ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ଅବସରରେ ପୁଷ୍ପମାଲ୍ୟ ଅର୍ପଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଗଣେଶ ଚତୁର୍ଥୀରେ ଜନ୍ମଲାଭ କରିଥିବା ମହାନ ସାରସ୍ୱତ ସାଧକ, ଗବେଷକ ଓ ସାହିତ୍ୟପ୍ରାଣ ବ୍ୟକ୍ତିତ୍ୱ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ପଣ୍ଡିତ ବିନାୟକ ମିଶ୍ରଙ୍କ ୧୩୧ତମ ଜୟନ୍ତୀ ଅବସରରେ ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଧୂପ ଏବଂ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦ, ପୂଜ୍ୟପୂଜା କମିଟି, କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ, ନୟାଗଡ଼ ନାଗରିକ ମଞ୍ଚ, ମୈତ୍ରୀ ଯୁବ ସଂସଦ ଏବଂ ତଥାସ୍ତୁ ପକ୍ଷରୁ ପ୍ରମୋଦ ପଟ୍ଟନାୟକ, ସୁରେନ୍ଦ୍ର ନାଥ ମହାପାତ୍ର, ପ୍ରସନ୍ନ କୁମାର ବସନ୍ତିଆ, ସୁଦର୍ଶନ ପ୍ରଧାନ, ଧୀରେନ୍ଦ୍ର ପଟ୍ଟନାୟକ, ପ୍ରଦୀପ କୁମାର ସାହୁ, ପ୍ରଫୁଲ ନାୟକ, ଶରତ ଆଚାର୍ଯ୍ୟ, ଲକ୍ଷ୍ମୀଧର ସାହୁ, ଅଶୋକ ମଲ୍ଲ ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ ସାହିତ୍ୟରେ ଅନନ୍ୟ ସାରସ୍ବତ ସ୍ରଷ୍ଟା ବିନାୟକଙ୍କ କାଳଜୟୀ ସୃଷ୍ଟି ଏବଂ ସାହିତ୍ୟ, ଇତିହାସ, ସଂସ୍କୃତ ଦିଗରେ ତାଙ୍କ ରଚିତ ଗବେଷଣାତ୍ମକ ପୁସ୍ତକ ଓଡ଼ିଆ ସାହିତ୍ୟରେ ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ ବୋଲି ମତବ୍ୟକ୍ତ କରିଥିଲେ। ସୂଚନା ଯୋଗ୍ୟ ଯେ ପଣ୍ଡିତ ବିନାୟକ ମିଶ୍ର ୧୮୯୪ ମସିହା ଗଣେଶ ଚତୁର୍ଥୀରେ ନୟାଗଡ଼ ଜିଲାର ଶରଣକୁଳ ଗ୍ରାମର ମାଳିସାହିଠାରେ  ଜନ୍ମଗ୍ରହଣ କରି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ  ଜଣେ ପ୍ରତିଭାବାନ ବ୍ୟକ୍ତିତ୍ୱ ଭାବେ ପରିଚୟ ସୃଷ୍ଟି କରିପାରିଥିଲେ ।

Related posts