୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଡ଼.ସୁରେଶ ବରାଡ଼ଙ୍କ “ଭାରତୀୟ ସମ୍ବିଧାନ(ମୁଖ୍ୟ ବିନ୍ଦୁ)” ଉନ୍ମୋଚିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ହରିହରପୁରସ୍ଥ ଗ୍ରୀନ କ୍ଳବ ପକ୍ଷରୁ ଗ୍ରୀନ ପାର୍କ ପରିସରରେ ଚଳିତ ବର୍ଷ ବହୁ ଆଡମ୍ବରରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ଲବର ସଭାପତି ଶ୍ରୀଯୁକ୍ତ ବିଭୁପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ସମାରୋହରେ କ୍ଲବର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ:
ଉପଦେଷ୍ଟା ସୌଦାଗର ନାୟକ, ସମ୍ପାଦକ କୁମାର ବରାଡ, କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ମହାରଣା, ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ, କରଡା ହରିହର ପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଉପସ୍ଥିତ ରହି ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରିଥିଲେ। କ୍ଲବର ଅନେକ ଶିଶୁ ଓ ସ୍ଥାନୀୟ ଲୋକମାନେ ଏହି ଦେଶଭକ୍ତିପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପତାକା ଉତ୍ତୋଳନ ପରେ ସମ୍ପାଦକ “ଘରେ ଘରେ ସଂବିଧାନ” କାର୍ଯ୍ୟକ୍ରମର ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମ ଜରିଆରେ ଭାରତୀୟ ସମ୍ବିଧାନକୁ ପ୍ରତି ଘରେ ପହଞ୍ଚାଇବା ପାଇଁ ଗ୍ରୀନ କ୍ଳବର ପ୍ରତିବଦ୍ଧତା ବଜ୍ର କଣ୍ଠରେ ଉଦ୍ଘୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମାଟିର ମହକ ସାରସ୍ବତ ସାଧକ ଡଃ ସୁରେଶ ଚନ୍ଦ୍ର ବରାଡ଼ ପ୍ରସ୍ତୁତ କରିଛନ୍ତି “ଭାରତୀୟ ସମ୍ବିଧାନ(ମୁଖ୍ୟ ବିନ୍ଦୁ)” ପୁସ୍ତକ। ଉକ୍ତ ପୁସ୍ତକ ଅତିଥି ମାନଙ୍କ କର ଅମଳରେ ଉନ୍ମୋଚିତ ହୋଇଥିଲା। ଏହି ପୁସ୍ତକ ଘରେ ଘରେ ବଣ୍ଟନ କରାଯିବ ବୋଲି ସମ୍ପାଦକ ଘୋଷଣା କରିଥିଲେ। ଶେଷରେ ଉପସ୍ଥିତ ଅତିଥି, ଜନସାଧାରଣ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Related posts