ସୃଜନିକାର ରଜ ସାରସ୍ଵତ ସମାରୋହ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ସୃଜନିକା ର ସାରସ୍ଵତ ସମାରୋହ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସାରସ୍ଵତ ସମାରୋହ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ମତ୍ସ୍ୟ ଅଧିକାରୀ ତଥା ସ୍ତମ୍ଭକାର ପ୍ରକାଶ କୁମାର ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଞ୍ଜନା ର ସମ୍ପାଦିକା ଡ଼. ଗୀତାଞ୍ଜଳି ମହାପାତ୍ର, ସୁପ୍ରବଚିକା ପ୍ରିୟମ୍ବଦା ଦାଶ ଓ ବ୍ୟଙ୍ଗ କଳାକାର ରବୀନ୍ଦ୍ର କୁମାର ରାଉତ ଯୋଗ ଦେଇଥିଲେ।ଅତିଥି ମାନେ ଆମର ସଂସ୍କୃତି ଓ ଆମର ପର୍ବପର୍ବାଣି ଉପରେ ସେମାନଙ୍କର ବକ୍ତବ୍ୟ ରଖି କହିଥିଲେ ଯେ ପ୍ରଥମେ ଆମ ସଂସ୍କୃତି କୁ ଆମ ପରିବାର ସହ ପରିଚୟ କରାଇବା ଏବଂ ଆମର ସନ୍ତାନ ମାନଙ୍କୁ ଆମେ ଆମର ଐତିହ,ପରମ୍ପରା ସଂପର୍କରେ ଅଧିକ ସୂଚନା ଦେବା ଆବଶ୍ୟକ। ଇତି ଅବସରରେ ତପନ କୁମାର ପଣ୍ଡା ଙ୍କ ର କବିତା ପୁସ୍ତକ “ଭକ୍ତି ନିବେଦନ ଶତକମ୍” ପୁରୁଷୋତ୍ତମ ନାୟକ ଙ୍କ କବିତା ପୁସ୍ତକ ଶ୍ରୀ ଶ୍ରୀ ପୁରୋଷତ୍ତମ ପଦ୍ୟାବଳୀ ଏବଂ ନୟାଗଡ ରୁ ପ୍ରକାଶିତ ସାପ୍ତାହିକ ସମ୍ବାଦପତ୍ର ସମ୍ବାଦ ପରମ୍ପରାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଅତିଥିମାନେ ହରିଶ୍ ପ୍ରଧାନଙ୍କୁ ଡକ୍ଟର କବିଭୂଷଣ ଭାବେ, ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନ ଏବଂ ପ୍ରମୋଦ କୁମାର ସେଠୀଙ୍କୁ ଆଦର୍ଶ ପରିବେଶବିତ୍ ସମ୍ମାନରେ ସମ୍ମାନିତ କରିଥିଲେ । ସମାଜସେବୀ ଓ ସାହିତ୍ୟ ସଂଗଠକ  ପ୍ରମୋଦ ପଟ୍ଟନାୟକ ଏହି ସାରସ୍ଵତ ସମାରୋହ ରେ ସଭାପତିତ୍ବ କରିଥିଲେ । କବୀ କ୍ଷଣପ୍ରଭା କର ଓ କବି ନୀଳମାଧବ ମିଶ୍ର କବିତା ଗୁଡ଼ିକୁ ସଂଯୋଜନା କରିଥିଲେ। ସୃଜନିକା ର ସଚିବ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହାକୁ ପରିଚାଳନା କରିଥିଲେ। ବ୍ୟଙ୍ଗକବି ରବୀନ୍ଦ୍ର କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Related posts