ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଏପିଆର କନଷ୍ଟେବଳଙ୍କ ଆତ୍ମହତ୍ୟା । ମୃତକ ହେଲେ ସୁନୀଲ ସେଠୀ । ଗୁରୁବାର ସେ ରିଜର୍ଭ ପୋଲିସ କ୍ୟାମ୍ପସରେ ଜୀବନ ହାରିଥିବା ସୂଚନା ରହିଛି । ଖବର ଅନୁଯାୟୀ, ସୁନୀଲ ସେଠୀଙ୍କ ଘର ନୟାଗଡ଼ ଜିଲ୍ଲା ବାହାଡ଼ାଝୋଲା ବେରୁହାଁବାରୀ ଗାଁରେ । ସେ କନେଷ୍ଟବଳ ଭାବେ ନୟାଗଡ଼ ବାରାକରେ କାର୍ଯ୍ୟରତ ଥିଲେ । ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି କନେଷ୍ଟବଳ ସୁନଲୀ ସେଠୀ । ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସେପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସେ ଆତ୍ମହତ୍ୟା ପଛରେ ଛୁଟି ନମିଳିବା ନା ଆଉ କିଛି କାରଣ ଅଛି ତାହା ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ। ସୂଚନାଯୋଗ୍ୟ ଗତ ୨୧ତାରିଖରେ ତାଙ୍କର ବାନ୍ଧବୀଙ୍କ ସହ ନିର୍ବନ୍ଧ ହୋଇଥିଲା ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ ସୁନୀଲ।
ନିଜକୁ ନିଜେ ଗୁଳି କରିଦେଲେ ଏପିଆର କନଷ୍ଟେବଳ
