙ୍କୁ ପ୍ରଲୋଭନ ଦେଖାଇ ସେମାନଙ୍କ ବ୍ୟାଙ୍କ ପାସବୁକକୁ ବ୍ୟବହାର କରି ଏହି ଠକେଇ କରୁଥିଲେ । ଏହି ଠକେଇର ଚେର ରାଜ୍ୟ ବାହାରକୁ ବ୍ୟାପିଥିବା ପୋଲିସ କହିଛି । ଅନ୍ୟପଟେ ତଦନ୍ତ ବେଳେ ପୋଲିସ ଦ୍ବାରା ଜିଲାରେ ୨୩୨୭ ଟି ମ୍ୟୁଲ ଆକାଉଂଟ ଚିହ୍ନଟ ହୋଇଥିବା ବେଳେ ସାଇବର ଠକେଇରେ ବ୍ୟବହୃତ ୩୫୭ ଜଣ ବ୍ୟାଙ୍କ ଆକାଉଣ୍ଟ ଧାରିଙ୍କୁ ନୋଟିସ କରାଜାଇଛି । ପୋଲିସ ଏ ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଆଗକୁ ଏଥିରେ ସାମିଲ ଥିବା ଅନ୍ୟ ସାଇବର ଲୁଟେରାଙ୍କୁ ଗିରଫ କରାଜିବ ବୋଲି ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି ନୟାଗଡ଼ ଏସପି ଏସ ସୁଶ୍ରୀ  ।

Related posts