ମଡେଲ ଡିଗ୍ରୀ କଲେଜରେ ସ୍ବଚ୍ଛତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କର “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମର ଅଂଶବିଶେଷ ସ୍ବରୂପ ମଡେଲ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା ଶାଖା ତରଫରୁ ସ୍ଥାନୀୟ ଲାଠିପଡ଼ା ଗ୍ରାମରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟ ପରିସର ସହିତ ଲାଠିପଡ଼ା ଗ୍ରାମର ବଜାର, ମନ୍ଦିର, ଡାକ୍ତରଖାନା, ଉଚ୍ଚବିଦ୍ୟାଳୟ ତଥା କିଛି ସାହିରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ ସ୍ବେଚ୍ଛାସେବୀ ଭାବେ ସଫେଇ କାର୍ଯ୍ୟକ୍ରମ କରିଥିଲେ।  ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ସହିତ ଯୁବ ପ୍ରୋଗ୍ରାମ ଅଧିକାରୀ ଦୀପିକା ରାଣୀ ତୁରୁକ୍ ଓ ଡକ୍ଟର ଗିରିଶ ଚନ୍ଦ୍ର ନାୟକ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।  ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୌରମୋହନ ସାହୁ, ଡକ୍ଟର ସନ୍ତୋଷ କୁମାର ବେହେରା, ଡକ୍ଟର ଜ୍ୟୋତ୍ସ୍ନାରାଣୀ କର, ମଧୁସ୍ମିତା ମହାପାତ୍ର, ଡକ୍ଟର ପ୍ରକାଶ କୁମାର ସାହୁ, ଡକ୍ଟର ଅପରାଜିତା ମିଶ୍ର, ଡକ୍ଟର ସୁନିଲ ଚନ୍ଦ୍ର ପ୍ରଧାନ, ଡକ୍ଟର ଅନୀୟ କୁମାର ସାମନ୍ତରା, ବିଜୟିନୀ ଶୁଭଦର୍ଶିନୀ, ରୀତିଶ୍ରୀ ମଲ୍ଲିକ, ବିଜୟ କୁମାର ସାହୁ, ରୀନାବାଳା ଘଡ଼େଇ ପ୍ରମୁଖ ଉପସ୍ଥିତ ଥିଲେ।

Related posts