ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର କାର୍ଯ୍ୟକ୍ରମ ଆୟୋଜିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋଡିପଡାର ଜାତୀୟ ସେବା ଯୋଜନା(nss) ବିଭାଗଦ୍ଵାରା ସାତ ଦିନିଆ ସ୍ଵତନ୍ତ୍ର ଶିବିର ପୋଷ୍ୟ ଗ୍ରାମ ଦୟଣାଝରି ଠାରେ ଆୟୋଜିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ପୁଲକ କୁମାର ମହାନ୍ତି ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିଲୋଚନ ସାହୁ ଯୋଗଦେଇ ସେବା ହିଁ ମାନବର ପରମ ଧର୍ମ ବୋଲି କହିଥିଲେ । ସମ୍ମନିତ ଅତିଥିଭାବେ ଅଧ୍ୟାପକ ଡ଼: ସନ୍ତୋଷ କୁମାର ସାହୁ ଯୋଗଦେଇ ଜାତୀୟ ସେବା ଯୋଜନାର ମହତ୍ତ୍ୱ ଉପରେ ସମ୍ୟକ୍ ବିବରଣୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଅଧିକାରୀ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଗଙ୍ଗାଧର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। କ୍ରୀଡା ଶିକ୍ଷକ ଚିତ୍ତରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର  ୫୦ଜଣ ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରି ବିଭିନ୍ନ ସେବାକାର୍ଯ୍ୟ କରୁଛନ୍ତି।

Related posts