ପ୍ଲାଟିନମ ଜୟନ୍ତୀ ପାଇଁ ପ୍ରାରମ୍ଭିକ ବୈଠକ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସାରସ୍ବତ ଲୋକ ବିଦ୍ୟାପୀଠ କଜଳାଇପଲ୍ଲି ୧୯୫୧ ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ୨୦୨୬ ମସିହାକୁ ତାହା ୭୫ ବର୍ଷ ପୂର୍ତ୍ତି ପାଳନ କରୁଅଛି ।ଏହି ଅବସରରେ ବିଦ୍ୟାଳୟର ପ୍ଲାଟିନମ୍ ଜୁବିଲି ପାଳନ ନିମନ୍ତେ ଆଜି ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟର ଆଲୁମିନା କମିଟି ସଭାପତି   ଘନଶ୍ୟାମ ମହାପାତ୍ରଙ୍କ ଅଧକ୍ଷତାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ/ସଦସ୍ୟା ଓ ପୁରାତନ ଛାତ୍ର ଆଲୁମିନା କମିଟି ସଦସ୍ୟ ମାନକୁ ନେଇ ଏକ ବୈଠକ କରାଯାଇ ପ୍ଲାଟିନମ୍ ଜୁବିଲି ପାଇଁ ସମସ୍ତଙ୍କ ମତାମତ ନିଆଯାଇ ପୁରାତନ ଛାତ୍ର ଛାତ୍ରୀ , ବର୍ତ୍ତମାନର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗରେ ପ୍ଲାଟିନମ୍ ଜୁବୁଲିକୁ ମହାସମାରୋହରେ ପାଳନ ପାଇଁ ସ୍ଥିର କରାଗଲା । ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ପ୍ରାକ୍ତନ ଛାତ୍ର ଆଲୁମିନା କମିଟି ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର, ଦୀନବନ୍ଧୁ ମହାପାତ୍ର,ପ୍ରଦୀପ କୁମାର ରାଉତ, ଦଣ୍ଡପାଣି ନାୟକ ,ଶିକ୍ଷକ ଘନଶ୍ୟାମ ରାଉତ ପ୍ରଭୁତି ନିଜର ମତ ପ୍ରଦାନ କରିଥିଲେ । ଆସନ୍ତା ଜାନୁଆରୀ ୧୮ ତାରିଖ ରବିବାର ଦିନ   ୧୧ ଘଣ୍ଟା ସମୟରେ କଜଳାଇପଲ୍ଲି ହାଇସ୍କୁଲର ସମସ୍ତ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ।ଏଣୁ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ହୋଇ ନିଜ ନିଜର ସୁଚନ୍ତିତ ମତାମତ ପ୍ରଦାନ କରିବାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ ଅନୁରୋଧ କରିଛନ୍ତି ।ପରିଶେଷରେ ଶିକ୍ଷକ ସୁନୀଲ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts