ଫତେଗଡ଼ ରାମ ମନ୍ଦିର ଦର୍ଶନ କରି ଫେରିବା ବାଟରେ ପ୍ରେମିକ ଆଗରେ ପ୍ରେମିକାକୁ ଗଣଦୁଷ୍କର୍ମ, ୩ଯୁବକ ଅଟକ

ଭାପୁର, (ନୟାଗଡ଼ ଦର୍ପଣ): ଭାପୁର ଫତେଗଡ ଥାନା ଅଞ୍ଚଳରେ ଲଜ୍ଜ୍ୟା ଜନକ ଘଟଣା । ଜଙ୍ଗଲ ଭିତରେ ପ୍ରେମିକକୁ ମାଡମାରି ପ୍ରେମିକାକୁ ଗଣଦୁଷ୍କର୍ମ କରି ଭିଡିଓ ଭାଇରାଲ ମାମଲାରେ ତିନିଜଣ ଯୁବକ ଅଟକ ରହିଥିବା ସୂଚନା ରହିଛି । ସୂଚନା ଅନୁଯାୟୀ, ଗତ ରବିବାର (ଅକ୍ଟୋବର ୨୦) ଜଣେ ୨୧ ବର୍ଷିୟା ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଦ୍ୱିତୀୟ ଅଯୋଧ୍ୟା କୁହାଯାଉଥିବା ଫତେଗଡ ଶ୍ରୀରାମ ମନ୍ଦିରକୁ ଆସିଥିଲେ। ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ସାରି ସନ୍ଧ୍ୟା ସମୟରେ ବାଇକରେ ଫେରୁଥିଲେ । ଏହି ସମୟରେ ପିଠାଖାଇ ଜଙ୍ଗଲ ରାସ୍ତାରେ ତିନିଜଣ ଯୁବକ ପ୍ରେମୀ ଯୁଗଳଙ୍କୁ ଅଟକାଇଥିଲେ । ଛୁରୀ ଦେଖାଇ ଭୟଭୀତ କରି ପ୍ରେମୀଯୁଗଳଙ୍କୁ ଜଙ୍ଗଲ ଭିତରକୁ ନେଇ ପ୍ରବଳ ମାଡମାରି ପ୍ରେମିକକୁ ଗଛରେ ବାନ୍ଧି ଦେଇଥିଲେ। ଏହାପରେ ଯୁବତୀଙ୍କ ପୋଷାକ ଖୋଲି ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ। ଯୁବତୀଙ୍କ ସହ ଜୋରଜବରଦସ୍ତ ଜଣକ ପରେ ଜଣେ ଦୁଷ୍କର୍ମ କରିବା ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ । ଏହାପରେ ଯୁବକ ଯୁବତୀଙ୍କ ଠାରୁ ୪ହଜାର ୮ଶହ ଟଙ୍କା ଛଡ଼ାଇ ନେଇ ଘଟଣାସ୍ଥଳରୁ ପଳାଇଥିଲେ । ଏହାପରେ ଗଣଦୁଷ୍କର୍ମ କରିଥିବା ଯୁବକମାନେ ଭିଡିଓ ଭାଇରାଲ କରିଦେଇଥିଲେ । ଏହି ଭିଡିଓ ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି । ପୀଡ଼ିତା ଯୁବତୀ ଜଣକ ଏ ବିଷୟରେ ତାଙ୍କ ଘର ଲୋକଙ୍କୁ କହିବା ପରେ ଫତେଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ଫତେଗଡ ଥାନାଅଧିକାରୀ ପଞ୍ଚାନନ ପରିଡ଼ା ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଗୁରୁତର ଭାବେ ନେଇ କେସ ନଂ ୨୭୬/୨୪ ଏକ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଥିଲେ । ଏହି ଗଣବଳତ୍କାର ଘଟଣାରେ ସ୍ଥାନୀୟ ଅଞ୍ଚଳର ୩ଜଣ ଯୁବକଙ୍କୁ ଥାନାରେ ଅଟକ ରଖିବା ସହିତ ସେମାନଙ୍କ ମୋବାଇଲ ଜବତ କରି ଅଧିକ ତଦନ୍ତ ଚାଲିଥିବା ଥାନାଅଧିକାରୀ ଶ୍ରୀ ପରିଡାଙ୍କ ଠାରୁ ସୂଚନା ମିଳିଛି। ଏହି ସମ୍ବେଦନଶୀଳ ଲଜ୍ଜାଜନକ ଘଟଣାକୁ ଆପୋଷ ସମାଧାନ ପାଇଁ ଭାପୁର ଅଞ୍ଚଳର କିଛି ରାଜନୈତିକ ବ୍ୟକ୍ତିବିଶେଷ ଚାପ ପ୍ରୟୋଗ କରୁଥିବା ସୂଚନା ମିଳିଛି । ଏହି ଲଜ୍ଜାଜନକ ଘଟଣାକୁ ନେଇ ଭାପୁର ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି ।

Related posts