ଇଟାମାଟି, (ନୟାଗଡ଼ ଦର୍ପଣ): ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଇଟାମାଟି ଗ୍ରାମ ପଞ୍ଚାୟତ ସମୁଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ପାଇଁ ଶୁଭ ଦିଆଯାଇଛି। ଇତି ଅବସରରେ ଇଟାମାଟି କଂଗ୍ରେସ ଦଳର ସଭାପତି ମହେଶ୍ୱର ପ୍ରଧାନ ନଡ଼ିଆ ବାଡ଼େଇ ଏହି ଶୁଭ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ତାଙ୍କ ସହିତ ଗୋପବନ୍ଧୁ ସେବା ପରିଷଦର ସଭାପତି ପ୍ରଦ୍ୟୁମ୍ନ କୁମାର ସାହୁ ଏବଂ ସମ୍ପାଦକ କ୍ରିଷ୍ଣା କୁମାର ଅଗ୍ରୱାଲ ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିଥିଲେ। ସେଠାରେ ୧୪ ନମ୍ବର ଜୋନର ଜିଲ୍ଲା ପରିଷଦ ଆଶିଷ କୁମାର ଅଗ୍ରୱାଲ, ସମାଜସେବୀ ତଥା ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ କୁମାର ସେଠୀ, ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ନାୟକ ଏବଂ ଅଧ୍ୟାପକ ପ୍ରଫେସର ଲକ୍ଷ୍ମୀଧର ପ୍ରଧାନ, ଇଟାମାଟି ବଜାର ବଣିକ ସଂଘର ପ୍ରାକ୍ତନ ସଭାପତି ଶ୍ୟାମସୁନ୍ଦର ପ୍ରଧାନ, ପ୍ରାକ୍ତନ ସମିତି ସଭ୍ୟ ଉମେଶ ଚନ୍ଦ୍ର ପଟ୍ଟନାୟକ, ହୋମିଓପ୍ୟାଥିକ ଡାକ୍ତର ରବିନାରାୟଣ ତ୍ରିପାଠୀ ଏବଂ ଗୋପବନ୍ଧୁ ସେବା ପରିଷଦର ଉପସଭାପତି ରାମଚନ୍ଦ୍ର ସାହୁ, ସହ ସମ୍ପାଦକ ନିକୁଲ୍ ନିର୍ଦେଶକ ଦିଲ୍ଲୀପ କୁମାର ସାହୁ, ଅଧ୍ୟାପକ ଅନିଲ କୁମାର ପୃଷ୍ଟି, ଓଲିଉଡର ଜଣା ଶୁଣା ଗୀତିକାର ରଂଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।।
ଇଟାମାଟିରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଦିଆଗଲା ଶୁଭ
