ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ପଞ୍ଚାୟତ ସମିତି ସଭାଗୃହରେ ବ୍ଲକ ସ୍ତରୀୟ ମହିଳା ଆଇନ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ମହିଳା ସଶକ୍ତିକରଣ ଓ ମହିଳାଙ୍କ ଆଇନଗତ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଉର୍ମିଳା ମହାପାତ୍ର, ଅଧ୍ୟକ୍ଷା, Odisha State Commission for Women ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ, ସମ୍ମାନିତ ଅତିଥି ଭାବେ ମଧୁମିତା ରଥ, ଜିଲ୍ଲାପାଳ, ନୟାଗଡ, ପୁଷ୍ପଲତା ପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଉପସ୍ଥିତ ଥିବାବେଳେ ମାନସି ପାଢ଼ୀ, ପୂର୍ବତନ CWC ସଦସ୍ୟ (ରିସୋର୍ସ ପର୍ସନ), ସୋମ୍ୟ ରଞ୍ଜନ ଦାଶ, ଜିଲ୍ଲା ମହିଳା ସଶକ୍ତିକରଣ ସଂଯୋଜକ, ସୌଦାମିନୀ ପଣ୍ଡା, CDPO, ନୟାଗଡ ବ୍ଲକ ଏବଂ ସଞ୍ଜୁଲତା ପାଣିଗ୍ରାହୀ, ପ୍ରୋଗ୍ରାମ ଅଫିସର ଉପସ୍ଥିତ ଥିଲେ।
ମଞ୍ଚାସିନ ଅତିଥିମାନଙ୍କ ସମ୍ମୁଖରେ ସୌମ୍ୟରଞ୍ଜନ ଦାଶ ମଞ୍ଚ ପରିଚାଳନା କରି ମହିଳାଙ୍କ ଅଧିକାର ଓ ସଶକ୍ତିକରଣ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଜିଲ୍ଲାପାଳ, ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଓ DSWO ମହୋଦୟା ମହିଳାଙ୍କ ସୁରକ୍ଷା, ସମାନ ଅଧିକାର ଏବଂ ସରକାରୀ ଯୋଜନା ସମ୍ପର୍କରେ ଅଲୋଚନା କରିଥିଲେ। ରିସୋର୍ସ ପର୍ସନ ମାନସୀ ପାଢ଼ୀ ମହିଳାଙ୍କ ପାଇଁ ଥିବା ବିଭିନ୍ନ ଆଇନ ସମ୍ପର୍କରେ ବ୍ୟାପକ ଅବଗତ କରାଇଥିଲେ, ଯଥା, ଗୃହ ହିଂସା ନିବାରଣ ଆଇନ ୨୦୦୫ ପଣ ପ୍ରଥା ନିଷେଧ ଆଇନ, ୧୯୬୧ ଓ ବାଲ୍ୟ ବିବାହ ନିଷେଧ ଆଇନ। କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡନ ନିବାରଣ ଆଇନ ଏହି କାର୍ଯ୍ୟକ୍ରମରେ ନୟାଗଡ ବ୍ଲକର ସମସ୍ତ ICDS Supervisor, AWWs, PRI ସଦସ୍ୟ, SHG ସଦସ୍ୟ, CRP, MBK ଏବଂ ଆଶା କର୍ମୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
