ମାର୍ଚ୍ଚ ୧୫ରୁ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ମାର୍ଚ୍ଚ ୧୫ରୁ ସପ୍ତାହବ୍ୟାପୀ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ-୨୦୨୬ ପଠାଣି ସାମନ୍ତ ଅଡିଟୋରିଅମ ଠାରେ ଅନୁଷ୍ଠିତ ହେବ। ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମାର୍ଚ୍ଚ ୧୫ ରୁ ୨୧ ତାରିଖ ଯାଏଁ ନାଟକ ମହୋତ୍ସବ ଆୟୋଜନ କରିବାକୁ ଯାଉଛି । ଏଥିରେ ଭୁବନେଶ୍ବର, ସମ୍ବଲପୁର,ବାରିପଦା, ବାଲେଶ୍ୱର ଏବଂ ନୟାଗଡ଼ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନ ମାନେ ସେମାନଙ୍କ ନାଟକ ପରିବେଷଣ କରିବେ ବୋଲି ନାଟ୍ୟଧାରା ପକ୍ଷରୁ ସ୍ଥାନୀୟ ବୁଦ୍ଧ ମଣ୍ଡପ ଠାରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି। ପ୍ରତ୍ୟହ ସନ୍ଧ୍ୟା ୭ ଘ.୩୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିବା ନାଟକ ଗୁଡିକ ଥିଏଟର ଶୈଳୀରେ ପ୍ରଦର୍ଶିତ ହୋଇ ସର୍ବାଧିକ ଦୁଇ ଘଣ୍ଟା ଅବଧି ମଧ୍ୟରେ ପରିସମାପ୍ତ ହେବ।…

Read More