ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ମହାଶିବରାତ୍ରି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୟାଗଡ ର ସେବାର୍ଥେ ବିଦ୍ୟାର୍ଥୀ ତରଫରୁ ସ୍ଥାନୀୟ ନାରାୟଣୀ ମନ୍ଦିର ର ପ୍ରାଙ୍ଗଣ ରେ ପାନୀୟ ଜଳ, ଦହିପଣା ବଣ୍ଟନ ଏବଂ ପରିବେଶ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଏଠାରେ ବିଦ୍ୟାର୍ଥୀ ମାନେ ଏହି ପବିତ୍ର ଦିବସରେ ସମାଜର ମଙ୍ଗଳ ତଥା ସେବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଅଛନ୍ତି। ଏହି କାର୍ଯ୍ୟକ୍ରମରେ ଏ.ବି.ଭି.ପି ନୟାଗଡ଼ ଜିଲ୍ଲା ସଂଯୋଜକ ସୌମ୍ୟରଞ୍ଜନ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ଶତପଥି, ନୟାଗଡ଼ ନଗର ସମ୍ପାଦକ ସୌଭାଗ୍ୟ ରଞ୍ଜନ ପ୍ରଧାନ, ସହ ସମ୍ପାଦକ ସୋହନ ରାଉତ, ଲକ୍ଷ୍ମୀଧର ପାଣିଗ୍ରାହୀ, ନଗର ଖେଳ ଭାରତ ସଂଯୋଜକ ଗଗନ ନାୟକ ଏବଂ ଅନ୍ୟାନ୍ୟ ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତା ସାଇ ଅମ୍ରିତ, ଲିପୁ ସେଠି, ସତ୍ୟ ଦୋରା, ଗଙ୍ଗାଧର ଦାଶ, ରମାକାନ୍ତ, ଆଦିତ୍ୟ ପ୍ରମୁଖ ସହଯୋଗ କରିଥିଲେ। ଏହି ସେବା କାର୍ଯ୍ୟରେ ପ୍ରାୟ ପାଞ୍ଚସହରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କୁ ସେବା ଯୋଗାଇ ଦିଆଯାଇଥିବା ବେଳେ ଦୀର୍ଘ ଚାରି ଘଣ୍ଟା ଧରି ଏହି ବଣ୍ଟନ କାର୍ଯ୍ୟ ଜାରି ରହିଥିଲା।

